ଅକ୍ଷୟଙ୍କ ସହ ଫାଇଟ୍‌ ଟ୍ରେନିଂ ମଜାଦାର ଥିଲା: ହୁମା

ମୁମ୍ବାଇ: ବଲିଉଡ୍‌ର ଅଭିନେତ୍ରୀ ହୁମା କୁରେଶୀ ନିକଟରେ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମ ‘ବେଲ୍‌ ବଟମ୍‌’ ସେଟ୍‌ରୁ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ଅକ୍ଷୟ କୁମାରଙ୍କ ସହ ଫାଇଟ୍‌ କରୁଥିବା ଏବଂ କ୍ଲାଇମାକ୍ସ ସିନ୍‌ରେ ମାଡ ଖାଉଥିବା ନଜର ଆସିଛନ୍ତି। ଏହି ଭିଡିଓରେ ହୁମା ଫିଲ୍ମ ପାଇଁ ଅକ୍ଷୟ କୁମାରଙ୍କ ସହ ତାଙ୍କ ଫାଇଟିଂ ଦୃଶ୍ୟର ରିହର୍ସାଲ କରୁଛନ୍ତି। ଅକ୍ଷୟ କୁମାରଙ୍କ ସହ ଫାଇଟ୍‌ ଟ୍ରେନିଂ କରିବା ଏକ ମଜାଦାର ଅନୁଭୂତି ଥିଲା ବୋଲି ହୁମା କୁରେଶୀ ଏଥିରେ ଲେଖିଛନ୍ତି। ଭିଡିଓରେ ଅକ୍ଷୟ କହିଛନ୍ତି ଯେ ହୁମାଙ୍କ ସହ ଲଢିବା ପ୍ରକୃତରେ ଭଲ ଥିଲା। ଆକ୍ସନ୍‌ ଦୃଶ୍ୟ ପାଇଁ ସେ ଯେଉଁ ପରିଶ୍ରମ କରିଛନ୍ତି, ତାହା ଚଳଚ୍ଚିତ୍ରକୁ ଜୀବନ୍ତ କରିଦେବ।

Share