ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଭେଟିଲେ ମଧୁର ଭଣ୍ଡାରକର

ଲକ୍ଷ୍ନୌ,୨୦ ।୯: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଉତ୍ତର ପ୍ରଦେଶରେ ସବୁଠାରୁ ବଡ ଓ ସୁନ୍ଦର ଫିଲ୍ମ ସିଟି ନିର୍ମାଣ ହେବା ଘୋଷଣା କରିଛନ୍ତି । ଆଉ ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ରବିବାର ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମଧୁର ଭଣ୍ଡାରକର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ୍ କରିଛନ୍ତି । ଏହି ସମୟରେ ଉଭୟ ବଲିଉଡ୍‌କୁ ନେଇ କିଛି ଚର୍ଚ୍ଚା କରିଛନ୍ତି । କୁହାଯାଉଛି କି ମଧୁର ଭଣ୍ଡାରକର ଏବେ ଉତ୍ତର ପ୍ରଦେଶରେ ଫିଲ୍ମ ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରିବେ । ତିନି ଥର ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଜିତିଥିବା ଭଣ୍ଡାରକର ମୁଖ୍ୟମନ୍ତ୍ରୀଙ୍କ ସହ ଫିଲ୍ମ ସିଟିକୁ ନେଇ କଥା ହୋଇଛନ୍ତି । ପାଖାପାଖି ୨୦ ମିନିଟ୍ ଧରି ଚାଲିଥିବା ଏହି ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଭଣ୍ଡାରକରଙ୍କୁ ଅଯୋଧ୍ୟା ରାମ ମନ୍ଦିରର ପ୍ରସାଦ, କଏନ୍‌, ରାମଚରିତ ମାସନ, ତୁଳସୀ ମାଳ ଆଦି ଉପହାର ସ୍ୱରୁପ ଦେଇଛନ୍ତି ।

Share