ପୁରୁଣା, ନୂଆମୁହଁକୁ ନେଇ ଲଢ଼େଇ

ଜଗତ୍‌ସିଂହପୁର ଅଫିସ,୩୧ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଗତ୍‌ସିଂହପୁର ୪ନଂ. ଜୋନ ସଭ୍ୟ ପଦ ଅଣସଂରକ୍ଷିତ ରହିଛି। ଗତ ନିର୍ବାଚନରେ ଏହି ଜୋନଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ଚଳିତ ଥର ଏହି ଆସନ ପାଇଁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ପୂର୍ବରୁ ରାଜନୀତି ସହ ସମ୍ପୃକ୍ତ ଥିବା ବେଳେ ଭାଜପା ପକ୍ଷରୁ ନୂଆ ମୁହଁ ଦିଆଯାଇଛି। ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଚଳାଇଥିବାବେଳେ ଜୋନରେ ତ୍ରିମୁଖୀ ଲଢେଇ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।
ଜଗତ୍‌ସିଂହପୁର ୪ ନଂ.ଜିଲା ପରିଷଦ ଜୋନ ଓଡ଼ିଶୋ, କାଦୁଆପଡ଼ା, ବଳରାମପୁର, ପିତେଇପୁର, ମୁଦୁପୁର ଓ ଅଳସୁଧାକୁ ନେଇ ଗଠିତ। ଜୋନରୁ ବିଜେଡି ପ୍ରାର୍ଥୀ ଭାବେ ବିବେକାନନ୍ଦ ବେହେରା, କଂଗ୍ରେସରୁ ନାରାୟଣ ନାୟକ, ଭାଜପାରୁ ଲିଙ୍ଗରାଜ ଲେଙ୍କା ଓ ବିଏସ୍‌ପିରୁ ପରିନା ବିବି ପ୍ରାର୍ଥୀ ହୋଇଛନ୍ତି। ତେବେ ବିଜେଡି, କଂଗ୍ରେସ ଓ ଭାଜପା ମଧ୍ୟରେ ଏଠାରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ କହିଛନ୍ତି।
ଗତ ନିର୍ବାଚନରେ ଏହି ଜୋନରୁ କଂଗ୍ରେସ ପ୍ରାର୍ଥୀ ଜାନକୀ ପ୍ରଧାନଙ୍କୁ ପରାସ୍ତ କରି ବିଜେଡିର ବିଳାସିନୀ ଦେବୀ ସଭ୍ୟ ହୋଇଥିଲେ। ଏଥର ମଧ୍ୟ ଅନୁରୂପ ଫଳ ବିଜେଡି ପ୍ରାର୍ଥୀ ବେହେରା ଆଶା କରିଛନ୍ତି। ଏ ସମ୍ପର୍କରେ ବେହେରା କହିଛନ୍ତି, ୨୦୧୨ରୁ ୧୭ ମଧ୍ୟରେ ତାଙ୍କ ସ୍ତ୍ରୀ ଏହି ଜୋନରୁ ଜିଲା ପରିଷଦ ସଭ୍ୟଭାବେ ନିର୍ବାଚିତ ହୋଇଥିଲେ। ସେ ପୂର୍ବରୁ ସଙ୍ଗଠନ ସହ ଜଡ଼ିତ ରହିଛନ୍ତି। ଏହା ତାଙ୍କ ସପକ୍ଷରେ ଅଧିକ ଭୋଟ ଜୁଟାଇବାରେ ସହାୟକ ହେବ ବୋଲି ସେ ଆଶା କରୁଛନ୍ତି। ଭାଜପା ପ୍ରାର୍ଥୀ ଲେଙ୍କା କହିଛନ୍ତି, ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। କାରଣ ଅନେକ ଲୋକ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇ ପରବର୍ତ୍ତୀ ସମୟରେ ଅସହଯୋଗ ପାଇଛନ୍ତି। ପ୍ରତି ପଞ୍ଚାୟତରେ ବିଜେଡି ସମର୍ଥିତ ଏକାଧିକ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ଥିବାରୁ କନ୍ଦଳ ଚାଲିଛି। ଅସନ୍ତୁଷ୍ଟ ପ୍ରାର୍ଥୀମାନେ ସ୍ବତଃ ଭାବେ ତାଙ୍କୁ ସ୍ବାଗତ କରୁଛନ୍ତି, ଯାହାକି ନିଆରା ପରିବେଶ ସୃଷ୍ଟି କରିଛି। କାଦୁଆପଡ଼ା, ମୁଦୁପୁର, ପିତେଇପୁର ପଞ୍ଚାୟତରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଲେଙ୍କା କହିଛନ୍ତି। କଂଗ୍ରେସ ପକ୍ଷରୁ କୁହାଯାଇଛି ପ୍ରାର୍ଥୀ ନାୟକ ଗତ ନିର୍ବାଚନରେ ବଳରାମପୁର ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଥିଲେ। ମାତ୍ର ୧୨୧ ଖଣ୍ଡ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। ସେ ଜଣେ ସାମାଜିକକର୍ମୀ, ଶିକ୍ଷାବିତ୍‌ ସାଙ୍ଗକୁ ଭଲ ସଙ୍ଗଠକ ଭାବେ ଜଣାଶୁଣା। ତେଣୁ ତାଙ୍କ ସପକ୍ଷରେ ଜନମତ ଆସିବ। ଏ ସମ୍ପର୍କରେ ନାୟକ କହିଛନ୍ତି, ସେ ପିତେଇପୁର, ଅଳସୁଧା ଓ ମୁଦୁପୁର ପଞ୍ଚାୟତର ପ୍ରତି ଘରେ ପହଞ୍ଚତ୍ ଭୋଟ ଭିକ୍ଷା କରିଛନ୍ତି। ଏହି ସମୟରେ ଆଶାତୀତ ସମର୍ଥନ ମିଳିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri