Posted inଖେଳ

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆର୍ଜେଣ୍ଟିନାକୁ ୩-୦ରେ ହରାଇଲା ଭାରତ

ବୁଏନ୍ସ ଆରିଜ, ୧୩।୪-
ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକିରେ ଭାରତ ଅଲିମ୍ପିକ୍‌ ଚାମ୍ପିୟନ ଆର୍ଜେଣ୍ଟିନା ବିପକ୍ଷରେ ଡବଲ ବିଜୟ ହାସଲ କରିଛି। ପୂର୍ବ ମ୍ୟାଚରେ ଶୁଟ୍‌ ଆଉଟ ୩-୨ ଗୋଲରେ ବିଜୟୀ ହୋଇଥିବା ଭାରତ ସୋମବାର ଦ୍ୱିତୀୟ ମ୍ୟାଚରେ ଘରୋଇ ଦଳକୁ ୩-୦ ଗୋଲରେ ପରାସ୍ତ କରିଛି। ଏଥିସହ ଭାରତ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି।
ପୂରା ମ୍ୟାଚରେ ପ୍ରଭାବ ବିସ୍ତାର କରି ଖେଳିଥିଲା ଭାରତ। ୧୧ତମ ମିନିଟରେ ଗୋଲ ଦେଇ ହରମନପ୍ରୀତ ସିଂ ପ୍ରଥମ କ୍ୱାର୍ଟରରେ ଭାରତକୁ ଅଗ୍ରଣୀ କରାଇଥିଲେ। ୨୫ତମ ମିନିଟ୍‌ରେ ଲଳିତ ଉପାଧ୍ୟାୟ ଏକ ଗୋଲ ଦେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୨-୦ରେ ଅଗ୍ରଣୀଲାଭ କରିଥିଲା। ତୃତୀୟ କ୍ୱାର୍ଟରରେ ସଂଘର୍ଷପୂର୍ଣ୍ଣ ଖେଳ ଦେଖିବାକୁ ମିଳିଥିଲା। ଉଭୟ ଦଳ ସୁଯୋଗ ସୃଷ୍ଟି କରିଥିଲେ ହେଁ ଗୋଲ ଦେଇପାରି ନ ଥିଲେ। ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଭାରତ ଆକ୍ରମଣକୁ ଜୋରଦାର କରିଥିବାବେଳେ ୫୮ତମ ମିନିଟରେ ମନପ୍ରୀତ ସିଂ ଏକ ଗୋଲ ଦେଇ ଦଳର ୩ ପଏଣ୍ଟ ହାସଲକୁ ନିଶ୍ଚିତ କରିଥିଲେ। ଏହି ମ୍ୟାଚ ଜିତିବା ସହ ଭାରତ ୮ ଗେମ୍‌ରୁ ୩ ବିଜୟ, ୩ ଶୁଟ୍‌ ଆଉଟ ବିଜୟ ଓ ୨ ପରାଜୟ ସହ ୧୫ ପଏଣ୍ଟ ପାଇଛି। ଦଳ ୨୨ଟି ଗୋଲ ଦେଇଥିବାବେଳେ ୧୭ ବରଣ କରିଛି। ଆର୍ଜେଣ୍ଟିନା ୧୨ ଗେମ୍‌ରୁ ୧୧ ପଏଣ୍ଟରେ ରହି ୬ଷ୍ଠ ସ୍ଥାନରେ ରହିଛି। ଆଗାମୀ ଅଲିମ୍ପିକ୍ସରେ ଭାରତ, ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ଗୋଟିଏ ଗ୍ରୁପ୍‌ରେ ରହିଥିବାରୁ ପରସ୍ପର ବିପକ୍ଷରେ ମ୍ୟାଚ ଖେଳିବେ। ତେଣୁ ଭାରତ ପାଇଁ ଏହା ଭଲ ମ୍ୟାଚ ପ୍ରାକ୍ଟିସ ସଦୃଶ ହୋଇଛି। ଏହି ୩ ଦଳ ସହ ପୁଲ୍‌ ‘ଏ’ରେ ସ୍ପେନ, ନ୍ୟୁଜିଲାଣ୍ଡ ଓ ଘରୋଇ ଫେଭରାଇଟ ଜାପାନ ସ୍ଥାନ ପାଇଛି। ”ଦ୍ୱିତୀୟ ମ୍ୟାଚରେ ଆର୍ଜେଣ୍ଟିନା ଭଲ ଖେଳିଥିଲା। ମାତ୍ର ଭାରତର ଦୃଢ଼ ରକ୍ଷଣଭାଗ ଯୋଗୁ ଗୋଲ ଦେଇପାରି ନ ଥିଲା“ ବୋଲି ଭାରତୀୟ ଗୋଲକିପର କ୍ରିଷ୍ଣନ ପାଠକ ପ୍ରକାଶ କରିଥିଲେ। ପାଠକ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଆର୍ଜେଣ୍ଟିନା ରକ୍ଷଣଭାଗ ମଧ୍ୟ ଦୃଢ଼। ତେବେ ଆମ ଖେଳାଳିମାନେ ଚକ୍‌ମା ଦେବାରେ ସକ୍ଷମ ହେଲେ ବୋଲି ସେ କହିଛନ୍ତି। ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତର ପରବର୍ତ୍ତୀ ପ୍ରତିଦ୍ୱନ୍ଦ୍ୱୀ ଗ୍ରେଟ ବ୍ରିଟେନ। ଭାରତ ସେଠାକୁ ଯାଇ ମେ ୮ ଓ ୯ ତାରିଖରେ ୨ଟି ଲିଗ୍‌ ମ୍ୟାଚ ଖେଳିବ। ବେଲଜିୟମ ୧୩ ମ୍ୟାଚରୁ ସର୍ବାଧିକ ୩୨ ପଏଣ୍ଟ ପାଇ ଟେବୁଲର ଶୀର୍ଷସ୍ଥାନରେ ରହିଥିବାବେଳେ ଜର୍ମାନୀ ୮ ମ୍ୟାଚରୁ ୧୯, ନେଦରଲାଣ୍ଡ୍ସ ୧୧ ମ୍ୟାଚରୁ ୧୮ ପଏଣ୍ଟ ପାଇ ପ୍ରଥମ ୩ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆ ୮ ମ୍ୟାଚରୁ ୧୪ ପଏଣ୍ଟ ପାଇ ଭାରତ ପଛକୁ ୫ମ ସ୍ଥାନ ଅଧିକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri