ସୁରକ୍ଷା ଚିନ୍ତାରେ ସମ୍ମୁଖଯୋଦ୍ଧା

ଭୁବନ, ୨୧ା୫(ଡି.ଏନ.ଏ.) କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି। ଦ୍ରୁତଗତିରେ ବଢୁଥିବା ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି। ସଂକ୍ରମଣ ଚେନ୍‌ ଭାଙ୍ଗିବା ଏବଂ ମହାମାରୀକୁ ପ୍ରତିରୋଧ କରିବାକୁ ମେ ୨୪ରୁ ଘରକୁ ଘର ବୁଲି ସର୍ଭେ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସରକାର। ଅମ୍ଳଜାନ ସ୍ତର, ତାପମାତ୍ରା ଏବଂ ଲକ୍ଷଣ ଯାଞ୍ଚ ଦ୍ୱାରା ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ଚିହ୍ନଟ କରିହେବ ବୋଲି କୁହାଯାଉଛି। ହେଲେ ସମନ୍ବିତ ଶିଶୁ ବିକାଶ ସେବା (ଆଇସିଡିଏସ୍‌) ଆନୁକୂଲ୍ୟରେ କାର୍ଯ୍ୟରତ ଅଙ୍ଗନଓ୍ବାଡି କର୍ମୀଙ୍କୁ ଏଯାଏ ସର୍ଭେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇନାହିଁ। ବିନା ସୁରକ୍ଷା ସରଞ୍ଜାମରେ ଏଭଳି ଗୁରୁଦାୟିତ୍ୱ ଦିଆଯାଇଥିବା ବେଳେ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଭୁବନ ବ୍ଲକର ଏହି ସମ୍ମୁଖଯୋଦ୍ଧା।
ଢେଙ୍କାନାଳ ଜିଲାର ଭୁବନ ବ୍ଲକ କରୋନାର ନୂଆ ହଟ୍‌ସ୍ପଟ ପାଲଟିଛି। ଏନ୍‌ଏସି ସମେତ ବ୍ଲକର ଗ୍ରାମାଞ୍ଚଳରେ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ନୂଆ ସରକାରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ତଦନୁଯାୟୀ ଆସନ୍ତା ୨୪ ତାରିଖଠାରୁ ଘରକୁ ଘର ବୁଲି ସର୍ଭେ ଆରମ୍ଭ ହେବ। ଏଥିରେ ଏଏନ୍‌ଏମ୍‌, ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀ, ଗଁା କଲ୍ୟାଣ ସମିତି ସଦସ୍ୟଙ୍କ ସମେତ ବ୍ଲକ ଅଧୀନ ୧୮ ପଞ୍ଚାୟତର ୨୬୯ ଅଙ୍ଗନୱାଡି କର୍ମୀ ସାମିଲ ହୋଇଛନ୍ତି। କେବଳ ଭୁବନ ଏନ୍‌ଏସିର ୧୫ଟି ୱାର୍ଡ ପାଇଁ ୫୧ ଜଣ ଅଙ୍ଗନଓ୍ବାଡି କର୍ମୀଙ୍କୁ ନିୟୋଜିତ କରାଯାଇଛି। ସର୍ଭେକୁ ମଝିରେ ମାତ୍ର ୩ଦିନ ବାକିଥିବାବେଳେ ଏଯାଏ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଶିକ୍ଷଣ ଦିଆଯାଇନି। କିଟ୍‌ ମଧ୍ୟ ପ୍ରଦାନ କରାଯାଇନାହିଁ। ସର୍ଭେ ସମ୍ପର୍କରେ ଠିକ୍‌ ଭାବେ ଅବଗତ ନ ଥିବାରୁ ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ସେମାନଙ୍କ କହିବା କଥା, ସର୍ଭେ ସମୟରେ କ’ଣ ପ୍ରଶ୍ନ ପଚରାଯିବ, କିଭଳି ପରୀକ୍ଷା କରାଯିବ ଏବଂ ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରାଯାଇପାରିବ ତାହା ଜଣେ ସମ୍ମୁଖଯୋଦ୍ଧା ଜାଣିବା ନିହାତି ଆବଶ୍ୟକ। ଏହା ନ ହେଲେ ସର୍ଭେ ସଫଳ ହେବନାହିଁ। ଅନ୍ୟପଟେ ଲକ୍ଷଣବିହୀନ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଅଜାଣତରେ ସଂକ୍ରମଣର ଶିକାର ହେଲେ ଓଲଟି ସେମାନଙ୍କ ପରିବାର ଲୋକଙ୍କ ଜୀବନ ବିପଦରେ ପଡ଼ିବ। ତେଣୁ ତୁରନ୍ତ ପରୀକ୍ଷା କିଟ୍‌, ପିପିଇ କିଟ୍‌, ଆବଶ୍ୟକ ସୁରକ୍ଷା ସରଞ୍ଜାମ ଯୋଗାଇ ଦେବା ସହିତ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଅଙ୍ଗନଓ୍ବାଡି କର୍ମୀମାନେ ଦାବି କରିଛନ୍ତି।
କିଟ୍‌ ମିଳିନି କି ତାଲିମ ଦିଆଯାଇନି
ମେ ୨୪ ତାରିଖରୁ ଆଶାକର୍ମୀ ଏବଂ ଅଙ୍ଗନଓ୍ବାଡି କର୍ମୀମାନେ ଘରକୁ ଘର ବୁଲି ସର୍ଭେ କରିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏବେ ସୁଦ୍ଧା ସରକାରଙ୍କ ପକ୍ଷରୁ କିଟ୍‌ ମିଳିନାହିଁ। କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇନାହିଁ। ଏହାକୁ ନେଇ ଚିନ୍ତାରେ ପଡିଛୁ।
-ପ୍ରମୋଦିନୀ ତ୍ରିପାଠୀ, ସିଡିପିଓ, ଭୁବନ

