ରୁଷିଆ ବିରୋଧରେ ଲଢ଼ିବାକୁ ଏମିତି ପଦକ୍ଷେପ ନେଲେ ନବଦମ୍ପତି

କ୍ୱିଭ୍‌,୨୮ା୨: ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ କମିବାର ନାଁ ନେଉନି। ରୁଷିଆ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିବାରୁ ଏହାର ଜବାବ ମଧ୍ୟ ଦେଉଛି ୟୁକ୍ରେନ। ଦେଶ ମାଟିକୁ ରକ୍ଷା କରିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଛନ୍ତି ୟୁକ୍ରେନବାସୀ। ସେ ମଡେଲ ହୁଅନ୍ତୁ କିନ ରାଜନେତା। ସମସ୍ତେ ରୁଷିଆ ବିରୋଧରେ ଲଢ଼ିବାକୁ ଅଣ୍ଟଶ ଭିଡ଼ିଛନ୍ତି। ଏପରି ସ୍ଥିତିରେ ୟୁକ୍ରେନର ଏକ ନବ ଦମ୍ପତି ଦାମ୍ପତ୍ୟ ଜୀବନକୁ ପଛରେ ପକାଇ ଦେଶ ମାତୃକାର ରକ୍ଷା କରିବାକୁ ଆଗେଇ ଆସିଛନ୍ତି।


ଏହି ଦମ୍ପତି ହେଲେ ସୁଇଟୋସ୍ଲାଭ୍‌ ଫୁର୍ସିନ ଏବଂ ୟରିନା ଆରିଭା। ଯିଏକି ଫେବୃୟାରୀ ୨୨ରେ ବିବାହ କରିଥିଲେ। ବିବାହ ପରେ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ଏହି ନବଦମ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ବାଧ୍ୟ କଲା।

୨୪ ବର୍ଷୀୟ ସୁଇଟୋସ୍ଲାଭ୍‌ ଫୁର୍ସିନ ଏବଂ ୨୧ ବର୍ଷୀୟ ୟାରିନା ଆରିଭାଙ୍କ ବିବାହ ଗତ ୨୨ ତାରିଖରେ ହୋଇଥିଲା। ଏହି ଦମ୍ପତି ସେଣ୍ଟ ମାଇକେଲଙ୍କ ସହ ରହିବାକୁ ଏବଂ ମରିବାକୁ ପ୍ରତିଜ୍ଞା କରିଥିଲେ। ସେତେବେଳେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ କଡ଼ାକଡ଼ି କରିବାକୁ ଲାଗିଲେ। ରାଜଧାନୀ କଳିଯୁଗରେ ଉପସ୍ଥିତ ଏହି ଦମ୍ପତିଙ୍କ ଜୀବନର ସବୁଠାରୁ ଖୁସିର ଦିନ ଏକ ଭୟାନକ ପରିସ୍ଥିତିରେ ପରିଣତ ହେଲା। ସେତେବେଳେ ସେମାନେ ନିଜ ଖୁସିକୁ ବଳି ପକାଇ ମାଟି ମା’ର ସୁରକ୍ଷା ପାଇଁ ଆଗେଇ ଆସିଲେ। ନବଦମ୍ପତିଙ୍କ ଏପରି କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।

Share