‘ଗୁଡବାୟ’ର ରିଲିଜ ତାରିଖ ଘୋଷଣା

ମୁମ୍ବାଇ: ବିଗ୍‌-ବି ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ ‘ଗୁଡବାୟ’ର ରିଲିଜ ଡେଟ୍‌ ସାମ୍ନାକୁ ଆସିଛି। ନିର୍ମାତା ଫିଲ୍ମର ଏକ ପୋଷ୍ଟର ରିଲିଜ କରି ଫିଲ୍ମର ସମସ୍ତ କାଷ୍ଟଙ୍କ ପରିଚୟ ଦେଇଛନ୍ତି। ଏଥିରେ ସେ ଏହାର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଫିଲ୍ମର ନୂଆ ପୋଷ୍ଟର ଅନୁଯାୟୀ, ଫିଲ୍ମଟି ଅକ୍ଟୋବର ୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ସବୁଠୁ କୌତୂହଳର ବିଷୟ ହେଉଛି ଏହି ଫିଲ୍ମରେ ବିଗ୍‌ ବି ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସହ ଅଭିନୟ କରୁଛନ୍ତି। ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ ନୀନା ଗୁପ୍ତା, ଏଲି ଅରବାନ, ସୁନୀଲ ଗ୍ରୋଭର ଏବଂ ସାହିଲ ମେହେଟ୍ଟା ମଧ୍ୟ ନଜର ଆସିବେ।

ଏକ ସାକ୍ଷାତକାରରେ ରଶ୍ମିକା ଏହି ଫିଲ୍ମ ଶୁଟିଂ ସମୟର ଅନୁଭୂତି କହିଛନ୍ତି, ବିଗ୍‌ ବି ତାଙ୍କୁ ଶୁଟିଂ ସେଟ୍‌ରେ ଏକ‘ ‘ଡଲ୍‌’ ବୋଲି କହୁଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ଅମିତାଭ ଜଣେ ଭଲ ମଣିଷ। ତାଙ୍କ ସହିତ ଅଭିନୟ କରିବା ବହୁତ ସହଜ। ରିହର୍ଶାଲଠାରୁ ଆରମ୍ଭ କରି ଶୁଟିଂ ପର୍ଯ୍ୟନ୍ତ ସେ ବହୁତ ମଜା କରନ୍ତି। ତାଙ୍କର ପ୍ରତ୍ୟେକ ଗୁଣ ବର୍ଣ୍ଣନା କରିବାକୁ ମୋ’ ପାଖରେ ଶବ୍ଦ କମ୍‌ ପଡ଼ିବ।

Share