କୌଣସି ସ୍ପଷ୍ଟ ତଥ୍ୟ ନାହିଁ
ସର୍ଭେରେ ନିୟୋଜିତ ହେବାକୁ ଥିବା ଅଙ୍ଗନଓ୍ବାଡି କର୍ମୀମାନେ ଲୋକଙ୍କୁ କିପରି ପରୀକ୍ଷା କରାଯିବ, ସେ ନେଇ ବାରମ୍ବାର ପଚାରୁଛନ୍ତି। ହେଲେ ଆମ ପାଖରେ ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ତଥ୍ୟ ନାହିଁ। ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗ କିମ୍ବା ଜିଲା ପ୍ରଶାସନ ପକ୍ଷରୁ ତଥ୍ୟ ମିଳିବ ବୋଲି ଅନୁମାନ କରୁଛୁ।
-ନିର୍ମଳା ସେଠୀ, ଅଙ୍ଗନୱାଡି ସୁପରଭାଇଜର

ପରିବାରକୁ ବିପଦ ବଢ଼ିବ
କରୋନା ସହିତ ଲଢ଼େଇ କରିବାକୁ ସରକାର ଆମକୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ସ୍ବାଗତଯୋଗ୍ୟ। ହେଲେ ଏବେ ଯାଏ ସର୍ଭେ ସମ୍ପର୍କରେ ତାଲିମ ଦିଆଯାଇନାହିଁ। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଘରକୁ ଫେରିଲେ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ଏଥିପ୍ରତି ସରକାର ଗୁରୁତ୍ୱ ଦେବା ଜରୁରୀ।
-ବିଜୁଳିବତୀ ବେହେରା, ଅଙ୍ଗନୱାଡି କର୍ମୀ

