ବିଜେଡି ଗଡ଼ରେ ତୀବ୍ର ଲଢ଼େଇ

ଢେଙ୍କାନାଳ ଅଫିସ, ୧୪ା୨: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ମତଦାନକୁ ହାତଗଣତି ଦିନ ବାକି ରହିଥିବାବେଳେ ପ୍ରଚାର ମଇଦାନ ସରଗରମ ହୋଇଉଠିଛି। ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ନିଜ ପକ୍ଷକୁ ଆଣିବାକୁ ଦିନରାତି ଏକ୍‌ କରିଦେଇଛନ୍ତି। ତେବେ ବିଜେଡିର ଗଡ଼ ଭାବେ ପରିଚିତ ବ୍ଲକ ଅନ୍ତର୍ଗତ ୩ନଂ. ଜୋନ୍‌ ଚଳିତ ନିର୍ବାଚନରେ ସାଧାରଣ ବର୍ଗ ମହିଳାଙ୍କ ଲାଗି ସଂରକ୍ଷିତ ଥିବାରୁ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି।
୨୦୧୭ ପଞ୍ଚାୟତ ନିର୍ବାଚନରେ ବ୍ଲକର ୪ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୩ଟି ଶାସକ ଦଳ ଅକ୍ତିଆର କରିଥିବାବେଳେ ଗୋଟିଏ ପଡ଼ିଥିଲା ଭାଜପା ଭାଗରେ। କଂଗ୍ରେସ ଅନ୍ୟ ଦୁଇ ଦଳଠାରୁ ବହୁ ଦୂରରେ ରହିଯାଇଥିଲା। ତେବେ ବିଜେଡିର ଗଡ଼ କୁହାଯାଉଥିବା ଏହି ବ୍ଲକର ସମସ୍ତ ଆସନ ହାତେଇବାକୁ ଏଥର ଭାଜପା ଏବଂ କଂଗ୍ରେସ କସରତ ଆରମ୍ଭ କରିଦେଇଥିବାବେଳେ ସମସ୍ତଙ୍କ ନଜର ଅଟକିଛି ୩ନଂ. ଜୋନ୍‌ ଉପରେ। ଗତ ନିର୍ବାଚନରେ ଏହି ଜୋନ୍‌କୁ କବ୍‌ଜା କରିଥିଲା ବିଜେଡି। ଏଠାରୁ ବିଜୟୀ ହୋଇଥିବା ଜିଲା ପରିଷଦ ପ୍ରାର୍ଥୀ କୋଦଣ୍ଡଧର ସାହୁ ଜିଲା ପରିଷଦ ଉପାଧ୍ୟକ୍ଷ ହୋଇଥିଲେ। ଶାସକ ଦଳ ପାଇଁ ଏହି ଜୋନ୍‌ ରକ୍ଷା କରିବା ସମ୍ମାନର ପ୍ରଶ୍ନ ହୋଇଛି। ଅନ୍ୟପଟେ ଭାଜପା, କଂଗ୍ରେସ ୩ନଂ. ଜୋନ୍‌ ଅକ୍ତିଆର କରି ନୂଆ ସମୀକରଣ ସୃଷ୍ଟି କରିବା ଲାଗି ସୁଯୋଗ ଉଣ୍ଡି ବସିଛନ୍ତି। ତେଣୁ ଚଳିତ ପଞ୍ଚାୟତ ଭୋଟରେ ୩ ପ୍ରମୁଖ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।
ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅର୍ଚ୍ଚନା ପୁହାଣଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ବିଧାୟକ ସୁଧୀର କୁମାର ସାମଲ। ଭାଜପାର ପ୍ରଣତି ତ୍ରିପାଠୀଙ୍କ ଲାଗି ଘର ଘର ବୁଲି ଭୋଟ ମାଗୁଛନ୍ତି ବରିଷ୍ଠ ଭାଜପା ନେତା ରୁଦ୍ରନାରାୟଣ ପାଣି ଏବଂ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର। ସେହିପରି କଂଗ୍ରେସର ରଶ୍ମିତା ନାୟକ ସାଙ୍ଗଠିନକ ନେତୃବୃନ୍ଦଙ୍କ ସହିତ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ପ୍ରାର୍ଥୀଙ୍କ ବିଜୟ ପରାଜୟ ମହିଳା ଭୋଟରଙ୍କ ଉପରେ ନିର୍ଭର କରୁଥିବାରୁ ଏସ୍‌ଏଚ୍‌ଜି ଏବଂ ଅନ୍ୟ ମହିଳା ସଙ୍ଗଠନଗୁଡ଼ିକୁ ପ୍ରଭାବିତ କରି ଭୋଟ ହାତେଇବାକୁ ସମସ୍ତେ ଲାଗିପଡ଼ିଛନ୍ତି, ଯାହାକୁ ନେଇ ଗ୍ରାମାଞ୍ଚଳ ରାଜନୀତି ସରଗରମ ହୋଇଉଠିଛି।

ଭାଗ୍ୟ ନିର୍ଦ୍ଧାରଣ କରିବେ ୩୦,୦୭୭ ଭୋଟର
ଗଁଦିଆ ବ୍ଲକ ଅଧୀନ ୩ନଂ. ଜିଲା ପରିଷଦ ଜୋନ୍‌ରେ ମୋଟ ଭୋଟରଙ୍କ ସଂଖ୍ୟା ୩୦ ହଜାର ୭୭। ତନ୍ମଧ୍ୟରେ ଗଁଦିଆ ପଞ୍ଚାୟତରେ ୩ ହଜାର ୭୯୧, କାଶୀପୁର ପଞ୍ଚାୟତରେ ୨ ହଜାର ୯୬୬, ଖଣ୍ଡବନ୍ଧ ପଞ୍ଚାୟତରେ ୫ ହଜାର ୧୪୮, ମନ୍ଦାର ପଞ୍ଚାାୟତରେ ୩ ହଜାର ୮୨୦, ମଠତେନ୍ତୁଳିଆ ପଞ୍ଚାୟତରେ ୫ ହଜାର ୨୩୫, ଷଡ଼ଙ୍ଗୀ ପଞ୍ଚାୟତରେ ୪ ହଜାର ୧୬୬, ବରଦା ପଞ୍ଚାୟତରେ ୨ ହଜାର ୧୯୦ ଏବଂ ଦିଗମ୍ବରପୁର ପଞ୍ଚାୟତରେ ୨ ହଜାର ୭୬୧ ଭୋଟର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri