ସୁରକ୍ଷା ଚିନ୍ତାରେ ସମ୍ମୁଖଯୋଦ୍ଧା

ଭୁବନ, ୨୧ା୫(ଡି.ଏନ.ଏ.) କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି। ଦ୍ରୁତଗତିରେ ବଢୁଥିବା ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି। ସଂକ୍ରମଣ ଚେନ୍‌ ଭାଙ୍ଗିବା ଏବଂ ମହାମାରୀକୁ ପ୍ରତିରୋଧ କରିବାକୁ ମେ ୨୪ରୁ ଘରକୁ ଘର ବୁଲି ସର୍ଭେ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସରକାର। ଅମ୍ଳଜାନ ସ୍ତର, ତାପମାତ୍ରା ଏବଂ ଲକ୍ଷଣ ଯାଞ୍ଚ ଦ୍ୱାରା ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ଚିହ୍ନଟ କରିହେବ ବୋଲି କୁହାଯାଉଛି। ହେଲେ ସମନ୍ବିତ ଶିଶୁ ବିକାଶ ସେବା (ଆଇସିଡିଏସ୍‌) ଆନୁକୂଲ୍ୟରେ କାର୍ଯ୍ୟରତ ଅଙ୍ଗନଓ୍ବାଡି କର୍ମୀଙ୍କୁ ଏଯାଏ ସର୍ଭେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇନାହିଁ। ବିନା ସୁରକ୍ଷା ସରଞ୍ଜାମରେ ଏଭଳି ଗୁରୁଦାୟିତ୍ୱ ଦିଆଯାଇଥିବା ବେଳେ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଭୁବନ ବ୍ଲକର ଏହି ସମ୍ମୁଖଯୋଦ୍ଧା।
ଢେଙ୍କାନାଳ ଜିଲାର ଭୁବନ ବ୍ଲକ କରୋନାର ନୂଆ ହଟ୍‌ସ୍ପଟ ପାଲଟିଛି। ଏନ୍‌ଏସି ସମେତ ବ୍ଲକର ଗ୍ରାମାଞ୍ଚଳରେ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ନୂଆ ସରକାରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ତଦନୁଯାୟୀ ଆସନ୍ତା ୨୪ ତାରିଖଠାରୁ ଘରକୁ ଘର ବୁଲି ସର୍ଭେ ଆରମ୍ଭ ହେବ। ଏଥିରେ ଏଏନ୍‌ଏମ୍‌, ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀ, ଗଁା କଲ୍ୟାଣ ସମିତି ସଦସ୍ୟଙ୍କ ସମେତ ବ୍ଲକ ଅଧୀନ ୧୮ ପଞ୍ଚାୟତର ୨୬୯ ଅଙ୍ଗନୱାଡି କର୍ମୀ ସାମିଲ ହୋଇଛନ୍ତି। କେବଳ ଭୁବନ ଏନ୍‌ଏସିର ୧୫ଟି ୱାର୍ଡ ପାଇଁ ୫୧ ଜଣ ଅଙ୍ଗନଓ୍ବାଡି କର୍ମୀଙ୍କୁ ନିୟୋଜିତ କରାଯାଇଛି। ସର୍ଭେକୁ ମଝିରେ ମାତ୍ର ୩ଦିନ ବାକିଥିବାବେଳେ ଏଯାଏ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଶିକ୍ଷଣ ଦିଆଯାଇନି। କିଟ୍‌ ମଧ୍ୟ ପ୍ରଦାନ କରାଯାଇନାହିଁ। ସର୍ଭେ ସମ୍ପର୍କରେ ଠିକ୍‌ ଭାବେ ଅବଗତ ନ ଥିବାରୁ ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ସେମାନଙ୍କ କହିବା କଥା, ସର୍ଭେ ସମୟରେ କ’ଣ ପ୍ରଶ୍ନ ପଚରାଯିବ, କିଭଳି ପରୀକ୍ଷା କରାଯିବ ଏବଂ ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରାଯାଇପାରିବ ତାହା ଜଣେ ସମ୍ମୁଖଯୋଦ୍ଧା ଜାଣିବା ନିହାତି ଆବଶ୍ୟକ। ଏହା ନ ହେଲେ ସର୍ଭେ ସଫଳ ହେବନାହିଁ। ଅନ୍ୟପଟେ ଲକ୍ଷଣବିହୀନ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଅଜାଣତରେ ସଂକ୍ରମଣର ଶିକାର ହେଲେ ଓଲଟି ସେମାନଙ୍କ ପରିବାର ଲୋକଙ୍କ ଜୀବନ ବିପଦରେ ପଡ଼ିବ। ତେଣୁ ତୁରନ୍ତ ପରୀକ୍ଷା କିଟ୍‌, ପିପିଇ କିଟ୍‌, ଆବଶ୍ୟକ ସୁରକ୍ଷା ସରଞ୍ଜାମ ଯୋଗାଇ ଦେବା ସହିତ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଅଙ୍ଗନଓ୍ବାଡି କର୍ମୀମାନେ ଦାବି କରିଛନ୍ତି।
କିଟ୍‌ ମିଳିନି କି ତାଲିମ ଦିଆଯାଇନି
ମେ ୨୪ ତାରିଖରୁ ଆଶାକର୍ମୀ ଏବଂ ଅଙ୍ଗନଓ୍ବାଡି କର୍ମୀମାନେ ଘରକୁ ଘର ବୁଲି ସର୍ଭେ କରିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏବେ ସୁଦ୍ଧା ସରକାରଙ୍କ ପକ୍ଷରୁ କିଟ୍‌ ମିଳିନାହିଁ। କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇନାହିଁ। ଏହାକୁ ନେଇ ଚିନ୍ତାରେ ପଡିଛୁ।
-ପ୍ରମୋଦିନୀ ତ୍ରିପାଠୀ, ସିଡିପିଓ, ଭୁବନ