ବିନା ପ୍ରସ୍ତୁତିରେ କାମ କରିବା କଷ୍ଟକର
ଆସନ୍ତା ୨୪ ତାରିଖରୁ ଏନ୍‌ଏସି ଅଞ୍ଚଳରେ ଘର ଘର ବୁଲି ସର୍ଭେ କରିବାକୁ ଦାୟିତ୍ୱ ମିଳିଛି। ହେଲେ ଅଦ୍ୟାବଧି ସୁରକ୍ଷା କିଟ୍‌ ପହଞ୍ଚତ୍ନାହିଁ। ସର୍ଭେ ପୂର୍ବରୁ କିଟ୍‌ ନ ପହଞ୍ଚତ୍ଲେ ସମସ୍ୟା ବଢ଼ିବ। ବିନା ପ୍ରସ୍ତୁତି ଏବଂ ପ୍ରଶିକ୍ଷଣରେ କାମ କରିବା କଷ୍ଟକର ହୋଇପଡ଼ିବ।
-ରଞ୍ଜିତା ଚୌଧୁରୀ, ଅଙ୍ଗନୱାଡି କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ଖାମେନେଇଙ୍କ ମୃତ୍ୟୁ ପରେ ଟ୍ରମ୍ପଙ୍କୁ ବଡ଼ ଅଫର୍‌ ଦେଲା ଇରାନ? ଚମକାଇଲା…

ତେହରାନ,୨୬।୩: ଆଜି ମଧ୍ୟପ୍ରାଚ୍ୟରେ ସଂଘର୍ଷର ୨୭ତମ ଦିନ। ଇରାନର ସର୍ୱୋଚ୍ଚ ନେତା ଖାମେନେଇଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କ ହତ୍ୟା ପରେ ମଧ୍ୟ, ଇରାନ ଆମେରିକା ଏବଂ…

ପ୍ରଥମେ ସହରରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳିବ ନା ଗାଁରେ, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬।୩: ଆଜିକାଲି ଲୋକଙ୍କ ମନରେ ଏକ ପ୍ରମୁଖ ପ୍ରଶ୍ନ ହେଉଛି ଯେ ସେମାନେ ପ୍ରଥମେ ସହରରେ ପ୍ରଥମେ ସିଲିଣ୍ଡର ପାଇବେ ନା ଗ୍ରାମାଞ୍ଚଳରେ। ବର୍ଦ୍ଧିତ ଚାହିଦା ଏବଂ…

ଯୁବକଙ୍କ ପାଇଁ ନାକେଦମ ହେଲାଣି ପୋଲିସ-ଦମକଳ ବାହିନୀ: ଟାଓ୍ବାର ଉପରକୁ ଚଢିଯିବାରୁ…

ମୋରଡା,୨୬।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବକଙ୍କ ପାଇଁ ପୋଲିସ ଓ଼ ଦମକଳ ବାହିନୀକୁ ନାକେଦମ…

ପୁଣିଥରେ ହେବ କି ୱାର୍କ ଫ୍ରମ୍ ହୋମ୍ ଏବଂ ସ୍କୁଲ ସଟ୍ ଡାଉନ? ଏପରି କିଛି କହିଦେଲେ ବିଶେଷଜ୍ଞ, ସମସ୍ତେ କାବା..

ନୂଆଦିଲ୍ଲୀ,୨୬।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ଏହା ବିଶ୍ୱର ଶକ୍ତି ଯୋଗାଣ ଏବଂ ଇନ୍ଧନ…

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ଜଗିବେ ୧୬ ପ୍ଲାଟୁନ ପୋଲିସ ଫୋର୍ସ

ପୁରୁଣା ଭୁବନେଶ୍ୱର,୨୬ା୩(ସୁବାସ ଚନ୍ଦ୍ର ପ୍ରଧାନ):ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଗୁରୁବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୫ଟି ସ୍ଥାନରେ ଚାଲିଛି ତନାଘନା

ଭଞ୍ଜନଗର,୨୬୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ଭାରତ ସମେତ ଏହି ୫ଦେଶକୁ ଇରାନ କହିଲା ଭଲ ବନ୍ଧୁ, ଯୁଦ୍ଧ ଭିତରେ କରିଦେଲା ବଡ଼ ଘୋଷଣା, ଟ୍ରମ୍ପ ଶୁଣି ଛାନିଆ!

ତେହରାନ,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦର ୨୭ତମ ଦିନରେ, ଇରାନ ଏକ ଆଶ୍ୱସ୍ତିକର ଖବର ଦେଇଛି। ଇରାନର ଉପ-ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଘୋଷଣା କରିଛନ୍ତି ଯେ ଭାରତ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri