ଆଜି ଷ୍ଟାର୍‌ କିରଣରେ‘ବିଦ୍ୟାରାଣ’

ଭୁବନେଶ୍ୱର,୧୧ା୯: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଓଡ଼ିଆ ଚାନେଲ ଷ୍ଟାର୍‌ କିରଣରେ ରବିବାର ଭିନ୍ନ ସ୍ବାଦର ଓଡ଼ିଆ ଚଳଚ୍ଚିତ୍ର ‘ବିଦ୍ୟାରାଣ’ର ୱାଲର୍ଡ ଟେଲିଭିଜନ ପ୍ରିମିୟର(ଡବ୍ଲ୍ୟୁଟିପି) ହେଉଛି। ବିଶେଷକରି ଷ୍ଟାର୍‌ କିରଣର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବାନ୍ଧି ରଖିବା ସହ ପ୍ରତି ସପ୍ତାହ ଶେଷରେ ଚାନେଲ ଏକ ବ୍ଲକ୍‌ ବଷ୍ଟର ସିନେମା ପ୍ରସାରଣ କରି ସାରା ପରିବାରକୁ ସାରେ ଏକତ୍ରିତ କରିପାରୁଛି। ଏପରିକି ଉକ୍ତ ଚଳଚ୍ଚିତ୍ରରେ ନାୟକ ଓ ନାୟିକା ଭୂମିକାରେ ସୁପରଷ୍ଟାର ବାବୁସାନ୍‌ ମହାନ୍ତି ଏବଂ ଶିବାନୀ ସଙ୍ଗୀତା ଅଭିନୟ କରିଛନ୍ତି। ଏହା ଏକ ପାରିବାରିକ ମନୋରଞ୍ଜନ ଚଳଚ୍ଚିତ୍ର । ବିଦ୍ୟାରାଣ ଏକ ଛୋଟ ବାଳକ ସିଦ୍ଧ ମହାବୀରର କାହାଣୀକୁ ନେଇ ଆଗକୁ ବଢ଼ିଛି। ସିଦ୍‌ ତାଙ୍କ ପିତାଙ୍କ ଦ୍ୱାରା ଅସ୍ବୀକାର(ପ୍ରତ୍ୟାଖ୍ୟାତ) ହୋଇ ପଳାତକ ହିସାବରେ ବଢ଼ିଥିଲା। ପରିଶେଷରେ ସେ (ସିଦ୍‌) ଜଣେ ଝିଅ(ମିଠି)ଙ୍କୁ ପ୍ରେମକରେ। ମିଠି ତାଙ୍କର ପ୍ରକୃତ ପରିଚୟ ବିଷୟରେ ମଧ୍ୟ ଅବଗତ ନୁହନ୍ତି। ବିଦ୍ୟାରାଣର ଶକ୍ତିଶାଳୀ କାହାଣୀ ଚଳଚ୍ଚିତ୍ରକୁ ଏକାଧିକ ମୋଡ଼ ଦେଇଛି। ଉକ୍ତ ଚଳଚ୍ଚିତ୍ରଟି ଏକ ଆକ୍ସନ ଥ୍ରୀଲର ମଧ୍ୟ । ଏହା ଦର୍ଶକଙ୍କୁ ଟିଭି ପରଦାରେ ବାନ୍ଧି ରଖିବ। ସିଦ୍‌ ଭୂମିକାରେ ସୁପରଷ୍ଟାର୍‌ ବାବୁସାନ୍‌ ଏବଂ ମିଠି ଭୂମିକାରେ ଶିବାନୀ ସୁନ୍ଦର ଅଭିନୟ କରିଛନ୍ତି। ଅନ୍ୟ କଳାକାର ଓ ଷ୍ଟାର କିରଣର ପରିଶ୍ରମ ଯୋଗୁ ସିନେମାଟି ସମ୍ପୂର୍ଣ୍ଣ ହେବା ସହ ରିଲିଜ ପୂର୍ବରୁ ଏହାକୁ ମଧ୍ୟ ଦର୍ଶକଙ୍କ ଭଲ ପାଇବା ମିଳିଛି। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୧ ସା ୬ ଘଟିକାରେ ବିଦ୍ୟାରାଣ ଚଳଚ୍ଚିତ୍ରର ଡବ୍ଲ୍ୟୁଟିପି ଷ୍ଟାର୍‌ କିରଣରେ ପ୍ରସାରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri