ଘୁଞ୍ଚିଲା ଫିଲ୍ମ ‘ଆଦିପୁରୁଷ’ର ରିଲିଜ୍‌ ତାରିଖ!

ମୁମ୍ବାଇ: ସାଉଥ ସୁପରଷ୍ଟାର୍‌ ପ୍ରଭାସଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହେବା ପରେ ଫିଲ୍ମକୁ ନେଇ ବିଭିନ୍ନ ମହଲରେ ଟ୍ରୋଲ କରାଯାଉଛି। ଏପରିକି ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ମଧ୍ୟ ଟ୍ରୋଲ୍‌ର ସ୍ବୀକାର ହେବାକୁ ପଡିଥିଲା। ଇତି ମଧ୍ୟରେ ଫିଲ୍ମକୁ ନେଇ ନିର୍ମାତା ଏକ ଖବର ସାମ୍ନାକୁ ଆଣିଛନ୍ତି। ୧୨ ଜାନୁୟାରୀ ୨୦୨୩ରେ ରିଲିଜ୍‌ ହେବାକୁ ଥିବା ବେଳେ ଫିଲ୍ମର ରିଲିଜ୍‌ ତାରିଖକୁ ଘଞ୍ଚାଇ ଦେଇଛନ୍ତି ନିର୍ମାତା। ତେବେ କେବେ ରିଲିଜ୍‌ ହେବ ତାହା ଘୋଷଣା ହୋଇନାହିଁ। ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଓମ ରାଉତ। ଏଥିରେ ପ୍ରଭାସ ରମ ହୋଇଥିବା ବେଳେ କ୍ରିତି ସାନନଙ୍କୁ ସୀତା ଏବଂ ସୈଫ୍‌ଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ।

Share