ବାରିପଦା ବସ୍‌ଷ୍ଟାଣ୍ଡରେ ବୁଲିଲା ଖଣ୍ଡା-ଭୁଜାଲି, ୫ ଗୁରୁତର

ବାରିପଦା,୨୧ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଘରୋଇ ବସ ଚଳାଚଳକୁ ନେଇ ଶୁକ୍ରବାର ରାତିରେ ବାରିପଦା ବସଷ୍ଟାଣ୍ଡରେ ବୁଲିଛି ଖଣ୍ଡା-ଭୁଜାଲି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ ମାରଣାସ୍ତ୍ରରେ ଗୋଟିଏ ଗୋଷ୍ଠୀର ଅତର୍କିତ ଆକ୍ରମଣ ଯୋଗୁ ୫ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବାରିପଦା ପିଆରଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ହେଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଘଟଣାକୁ ନେଇ ବସ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।

ଅପରପକ୍ଷେ ବାରିପଦା ଭଳି ଶାନ୍ତିପ୍ରିୟ ସ୍ଥାନରେ ଏଭଳି ହଣାକଟା ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିବା ନେଇ ସାଧାରଣରେ ଆଲୋଚନା ହେଉଛି । ତେବେ ଘଟଣାକୁ ନେଇ ବସ ମାଲିକ ସଂଘ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଆମେ ଭାରତ ବିପକ୍ଷରେ ବିଶ୍ବକପ୍ ଖେଳିବୁ ନାହିଁ..ବୟକଟ ନିଷ୍ପତ୍ତିକୁ ଦୋହରାଇଲେ ଶେହବାଜ ଶରିଫ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବର୍ଜନ କରିବାର ଦେଶର ନିଷ୍ପତ୍ତିକୁ ଦୋହରାଇଛନ୍ତି । ସେ କହିଛନ୍ତି…

ମୁଣ୍ଡ ଟେକିଲା ବିତର୍କ: ଆମେରିକୀୟ କୃଷି ଉତ୍ପାଦ ଉପରେ ଭାରତ କଷିବନି ଟାରିଫ୍‌

ନ୍ୟୁୟର୍କ/ ଓ୍ବାଶିଂଟନ୍‌/ ନୂଆଦିଲ୍ଲୀ, ୫ା୨:ନୂଆଦିଲ୍ଲୀ ଏବଂ ଓ୍ବାଶିଂଟନ୍‌ ମଧ୍ୟରେ କିଛି ମାସର ବାଣିଜି୍ୟକ ଅନିଶ୍ଚିତତା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃଆରୀ ୨ରେ ଐତିହାସିକ ଟ୍ରେଡ୍‌…

ଆଜି WPL ଫାଇନାଲ୍, ପ୍ରଥମ ଟାଇଟଲ ଲକ୍ଷ୍ୟରେ ଦିଲ୍ଲୀ

ଭଦୋଦରା,୫।୨(ପି.ଟି.): ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣରେ ଗୁରୁବାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଟାଇଟଲ ମୁକାବିଲାରେ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri