Categories: ଜାତୀୟ

ପଶ୍ଚିମବଙ୍ଗରେ ଲଢି ଜିତନ୍ତୁ ଅମିତ ଶାହା, ତାଙ୍କୁ ରାଜ୍ୟର ଗୃହ ମନ୍ତ୍ରୀ କରିଦେବି: ମମତା

କୋଲକାତା,୧୨।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଦେଖାଦେଇଛି। ଖାସ୍‌ ଭାବେ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟ ବାକ୍‌ଯୁଦ୍ଧ ଲାଗି ରହିଛି। ନିକଟରେ ଏକ ସାକ୍ଷାତକାରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ଉପରେ ବର୍ଷିଛନ୍ତି। ନିକଟରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଥିଲେ ଏଥର ନିର୍ବାଚନରେ ମମତା ନିଜ ଆସନରୁ ହାରିବେ। ନନ୍ଦିଗ୍ରାମରୁ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଥିବା ମମତା ଏହାର ଜବାବରେ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀ ଏଭଳି କଥା କହିବା ଆଦୌ ଶୋଭା ପାଉନାହିଁ।ଅମିତ ଶାହା ଯଦି ପଶ୍ଚିମବଙ୍ଗରୁ ନିର୍ବାଚନ ଲଢି ଜିତିବେ ତେବେ ମୁଁ ତାଙ୍କୁ ରାଜ୍ୟ ଗୃହ ମନ୍ତ୍ରୀ କରିଦେବି। ଆଦୌ ଚିନ୍ତା କରନ୍ତୁ ନାହିଁ ଏଥର ପଶ୍ଚିମବଙ୍ଗରେ ଟିଏମ୍‌ସି ହିଁ ଜିତିବ। ମୁଁ ଅମିତ ଶାହାଙ୍କୁ ଭାଇ ଡାକୁଛି, ତେଣୁ ତାଙ୍କ ପୁଅ ମୋର ଭଣଜା ହେବ। ମୁଁ କିନ୍ତୁ ଏମିତି ରାଜନୀତି କରିବାକୁ ପସନ୍ଦ କରେ ନାହିଁ ବୋଲି ସେ କହିଛନ୍ତି।

Share