କୌଣସି ସ୍ପଷ୍ଟ ତଥ୍ୟ ନାହିଁ
ସର୍ଭେରେ ନିୟୋଜିତ ହେବାକୁ ଥିବା ଅଙ୍ଗନଓ୍ବାଡି କର୍ମୀମାନେ ଲୋକଙ୍କୁ କିପରି ପରୀକ୍ଷା କରାଯିବ, ସେ ନେଇ ବାରମ୍ବାର ପଚାରୁଛନ୍ତି। ହେଲେ ଆମ ପାଖରେ ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ତଥ୍ୟ ନାହିଁ। ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗ କିମ୍ବା ଜିଲା ପ୍ରଶାସନ ପକ୍ଷରୁ ତଥ୍ୟ ମିଳିବ ବୋଲି ଅନୁମାନ କରୁଛୁ।
-ନିର୍ମଳା ସେଠୀ, ଅଙ୍ଗନୱାଡି ସୁପରଭାଇଜର

ପରିବାରକୁ ବିପଦ ବଢ଼ିବ
କରୋନା ସହିତ ଲଢ଼େଇ କରିବାକୁ ସରକାର ଆମକୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସ୍ବାଗତଯୋଗ୍ୟ। ହେଲେ ଏବେ ଯାଏ ସର୍ଭେ ସମ୍ପର୍କରେ ତାଲିମ ଦିଆଯାଇନାହିଁ। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଘରକୁ ଫେରିଲେ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ଏଥିପ୍ରତି ସରକାର ଗୁରୁତ୍ୱ ଦେବା ଜରୁରୀ।
-ବିଜୁଳିବତୀ ବେହେରା, ଅଙ୍ଗନୱାଡି କର୍ମୀ

ବିନା ପ୍ରସ୍ତୁତିରେ କାମ କରିବା କଷ୍ଟକର
ଆସନ୍ତା ୨୪ ତାରିଖରୁ ଏନ୍‌ଏସି ଅଞ୍ଚଳରେ ଘର ଘର ବୁଲି ସର୍ଭେ କରିବାକୁ ଦାୟିତ୍ୱ ମିଳିଛି। ହେଲେ ଅଦ୍ୟାବଧି ସୁରକ୍ଷା କିଟ୍‌ ପହଞ୍ଚତ୍ନାହିଁ। ସର୍ଭେ ପୂର୍ବରୁ କିଟ୍‌ ନ ପହଞ୍ଚତ୍ଲେ ସମସ୍ୟା ବଢ଼ିବ। ବିନା ପ୍ରସ୍ତୁତି ଏବଂ ପ୍ରଶିକ୍ଷଣରେ କାମ କରିବା କଷ୍ଟକର ହୋଇପଡ଼ିବ।
-ରଞ୍ଜିତା ଚୌଧୁରୀ, ଅଙ୍ଗନୱାଡି କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri