ରାଜଧାନୀରେ ପଞ୍ଚମ ଲହର, ଦୈନିକ ସଂକ୍ରମଣ ୧୦ ହଜାର ଛୁଇଁବା ଆଶଙ୍କା…

ନୂଆଦିଲ୍ଲୀ, ୫।୧ : ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ପଞ୍ଚମ ଲହର ଆରମ୍ଭ ହୋଇଛି ବୋଲି ସ୍ବାସ୍ଥ୍ୟନ୍ତ୍ରୀ ସତ୍ୟୈନ୍ଦ୍ର ଜୈନ୍‌ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ସମ୍ଭବତଃ ଦିଲ୍ଲୀରେ କରୋନା ପଞ୍ଚମ ଲହର ଆରମ୍ଭ ହୋଇ ସାରିଛି। ବୁଧବାର ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଛୁଇଁବାର ଆଶଙ୍କା ରହିଥିବା ସେ କହିଛନ୍ତି।

ଦେଶରେ କରୋନାର ତୃତୀୟ ଲହର ଏବଂ ଦିଲ୍ଲୀରେ ପଞ୍ଚମ ଲହର ଆସିଥିବା ସେ କହିଛନ୍ତି। ଦିଲ୍ଲୀରେ ପଜିଟିଭିଟି ହାର ୧୦ ପ୍ରତିଶତ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସମ୍ପ୍ରତି ଦେଶରେ ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତଙ୍କଠାରେ ସାଧାରଣ ଲକ୍ଷଣ ପ୍ରକାଶ ପାଉଛି। ତେଣୁ ଭୟଭୀତ ନ ହୋଇ କରୋନା ମାର୍ଗଦର୍ଶନ ପାଳନ କରିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ ପିନ୍ଧିବା ଆଦି ପାଳନ କରିବା ଜରୁରୀ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଦିଲ୍ଲୀ ସମସ୍ତ ହସ୍ପିଟାଲରେ ୪୦ ପ୍ରତିଶତ ବେଡ୍‌ ସଂରକ୍ଷିତ ରହିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ଏହା ସହିତ ଆବଶ୍ୟକତା ଅନୁସାରେ ଅକ୍ସିଜେନ୍‌ ଷ୍ଟକ୍‌ ରଖାଯାଇଥିବା ସେ କହିଛନ୍ତି। ସେହିପରି ଓମିକ୍ରନ୍‌ ଆକାନ୍ତଙ୍କୁ ଚିହ୍ନଟ କରିବା ଲାଗି ହେଉଥିବା ଜିନୋକ ସିକ୍ୱେନ୍ସିଂ ପରୀକ୍ଷା ଆଉ ସମ୍ଭବ ହେଉନାହିଁ। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା କଷ୍ଟକର ହୋଇପଡ଼ିଛି ବୋଲି ସେ କହିଛନ୍ତି।

Share