କମିଗଲା କ୍ରିତିଙ୍କ ଓଜନ

ମୁମ୍ବାଇ: ଅଭିନେତ୍ରୀ କ୍ରିତି ଖରବନ୍ଦାଙ୍କ ପାଇଁ ୨୦୨୦ ମସିହା ଆଦୌ ଭଲ ନ ଥିଲା ବୋଲି ସେ କହିଛନ୍ତି । ଗତବର୍ଷ ନଭେମ୍ବରରେ ସେ ମ୍ୟାଲେରିଆରେ ପୀଡ଼ିତ ହୋଇଥିଲେ । ଆଉ ତାଙ୍କୁ ୩ ସପ୍ତାହ ପାଇଁ ବେଡ୍ ରେଷ୍ଟ ନେବାକୁ ଡାକ୍ତର ପରାମର୍ଶ ଦେଇଥଲେ । ହେଲେ ସେତେବେଳେ ସେ ‘୧୪ ଫେରେ’ର ଶୁଟିଂ କରୁଥିଲେ । ତେଣୁ ତାଙ୍କ ପାଇଁ ଶୁଟିଂ ବନ୍ଦ ହେବ ଚିନ୍ତା କରିବା ପରେ କ୍ରିତି ନିଜଆଡୁ ଶୁଟିଂ କରିବାକୁ କହିଥିଲେ । ତେଣୁ ସେଡ୍ୟୁଲ ଅନୁଯାୟୀ ଶୁଟିଂ ହେଲା । ଆଉ ଏହି ସମୟରେ ପ୍ରାୟ ୧୦ ଦିନ ପାଇଁ ସେ ବହୁ କଷ୍ଟ ଅନୁଭବ କରିଥିଲେ ବୋଲି ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି । କାରଣ ସେମାନେ ସେତେବେଳେ ଲକ୍ଷ୍ନୌରେ ଦିନକୁ ପ୍ରାୟ ୧୮ ଘଣ୍ଟା ଶୁଟିଂ କରୁଥିଲେ । ଏହି ସମୟରେ କ୍ରିତିଙ୍କ ଶରୀରର ଓଜନ ୬ କିଲୋଗ୍ରାମ କମ୍ ହୋଇଯାଇଥିଲା ବୋଲି ସେ କହିଛନ୍ତି । ଆଉ ଷ୍ଟ୍ରେସ୍ ତାଙ୍କ ବଡି ଓ ଫେସ୍‌ରେ ଦେଖାଯାଉଥିଲା ବୋଲି ବି ସେ କହିଛନ୍ତି । ତେବେ ତାଙ୍କୁ ଖୁସି ଲାଗୁଥିଲା କି ସେ ସେଡ୍ୟୁଲ କମ୍ଲିଟ କରିପାରିଥିଲେ । ଟିମ୍‌ର ସହଯୋଗ ଯୋଗୁ ଏସବୁ ସମ୍ଭବ ହୋଇଥିଲା ବୋଲି ସେ କହିଛନ୍ତି । ତାଙ୍କ କୋ-ଷ୍ଟାର ବିକ୍ରାନ୍ତ ମେସି ତାଙ୍କଉ ଖୁବ୍ ସାହାଯ୍ୟ କରିଥିଲେ ବୋଲି କ୍ରିତି କହିଛନ୍ତି । ବିକ୍ରାନ୍ତ କେବଳ ଜଣେ ଭଲ ଅଭିନେତା ନୁହାନ୍ତି ବରଂ ଜଣେ ଭଲ କୋଷ୍ଟାର ବୋଲି କ୍ରିତି ମତ ରଖିଛନ୍ତି ।

Share