Posted inଜାତୀୟ

ଫାଇଲ ଦେଖିଲେ ପୀଠ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୫ା୧୧:ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ରୁ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ନେବା ମାତ୍ରେ ନିର୍ବାଚନ କମିଶନର (ଇସି) ଭାବେ ଅବସ୍ଥାପିତ ହୋଇଥିବା ପୂର୍ବତନ କେନ୍ଦ୍ର ସଚିବ ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଗୁରୁବାର ଦ୍ୱିତୀୟ ଦିନ ଶୁଣାଣି ହୋଇଛି। ଜଷ୍ଟିସ୍‌ କେ.ଏମ୍‌. ଜୋସେଫ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ବୁଧବାର ଗୋଏଲଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ଫାଇଲ କେନ୍ଦ୍ର ସରକାରଙ୍କୁ ମାଗିଥିଲେ। କେନ୍ଦ୍ର ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣି ସବୁ ଦସ୍ତାବିଜ ଦାଖଲ କରିବା ସହ ନିଯୁକ୍ତି ପ୍ରସଙ୍ଗରେ ଅନୁଧ୍ୟାନ କରାଯିବ ବୋଲି ଅଦାଲତଙ୍କୁ ଅବଗତ କରାଇଛନ୍ତି।
ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ଇସିମାନଙ୍କ ନିଯୁକ୍ତି ପାଇଁ କଲେଜିୟମ୍‌ ଭଳି ବ୍ୟବସ୍ଥା ଆପଣାଯିବା ସକାଶେ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଖଲ ହୋଇଛି। ଏହାର ରାୟକୁ ପୀଠ ସଂରକ୍ଷିତ ରଖିବା ସହ ପକ୍ଷମାନଙ୍କୁ ୫ ଦିନ ମଧ୍ୟରେ ଲିଖିତ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଅଜୟ ରସ୍ତୋଗି, ଅନିରୁଦ୍ଧ ବୋଷ, ହୃଷୀକେଶ ରୟ ଏବଂ ସି.ଟି. ତ୍ୟାଗୀଙ୍କୁ ନେଇ ଗଠିତ ପୀଠ କେନ୍ଦ୍ର ପକ୍ଷରୁ ଦାଖଲ ଫାଇଲ ଦେଖିବା ପରେ କହିଥିଲେ, ଗୋଏଲଙ୍କ ନିଯୁକ୍ତିର ବିଶ୍ୱସନୀୟତା ଉପରେ ନୁହେଁ, ବରଂ ଏହି ପ୍ରକ୍ରିୟାକୁ ନେଇ ଆମେ ପ୍ରଶ୍ନ କରୁଛୁ। ଏହା କିପରି ମୂଲ୍ୟାଙ୍କନ? ଗୋଏଲଙ୍କୁ ବିଜୁଳି ବେଗରେ ନୂଆ ଇସି ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ଫାଇଲ ବିଭାଗଗୁଡ଼ିକରେ ୨୪ ଘଣ୍ଟା ବି ରହିନାହିଁ। ନିଯୁକ୍ତି ସମ୍ପର୍କିତ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନୁଧ୍ୟାନ ନ କରି କୌଣସି ଟିପ୍ପଣୀ ନ ଦେବାକୁ ଭେଙ୍କଟରମଣି ସାମ୍ବିଧାନିକ ପୀଠଙ୍କୁ ଅନୁରୋଧ କରିଥିଲେ। ଶୁଣାଣି ବେଳେ ଆଟର୍ନି ଜେନେରାଲଙ୍କ ଯୁକ୍ତି ଚାଲିଥିବା ସମୟରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ନିଜ ବକ୍ତବ୍ୟ ରଖିବାକୁ ଉଦ୍ୟମ କରିଥିଲେ। ଭେଙ୍କଟରମଣି ତାଙ୍କୁ କିଛି ସମୟ ପାଇଁ ନିଜ ମୁହଁ ବନ୍ଦ ରଖିବାକୁ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଆଗରେ ୪ ଜଣଙ୍କ ନାମ ରଖାଯାଇଥିବାବେଳେ ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଗୋଏଲ ଭିଆର୍‌ଏସ୍‌ ନେବାର ଦିନକ ଭିତରେ ତାଙ୍କ ନୂଆ ନିଯୁକ୍ତି ପାଇଁ ଫାଇଲକୁ ଆଇନ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି। ୬ ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବା ଭଳି ଅନ୍ୟ ଆଶାୟୀମାନଙ୍କ ନାମକୁ ବିଚାରକୁ ନିଆଯାଇନାହିଁ ବୋଲି ପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଗୋଏଲଙ୍କୁ ଗତ ୧୯ରେ ଇସି ନିଯୁକ୍ତ କରାଯାଇଛି। ସେ ଆସନ୍ତା ଡିସେମ୍ବର ୩୧ରେ ୬୦ ବର୍ଷରେ ପଦାର୍ପଣ ସହ ଭାରି ଶିଳ୍ପ ମନ୍ତ୍ରଣାଳୟ ସଚିବ ପଦରୁ ଅବସର ନେଇଥାଆନ୍ତେ। ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ୨୦୨୫ରେ ଅବସର ନେବା ପରେ ଗୋଏଲ ସିଇସି ହୋଇପାରନ୍ତି। ପୂର୍ବତନ ସିଇସି ସୁଶୀଲ ଚନ୍ଦ୍ର ଗତ ମେ’ରେ ଅବସର ନେବା ପରେ ଗୋଟିଏ ଇସି ପଦ ଖାଲିପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri