ପୁରୁଣା, ନୂଆମୁହଁକୁ ନେଇ ଲଢ଼େଇ

ଜଗତ୍‌ସିଂହପୁର ଅଫିସ,୩୧ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଗତ୍‌ସିଂହପୁର ୪ନଂ. ଜୋନ ସଭ୍ୟ ପଦ ଅଣସଂରକ୍ଷିତ ରହିଛି। ଗତ ନିର୍ବାଚନରେ ଏହି ଜୋନଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ଚଳିତ ଥର ଏହି ଆସନ ପାଇଁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ପୂର୍ବରୁ ରାଜନୀତି ସହ ସମ୍ପୃକ୍ତ ଥିବା ବେଳେ ଭାଜପା ପକ୍ଷରୁ ନୂଆ ମୁହଁ ଦିଆଯାଇଛି। ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଚଳାଇଥିବାବେଳେ ଜୋନରେ ତ୍ରିମୁଖୀ ଲଢେଇ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।
ଜଗତ୍‌ସିଂହପୁର ୪ ନଂ.ଜିଲା ପରିଷଦ ଜୋନ ଓଡ଼ିଶୋ, କାଦୁଆପଡ଼ା, ବଳରାମପୁର, ପିତେଇପୁର, ମୁଦୁପୁର ଓ ଅଳସୁଧାକୁ ନେଇ ଗଠିତ। ଜୋନରୁ ବିଜେଡି ପ୍ରାର୍ଥୀ ଭାବେ ବିବେକାନନ୍ଦ ବେହେରା, କଂଗ୍ରେସରୁ ନାରାୟଣ ନାୟକ, ଭାଜପାରୁ ଲିଙ୍ଗରାଜ ଲେଙ୍କା ଓ ବିଏସ୍‌ପିରୁ ପରିନା ବିବି ପ୍ରାର୍ଥୀ ହୋଇଛନ୍ତି। ତେବେ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ଏଠାରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ କହିଛନ୍ତି।
ଗତ ନିର୍ବାଚନରେ ଏହି ଜୋନରୁ କଂଗ୍ରେସ ପ୍ରାର୍ଥୀ ଜାନକୀ ପ୍ରଧାନଙ୍କୁ ପରାସ୍ତ କରି ବିଜେଡିର ବିଳାସିନୀ ଦେବୀ ସଭ୍ୟ ହୋଇଥିଲେ। ଏଥର ମଧ୍ୟ ଅନୁରୂପ ଫଳ ବିଜେଡି ପ୍ରାର୍ଥୀ ବେହେରା ଆଶା କରିଛନ୍ତି। ଏ ସମ୍ପର୍କରେ ବେହେରା କହିଛନ୍ତି, ୨୦୧୨ରୁ ୧୭ ମଧ୍ୟରେ ତାଙ୍କ ସ୍ତ୍ରୀ ଏହି ଜୋନରୁ ଜିଲା ପରିଷଦ ସଭ୍ୟଭାବେ ନିର୍ବାଚିତ ହୋଇଥିଲେ। ସେ ପୂର୍ବରୁ ସଙ୍ଗଠନ ସହ ଜଡ଼ିତ ରହିଛନ୍ତି। ଏହା ତାଙ୍କ ସପକ୍ଷରେ ଅଧିକ ଭୋଟ ଜୁଟାଇବାରେ ସହାୟକ ହେବ ବୋଲି ସେ ଆଶା କରୁଛନ୍ତି। ଭାଜପା ପ୍ରାର୍ଥୀ ଲେଙ୍କା କହିଛନ୍ତି, ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। କାରଣ ଅନେକ ଲୋକ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇ ପରବର୍ତ୍ତୀ ସମୟରେ ଅସହଯୋଗ ପାଇଛନ୍ତି। ପ୍ରତି ପଞ୍ଚାୟତରେ ବିଜେଡି ସମର୍ଥିତ ଏକାଧିକ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ଥିବାରୁ କନ୍ଦଳ ଚାଲିଛି। ଅସନ୍ତୁଷ୍ଟ ପ୍ରାର୍ଥୀମାନେ ସ୍ବତଃ ଭାବେ ତାଙ୍କୁ ସ୍ବାଗତ କରୁଛନ୍ତି, ଯାହାକି ନିଆରା ପରିବେଶ ସୃଷ୍ଟି କରିଛି। କାଦୁଆପଡ଼ା, ମୁଦୁପୁର, ପିତେଇପୁର ପଞ୍ଚାୟତରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଲେଙ୍କା କହିଛନ୍ତି। କଂଗ୍ରେସ ପକ୍ଷରୁ କୁହାଯାଇଛି ପ୍ରାର୍ଥୀ ନାୟକ ଗତ ନିର୍ବାଚନରେ ବଳରାମପୁର ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଥିଲେ। ମାତ୍ର ୧୨୧ ଖଣ୍ଡ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। ସେ ଜଣେ ସାମାଜିକକର୍ମୀ, ଶିକ୍ଷାବିତ୍‌ ସାଙ୍ଗକୁ ଭଲ ସଙ୍ଗଠକ ଭାବେ ଜଣାଶୁଣା। ତେଣୁ ତାଙ୍କ ସପକ୍ଷରେ ଜନମତ ଆସିବ। ଏ ସମ୍ପର୍କରେ ନାୟକ କହିଛନ୍ତି, ସେ ପିତେଇପୁର, ଅଳସୁଧା ଓ ମୁଦୁପୁର ପଞ୍ଚାୟତର ପ୍ରତି ଘରେ ପହଞ୍ଚତ୍ ଭୋଟ ଭିକ୍ଷା କରିଛନ୍ତି। ଏହି ସମୟରେ ଆଶାତୀତ ସମର୍ଥନ ମିଳିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri