Posted inଜାତୀୟ

ଫାଇଲ ଦେଖିଲେ ପୀଠ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୫ା୧୧:ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ରୁ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ନେବା ମାତ୍ରେ ନିର୍ବାଚନ କମିଶନର (ଇସି) ଭାବେ ଅବସ୍ଥାପିତ ହୋଇଥିବା ପୂର୍ବତନ କେନ୍ଦ୍ର ସଚିବ ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଗୁରୁବାର ଦ୍ୱିତୀୟ ଦିନ ଶୁଣାଣି ହୋଇଛି। ଜଷ୍ଟିସ୍‌ କେ.ଏମ୍‌. ଜୋସେଫ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ବୁଧବାର ଗୋଏଲଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପର୍କିତ ଫାଇଲ କେନ୍ଦ୍ର ସରକାରଙ୍କୁ ମାଗିଥିଲେ। କେନ୍ଦ୍ର ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣି ସବୁ ଦସ୍ତାବିଜ ଦାଖଲ କରିବା ସହ ନିଯୁକ୍ତି ପ୍ରସଙ୍ଗରେ ଅନୁଧ୍ୟାନ କରାଯିବ ବୋଲି ଅଦାଲତଙ୍କୁ ଅବଗତ କରାଇଛନ୍ତି।
ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ଇସିମାନଙ୍କ ନିଯୁକ୍ତି ପାଇଁ କଲେଜିୟମ୍‌ ଭଳି ବ୍ୟବସ୍ଥା ଆପଣାଯିବା ସକାଶେ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଖଲ ହୋଇଛି। ଏହାର ରାୟକୁ ପୀଠ ସଂରକ୍ଷିତ ରଖିବା ସହ ପକ୍ଷମାନଙ୍କୁ ୫ ଦିନ ମଧ୍ୟରେ ଲିଖିତ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଅଜୟ ରସ୍ତୋଗି, ଅନିରୁଦ୍ଧ ବୋଷ, ହୃଷୀକେଶ ରୟ ଏବଂ ସି.ଟି. ତ୍ୟାଗୀଙ୍କୁ ନେଇ ଗଠିତ ପୀଠ କେନ୍ଦ୍ର ପକ୍ଷରୁ ଦାଖଲ ଫାଇଲ ଦେଖିବା ପରେ କହିଥିଲେ, ଗୋଏଲଙ୍କ ନିଯୁକ୍ତିର ବିଶ୍ୱସନୀୟତା ଉପରେ ନୁହେଁ, ବରଂ ଏହି ପ୍ରକ୍ରିୟାକୁ ନେଇ ଆମେ ପ୍ରଶ୍ନ କରୁଛୁ। ଏହା କିପରି ମୂଲ୍ୟାଙ୍କନ? ଗୋଏଲଙ୍କୁ ବିଜୁଳି ବେଗରେ ନୂଆ ଇସି ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ଫାଇଲ ବିଭାଗଗୁଡ଼ିକରେ ୨୪ ଘଣ୍ଟା ବି ରହିନାହିଁ। ନିଯୁକ୍ତି ସମ୍ପର୍କିତ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନୁଧ୍ୟାନ ନ କରି କୌଣସି ଟିପ୍ପଣୀ ନ ଦେବାକୁ ଭେଙ୍କଟରମଣି ସାମ୍ବିଧାନିକ ପୀଠଙ୍କୁ ଅନୁରୋଧ କରିଥିଲେ। ଶୁଣାଣି ବେଳେ ଆଟର୍ନି ଜେନେରାଲଙ୍କ ଯୁକ୍ତି ଚାଲିଥିବା ସମୟରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ନିଜ ବକ୍ତବ୍ୟ ରଖିବାକୁ ଉଦ୍ୟମ କରିଥିଲେ। ଭେଙ୍କଟରମଣି ତାଙ୍କୁ କିଛି ସମୟ ପାଇଁ ନିଜ ମୁହଁ ବନ୍ଦ ରଖିବାକୁ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଆଗରେ ୪ ଜଣଙ୍କ ନାମ ରଖାଯାଇଥିବାବେଳେ ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଗୋଏଲ ଭିଆର୍‌ଏସ୍‌ ନେବାର ଦିନକ ଭିତରେ ତାଙ୍କ ନୂଆ ନିଯୁକ୍ତି ପାଇଁ ଫାଇଲକୁ ଆଇନ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି। ୬ ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବା ଭଳି ଅନ୍ୟ ଆଶାୟୀମାନଙ୍କ ନାମକୁ ବିଚାରକୁ ନିଆଯାଇନାହିଁ ବୋଲି ପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଗୋଏଲଙ୍କୁ ଗତ ୧୯ରେ ଇସି ନିଯୁକ୍ତ କରାଯାଇଛି। ସେ ଆସନ୍ତା ଡିସେମ୍ବର ୩୧ରେ ୬୦ ବର୍ଷରେ ପଦାର୍ପଣ ସହ ଭାରି ଶିଳ୍ପ ମନ୍ତ୍ରଣାଳୟ ସଚିବ ପଦରୁ ଅବସର ନେଇଥାଆନ୍ତେ। ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ୨୦୨୫ରେ ଅବସର ନେବା ପରେ ଗୋଏଲ ସିଇସି ହୋଇପାରନ୍ତି। ପୂର୍ବତନ ସିଇସି ସୁଶୀଲ ଚନ୍ଦ୍ର ଗତ ମେ’ରେ ଅବସର ନେବା ପରେ ଗୋଟିଏ ଇସି ପଦ ଖାଲିପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ରାଜଧାନୀରେ ଭୁଶୁଡ଼ିଲା ୫ ମହଲା ବିଲ୍ଡିଂ, ମୃତ୍ୟୁ ସଂଖ୍ୟା….

ନୂଆଦିଲ୍ଲୀ,୭।୧୦: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀରେ ଏକ ୫ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ତେବେ ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଏବେ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?