ରାଜନୀତି ସରଗରମ: ୨୩୦ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ

ଝାରସୁଗୁଡ଼ା ଅଫିସ,୧୫ା୩: ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର, ଝାରସୁଗୁଡା ଓ ବେଲପାହାଡ଼ ପୌର ପରିଷଦରେ ଅଧ୍ୟକ୍ଷ ଓ କାଉନ୍‌ସିଲର ପଦ ପାଇଁ ସମୁଦାୟ ୨୫୪ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ଶେଷଦିନ ସୋମବାର ସୁଦ୍ଧା ୨ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଓ ୨୨ଜଣ କାଉନ୍‌ସିଲର ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହର କରିନେଇଛନ୍ତି। ଫଳରେ ମଇଦାନରେ ୨୩୦ଜଣ ପ୍ରାର୍ଥୀ ରହିଛନ୍ତି। ଏଥିମଧ୍ୟରେ ୧୬ ଅଧ୍ୟକ୍ଷ ଓ ୨୧୪ କାଉନ୍‌ସିଲର ପ୍ରାର୍ଥୀ ରହିଛନ୍ତି।

ଝାରସୁଗୁଡ଼ା ପୌର ପରିଷଦରୁ ୬, ବ୍ରଜରାଜନଗରରୁ ୧୪ ଓ ବେଲପାହାଡ ପୌର ପରିଷଦରୁ ୨ଜଣ କାଉନ୍‌ସିଲର ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିଛନ୍ତି। ଅଧ୍ୟକ୍ଷ ପ୍ରାର୍ଥୀଙ୍କ ମଧ୍ୟରେ ବେଲପାହାଡ଼ ପୌର ପରିଷଦରୁ ୨ଜଣ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିଛନ୍ତି। ସେମାନେ ହେଲେ ସ୍ବାଧୀନ ପ୍ରାର୍ଥୀ ଦେବୀ ପ୍ରସାଦ ମିଶ୍ର ଓ କୁଳମଣି ସୁନା। ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ଏବେ ଝାରସୁଗୁଡା ପୌର ପରିଷଦରେ ଅଧ୍ୟକ୍ଷ ପଦପାଇଁ ୬ଜଣ ଓ କାଉନ୍‌ସିଲର ୭୯ପ୍ରାର୍ଥୀ, ବ୍ରଜରାଜନଗର ପୌର ପରିଷଦରେ ଅଧ୍ୟକ୍ଷ ପଦ ପାଇଁ ୫ଜଣ ଓ ୭୬ କାଉନ୍‌ସିଲର, ବେଲପାହାଡ ପୌର ପରିଷଦରେ ଅଧ୍ୟକ୍ଷ ପଦପାଇଁ ୫ଜଣ ଓ ୫୯କାଉନ୍‌ସିଲର ପ୍ରାର୍ଥୀ ରହିଛନ୍ତି।