Posted inଖେଳ

ପଞ୍ଚମ ଟେଷ୍ଟ: ବିଜୟ ଲକ୍ଷ୍ୟରେ ଭାରତ

ଲଣ୍ଡନ,୨ା୮: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ଦୃଢ଼ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ୨୨୪ ରନ କରିଥିବା ଭାରତ ପ୍ରତିପକ୍ଷ ଇଂଲଣ୍ଡକୁ ୨୪୭ ରନରେ ସୀମିତ ରଖିଥିଲା। ଫଳରେ ୨୩ ରନରେ ପଛୁଆ ଥିବା ଭ୍ରମଣକାରୀ ଭାରତ ଦ୍ୱିତୀୟ ଇନିଂସରେ ତୃତୀୟ ଦିନ ୭୭ ଓଭର ଶେଷ ସୁଦ୍ଧା ୭ ଉଇକେଟ ହରାଇ ୩୨୭ ରନ କରିଛି। ରବୀନ୍ଦ୍ର ଜାଡେଜା ୩୬ ଓ ଓ୍ବାଶିଂଟନ ସୁନ୍ଦର ୪ ରନରେ ବ୍ୟାଟିଂ କରୁଛନ୍ତି। ମ୍ୟାଚ୍‌ରେ ଏବେ ଭାରତୀୟ ଦଳ ହାତରେ ୩ ଉଇକେଟ ସୁରକ୍ଷିତ ରଖି ୩୦୪ ରନରେ ଆଗରେ ରହିଛି। ମ୍ୟାଚ୍‌ ବେଳେ ଭାରତୀୟ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ଗ୍ରାଉଣ୍ଡରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

ତୃତୀୟ ଦିନ ତଥା ଶନିବାର ଭାରତୀୟ ଦଳ ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୭୫/୨ରୁ ବ୍ୟାଟିଂ ଆରମ୍ଭ କରିଥିଲା। ପୂର୍ବଦିନ ଅପରାଜିତ ଥିବା ବ୍ୟାଟର ଯଶସ୍ବୀ ଜୟସ୍ବାଲ ଓ ନାଇଟ୍‌ଓ୍ବାଚ ମ୍ୟାଚ୍‌ ଭାବେ ଚତୁର୍ଥ କ୍ରମରେ ବ୍ୟାଟିଂ କରିଥିବା ଆକାଶ ଦୀପ ଧୈର୍ଯ୍ୟର ସହ ପ୍ରାୟତଃ ପ୍ରଥମ ସେସନ ଖେଳିଥିଲେ।

ଜୟସ୍ବାଲ ୧୪ ଚୌକା ଓ ୨ ଛକା ସହାୟତାରେ ୧୧୮ ରନର ଶତକୀୟ ପାଳି ଖେଳି ଆଉଟ୍‌ ହୋଇଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ଥିଲା। ଆକାଶ ୬୬ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ଥିଲା। ଦୁହେଁ ଆଉଟ୍‌ ହେବା ପୂର୍ବରୁ ତୃତୀୟ ଉଇକେଟରେ ୧୦୭ ରନ୍‌ ଯୋଡ଼ିଥିଲେ। ଅଧିନାୟକ ଶୁବମନ ଗିଲ (୧୧) ଓ କରୁଣ ନାୟର (୧୭) ବିଫଳ ହୋଇଥିଲେ। ଦୁହେଁ ଗସ୍‌ ଆଟକିନସନଙ୍କ ବଲରେ ଆଉଟ୍‌ ହୋଇଥିଲେ। ଏହାପରେ ଜାଡେଜା ଓ ଜୁରେଲ ସପ୍ତମ ଉଇକେଟରେ ୫୦ ରନ ଯୋଡ଼ିଥିଲେ। ଦଳୀୟ ସ୍କୋର ୩୨୩ ହୋଇଥିବା ବେଳେ ଜୁରେଲ ୩୪ ରନ କରି ପାଭିଲିଅନ ଫେରିଥିଲେ। ଇଂଲଣ୍ଡ ପକ୍ଷରୁ ଆଟକିନସନ ୩ ଉଇକେଟ ନେଇଥିବା ବେଳେ ଜୋଶ ଟଙ୍ଗ ଓ ଜେମି ଓଭରଟନ ଦୁଇଟି ଲେଖାଏ ଉଇକେଟ ହାତେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri