Categories: ଜାତୀୟ

ଧର୍ମ-ଭାଷା ନାମରେ ଲଢ଼େଇ କରାଯାଉଛି: ରାହୁଲ

ନୂଆଦିଲ୍ଲୀ,୧୮।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ମୋଦୀ ସରକାରଙ୍କ ଉପରେ କଟାକ୍ଷ କରିଛନ୍ତି। ଦେଶରେ ଘୃଣା ଏବଂ ହିଂସାର ପରିବେଶ। ଘୃଣା ବ୍ୟାପୁଛି, ଭୟ ବିସ୍ତାର କରୁଛି। ଗୋଟିଏ ଧର୍ମକୁ ଅନ୍ୟ ଧର୍ମ ସହ, ଗୋଟିଏ ଭାଷାକୁ ଅନ୍ୟ ଭାଷା ସହ ଲଢ଼ାଯାଉଛି। ଭାଇ ସହ ଭାଇ ଲଢ଼ୁଛି। ଏଥିରୁ ଦେଶ ଉପକୃତ ହେଉନାହିଁ ବୋଲି ରାହୁଲ କହିଛନ୍ତି।

ରାହୁଲ ମୋଦି ସରକାର ଏକଛତ୍ରବାଦୀ ଆଭିମୁଖ୍ୟ ଗ୍ରହଣ କରଥିବା ଅଭିଯୋଗ କରି କହିଛନ୍ତି, ସଂସଦରେ ସର୍ବସାଧାରଣ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିବା ବେଳେ ଆମକୁ କହିବାକୁ ଅନୁମତି ମିଳୁନାହିଁ। ଆମର ମାଇକ୍‌ ବନ୍ଦ କରିଦିଆଯାଏ।

ଏହାଛଡ଼ା ରାହୁଲ ଗଣମାଧ୍ୟମକୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ, ଗଣମାଧ୍ୟମ କେବେ ଦାରିଦ୍ର୍ୟ ପ୍ରସଙ୍ଗ ଉଠାଇଛି କି? ଅଗ୍ନିବୀରର ଅଭାବ ବିଷୟରେ କେବେ ଦେଖାଇଛି କି? କୃଷକମାନଙ୍କ ବିଷୟରେ ଦେଖାଇଛି କି? ଆଦୌ ନୁହେଁ। ଟିଭିରେ ଯାହା ଦେଖାଯାଉଛି ତାହା ପ୍ରଧାନମନ୍ତ୍ରୀଙ୍କ ଚେହେରା, ବଲିଉଡ୍‌ ଏବଂ କ୍ରିକେଟ ଖେଳାଳି ସମ୍ପର୍କୀତ ଖବର ରହିଛି। ଯଦି ମୁଦ୍ରାସ୍ପୀତି, ବେକାରୀ ସମସ୍ୟା ବିଷୟରେ ସ୍ବର ଉତ୍ତୋଳନ କରିବାକୁ ଚାହୁଁଛନ୍ତି ତେବେ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।

Share