ମଧ୍ୟ ପ୍ରଦେଶରେ ଫିଲ୍ମ କେରଲା ଷ୍ଟୋରି ହେଲା ଟ୍ୟାକ୍ସ ଫ୍ରି

ଭୋପାଳ,୬।୫: ବହୁ ବିବାଦ ମଧ୍ୟରେ ଫିଲ୍ମ ‘ଦି କେରଲା ଷ୍ଟୋରି’ ଶୁକ୍ରବାର ହଲ୍‌ରେ ରିଲିଜ୍‌ ହୋଇଛି। ରିଲିଜ ପୂର୍ବରୁ ଅନେକ ରାଜନୈତିକ ଦଳ ଏବଂ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟିର ଲୋକ ଏହାକୁ ବିରୋଧ କରିଥିଲେ ଏବଂ ନିଷେଧାଦେଶ ଦାବି କରିଥିଲେ। କିନ୍ତୁ ଦର୍ଶକ ହଲ୍‌ରେ ଏହି ଫିଲ୍ମକୁ ଭଲ ରେସପନ୍ସ ଦେଇଛନ୍ତି। ତେବେ ରିଲିଜ୍‌ ପରେ କେତେକ ରାଜ୍ୟରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି କରାଯାଇଛି।

ମହାରାଷ୍ଟ୍ରର ହିନ୍ଦୁ ସକଳ ସମାଜ ଗୋଷ୍ଠୀ କହିଛନ୍ତି ଯେ, ଫିଲ୍ମ ଦି କେରଲା ଷ୍ଟୋରି ଲଭ ଜିହାଦର ସମସ୍ତ ପ୍ରକ୍ରିୟା ଲୋକଙ୍କ ସାମ୍ନାରେ ଉପସ୍ଥାପନ କରିବ ଏବଂ ଏହି ଫିଲ୍ମକୁ ଦେଖିବା ପରେ ହିନ୍ଦୁ ସମାଜର ଝିଅଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ। ଏଥିସହ ନାଶିକର ସକଳ ହିନ୍ଦୁ ସମାଜ ପକ୍ଷରୁ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ଅନୁରୋଧ କରାଯାଇଛି।
ମହାରାଷ୍ଟ୍ରରେ ଫିଲ୍ମ କେରଲା ଷ୍ଟୋରିକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି କରାଯାଉଥିବାବେଳେ ମଧ୍ୟପ୍ରଦେଶ ସରକାର ଏହାକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ମୁଖମନ୍ତ୍ରୀ ଶିବରାଜ ସିଂ ଚୌହାନ ଶନିବାର ଟୁଇଟ ଜରିଆରେ ଏହି ବିଷୟରେ ଘୋଷଣା କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ‘ଦି କେରଲା ଷ୍ଟୋରି’ ହେଉଛି ଏକ ଏପରି ଫିଲ୍ମ ଯାହା ଆତଙ୍କବାଦର ଭୟାନକ ସତ୍ୟକୁ ପ୍ରକାଶ କରିଛି। ମଧ୍ୟପ୍ରଦେଶରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସହ ସେଲ୍‌ଫି ନେଲେ ଫ୍ରାନ୍ସ ରାଷ୍ଟ୍ରପତି: ଫଟୋ ଶେୟାର କରି ଲେଖିଲେ…

ନାଇସ୍‌,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଇସ୍‌ ଗସ୍ତ ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରଁଙ୍କୁ ଭେଟି ଆନନ୍ଦ ପ୍ରକାଶ କରିଥିଲେ। ଦୁଇ ନେତା ‘ଇଣ୍ଡିଆ ଇନୋଭେଟ୍ସ ୨୦୨୬’…

ଘରକୁ ଧକ୍କାଦେଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ପାଟଣା,୧୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ୨୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ନିକଟର ସୋମବାର ଭୋର୍‌ରୁ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଏକ ଘରକୁ…

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼…

ଥାନା ଭିତରେ ଝିଅଙ୍କୁ ଛୁରିଭୁସି ହତ୍ୟାକଲେ ବାପା: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଲକ୍ଷ୍ନୌ,୧୫ା୬:ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ ବଦୌସା ଥାନା ଭିତରେ ଶୁକ୍ରବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପା ଛୁରିଭୁସି ହତ୍ୟା କରିଛନ୍ତି। ବାନ୍ଦା ଏସ୍‌ପି ପଳାଶ…

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri