Categories: ଜାତୀୟ

ଜରୁରୀଭିତ୍ତିରେ ଫର୍ମ ପୂରଣ କର

ନୂଆଦିଲ୍ଲୀ,୭।୩ : ୟୁକ୍ରେନ୍‌ରୁ ଭାରତୀୟମାନଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସେଠାରେ ଆହୁରି ଅନେକ ରହିଯାଇଥିବାବେଳେ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ପାଇଁ ରବିବାର ନୂଆ ଆଡଭାଇଜରି ଜାରି କରାଯାଇଛି। ୟୁକ୍ରେନ୍‌ ଓ ହଙ୍ଗେରିରେ ଥିବା ଦୂତାବାସ ସେମାନଙ୍କ ଟୁଇଟର ହ୍ୟାଣ୍ଡେଲ୍‌ରେ ଭାରତୀୟମାନଙ୍କୁ ହଙ୍ଗେରି ସିଟି ସେଣ୍ଟର ସହ ଯୋଗାଯୋଗ କରିବାକୁ ଏବଂ ଜରୁରୀ ଭିତ୍ତିରେ ଗୁଗଲ୍‌ ଫର୍ମ ପୂରଣ କରିବାକୁ ପରାମର୍ଶ ଦେଇଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଅପରେଶନ ଗଙ୍ଗା ମିଶନରେ ୟୁକ୍ରେନ୍‌ରେ ଅଟକି ରହିଥିବା ଭାରତୀୟମାନଙ୍କୁ ପଡୋଶୀ ଦେଶ ଦେଇ ଫେରାଇ ଅଣାଯାଉଛି। ଏପର୍ଯ୍ୟନ୍ତ ୧୫,୯୨୦ ଭାରତୀୟଙ୍କୁ ଫେରାଇ ଅଣାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଯେଉଁ ଛାତ୍ରୀଛାତ୍ର ରହିଯାଇଛନ୍ତି, ସେମାନେ ହଙ୍ଗେରିର ବୁଦାପେଷ୍ଟ ସହରରେ ସ୍ଥାନୀୟ ସମୟ ସକାଳ ୧୦ରୁ ୧୨ଟା ମଧ୍ୟରେ ପହଞ୍ଚତ୍ବାକୁ ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ଗୁଗଲ୍‌ ଫର୍ମରେ ତୁରନ୍ତ ନିଜ ପରିଚୟ, ରହିବା ସ୍ଥାନ ଆଦି ଅନ୍‌ଲାଇନରେ ପୂରଣ କରିବାକୁ ୟୁକ୍ରେନ୍‌ସ୍ଥିତ ଦୂତାବାସ କହିଛି।

Share