ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଖୋଡତାଳ କରୁଛି। ତେବେ ମଙ୍ଗଳବାର ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ ଇଡିରେ ହାଜର ହୋଇଛନ୍ତି। ଇଡି ଅଫିସକୁ ଯିବା ସମୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରମୋଦ। ସେ କହିଛନ୍ତି, ଅର୍ଚ୍ଚନା ମୋ ଘରେ ଭଡା ରହୁଥିଲା। ସେ ମୋତେ ବ୍ଲାକମେଲ କରୁଥିଲା। ଇଡି ଅଫିସରୁ ଫେରିବା ପରେ ସବୁ କଥା କହିବେ ବୋଲ ପ୍ରମୋଦ କହିଛନ୍ତି।
ଅର୍ଚ୍ଚନା ପୂର୍ବରୁ ପ୍ରମୋଦଙ୍କ ଜାଗମରା ସ୍ଥିତ ଘରେ ଭଡାରେ ରହୁଥିଲେ। ସେଇଠି ଶ୍ରଦ୍ଧାଞ୍ଜଳି ବେହେରା ମଧ୍ୟ ରହୁଥିଲେ। ଅର୍ଚ୍ଚନା ଉପର ମହଲାରେ ରହୁଥିବା ବେଳେ ଶ୍ରଦ୍ଧାଞ୍ଜଳି ଦ୍ୱିତୀୟ ମହଲାରେ ରହୁଥିଲେ। ଅର୍ଚ୍ଚନା ଘର ଭଡା ଠିକ୍‌ ସମୟରେ ଦେଉନଥିବାରୁ ପ୍ରମୋଦଙ୍କର ସହ ତାଙ୍କର ଝଗଡା ହୋଇଥିଲା। ପ୍ରମୋଦ ଅସଦାଚରଣ କରିଥିବା ନେଇ ଅର୍ଚ୍ଚନା ଥାନାରେ ଅଭିଯୋଗ କରିଥିଲେ। ପ୍ରମୋଦ ମଧ୍ୟ ତାଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଥିଲେ।