Categories: ଜାତୀୟ

ବାୟୁସେନା ଯୁଦ୍ଧ ବିମାନ ମିଗ -୨୧ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍‌ ମୃତ

ଚଣ୍ଡିଗଡ଼,୨୧।୫: ପଞ୍ଜାବର ମୋଗା ନିକଟରେ ଭାରତୀୟ ବାୟୁସେନା ଏକ ଯୁଦ୍ଧ ବିମାନ ମିଗ -୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଶିକ୍ଷଣ ସମୟରେ ପ୍ରାପ୍ତ ସୂଚନା ଅନୁଯାୟୀ, ପାଇଲଟ ଅଭିନାଭ ରାଜସ୍ଥାନର ସୁରତଗଡରୁ ମିଗ -୨୧ର ଉଡାଣ କରିଥିଲେ। ଏହି ସମୟରେ ବାଘପୁରାନା ନିକଟରେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ପାଇଲଟ ଅଭିନାଭଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର ସୂଚନା ପାଇବା ପରେ ଘଟଣା ସ୍ଥଳରେ ବାୟୁସେନା ଦଳ ପଠାଯାଇଥିଲା। ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ଅଭିନାଭଙ୍କ ପତ୍ତା ମିଳିପାରି ନ ଥିଲା। କିଛି ସମୟ ଧରି ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଅଭିନାଭଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣାର କାରଣ ଅନୁସନ୍ଧାନ କରିବାକୁ ବାୟୁସେନା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା କିପରି ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Share