ମଇଦାନରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଲଢ଼େଇ

ଖଡିଆଳ,୧୨।୨(ଡି.ଏନ୍‌.ଏ.): ନିର୍ବାଚନ ମଇଦାନରେ ୭୫ ବର୍ଷ ବୟସ୍କ ଅବସରପ୍ରାପ୍ତ ଶିକ୍ଷକ। ଦୀର୍ଘ ୪୦ ଧରି ଶିକ୍ଷକତା ଜୀବନରୁ ଅବସର ନେବା ପରେ ବର୍ତ୍ତମାନ ପଞ୍ଚୟତର ଦାୟିତ୍ୱ ନେବା ପାଇଁ ଆଗଭର ହୋଇ ନିର୍ବାଚନ ଲଢୁୁଛନ୍ତି। ସେ ହେଲେ ନୂଆପଡା ଜିଲା ଖଡିଆଳ ବ୍ଲକ ରିଷିଗାଁର ଅବସରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ସିଂହ ବାବୁ।

ବର୍ତ୍ତମାନ ସେ ରିଷିଗାଁ ପଞ୍ଚୟତର ସରପଞ୍ଚ ପ୍ରାର୍ଥୀ। ରିଷିଗାଁ ପଞ୍ଚୟତର ସରପଞ୍ଚ ପଦବୀ ପାଇଁ ମୋଟ ୯ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ତେବେ ସବୁଠାରୁ ମଜା କଥା ହେଲା ଅନ୍ୟ ଯେଉଁ ୮ଜଣ ନିର୍ବାଚନ ମଇଦାନରେ ଅଛନ୍ତି କିଏ ତାଙ୍କର ଶିଷ୍ୟ ତ ଅନ୍ୟ କେଉଁ ପ୍ରାର୍ଥି ତାଙ୍କର ଶିଷ୍ୟଙ୍କ ପୁଅ। ଫଳରେ ଏଠାରେ ସରପଞ୍ଚ ନିର୍ବାଚନ ଏକ ପ୍ରକାର ଗୁର-ଶିଷ୍ୟଙ୍କ ମଧ୍ୟରେ ଲଢ଼େଇ ହେଉଛି। ଗଙ୍ଗଧର ସିଂହ ବାବୁ ଶିକ୍ଷକତା ଜୀବନ ପରେ ଗତ ନଭେମ୍ବର ୨୦୦୬ରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ। ଏହା ସତ୍ତେ ମଧ୍ୟ ଲୋକଙ୍କୁ ସେବାରେ ନିଜକୁ ନିୟୋଜିତ କରି ନିଜ ଗାଁ ତଥା ପଞ୍ଚାୟତ ବିକାଶ କରିବା ପାଇଁ ଆଗଭର ହୋଇଛନ୍ତି। ବର୍ତ୍ତମାନ ସେ ଘର ଘର ବୁଲି ଭୋଟଭିକ୍ଷା କରୁଥିବା ବେଳେ ନିର୍ବାଚନରେ ବିଜୟୀ ହେବା ନେଇ ସେ ଆଶାବାଦୀ ଥିବା କହିଛନ୍ତି।