Posted inଖେଳ

ପଞ୍ଚମ ଆଶେସ୍‌ ଟେଷ୍ଟ: ପ୍ରଥମ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ୨୧୧/ ୩

ସିଡ୍‌ନୀ,୪ା୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ରବିବାରଠାରୁ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍‌ସିଜି)ରେ ପଞ୍ଚମ ତଥା ଅନ୍ତିମ ଆଶେସ୍‌ ଟେଷ୍ଟ କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଜୋ ରୁଟ୍‌ ଓ ହ୍ୟାରୀ ବ୍ରୁକ୍‌ଙ୍କ ୧୫୪ ରନ୍‌ର ଭାଗୀଦାରିତା ଯୋଗୁ ଇଂଲଣ୍ଡ ପ୍ରଥମ ଦିନ ଶେଷ ପର୍ଯ୍ୟନ୍ତ ୩ ଉଇକେଟ ହରାଇ ୨୧୧ ରନ୍‌ କରିଛି। ଖରାପ ଆଲୋକ ଓ ଘଡ଼ଘଡ଼ି ସହ ବର୍ଷା କାରଣରୁ ଟି’ ପରେ ଖେଳ ସମ୍ଭବ ହୋଇପାରି ନ ଥିଲା।

ମ୍ୟାଚ୍‌ ଆରମ୍ଭ ପୂର୍ବରୁ ନିକଟ ବୋଣ୍ଡି ବିଚ୍‌ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପୀଡ଼ିତଙ୍କ ଲାଗି ଗାର୍ଡ ଅଫ୍‌ ଅନର ଓ ଉପସ୍ଥିତ ଦର୍ଶକଙ୍କ ଷ୍ଟାଣ୍ଡିଂ ଓଭେଶନ ଜରିଆରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଅଷ୍ଟ୍ରେଲିଆନ୍‌ ବ୍ୟାଟର ଉସ୍ମାନ୍‌ ଖ୍ବାଜାଙ୍କ ଲାଗି ଏହା ବିଦାୟୀ ଟେଷ୍ଟ ମ୍ୟାଚ୍‌ ଥିବା ବେଳେ ଅଷ୍ଟ୍ରେଲିଆର ଚୂଡ଼ାନ୍ତ ଏକାଦଶରେ କୌଣସି ସ୍ପିନରଙ୍କୁ ସାମିଲ କରାଯାଇ ନାହିଁ, ଯାହାକି ୧୮୮୮ ପରେ ଏସ୍‌ସିଜିରେପ୍ରଥମ ଘଟଣା।

ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜ୍ୟାକ୍‌ କ୍ରଲି ଓ ବେନ ଡକେଟ ପ୍ରଥମ ଉଇକେଟରେ ୩୫ ରନ୍‌ କରିଥିଲେ। ମାଇକେଲ ନେସରଙ୍କ ବଲ୍‌ରେ କ୍ରଲି (୧୬) ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ହେବାରୁ ଏହି ଯୋଡ଼ି ଭାଙ୍ଗିଥିଲା। ତାଙ୍କ ପରେ ଡକେଟ୍‌ ୨୭ ରନ୍‌କରି ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ଉଇକେଟ ପଛରେ କ୍ୟାଚ୍‌ଆଉଟ୍‌ ହୋଇଥିଲେ। ତୃତୀୟ କ୍ରମରେ ବ୍ୟାଟିଂ ଆସିଥିବା ଜାକବ ବେଥେଲ(୧୦) ମଧ୍ୟ ବିଫଳ ହୋଇଥିଲା। ଇଂଲଣ୍ଡ ୫୭ ରନ୍‌ରେ ୩ ଉଇକେଟ ହରାଇ ସଙ୍କଟରେ ଥିବା ବେଳେ ରୁଟ୍‌ ଓ ବ୍ରୁକ ଦାୟିତ୍ୱ ସମ୍ଭାଳିଥିଲେ। ଦୁହେଁ ଧୈର୍ଯ୍ୟର ସହ ବ୍ୟାଟିଂକରି ଦଳୀୟ ସ୍କୋରକୁ ପ୍ରଥମେ ୧୦୦ ଓ ପରେ ୨୦୦ ଅତିକ୍ରମ କରାଇଥିଲେ। ଦୁହେଁ ଅବିଭାଜିତ ଚତୁର୍ଥ ଉଇକେଟ ପାଇଁ ୧୫୪ ରନ୍‌ ଯୋଡ଼ିଥିଲେ। ଆଲୋକ ଅଭାବ କାରଣରୁ ଟି’ର ୧୫ ମିନିଟ୍‌ ପୂର୍ବରୁ ଖେଳକୁ ରୋକାଯାଇଥିଲା। ହେଲେ ଏହାପରେ ଘଡ଼ଘଡ଼ି ସହ ବର୍ଷା ଯୋଗୁ ଖେଳ ସମ୍ଭବ ହୋଇ ନ ଥିଲା। ଫଳରେ ଇଂଲଣ୍ଡ ପ୍ରଥମ ଦିନ ଶେଷସୁଦ୍ଧା ୪୫ ଓଭରରେ ୩ ଉଇକେଟ ହରାଇ ୨୧୧ ରନ୍‌ କରିଛି। ଷ୍ଟମ୍ପ୍‌ ଅପସାରଣ ବେଳକୁ ରୁଟ୍‌ ୭୨(୮ ଚୌକା) ଓ ବ୍ରୁକ୍‌ ୭୮(୬ ଚୌକା, ୧ ଛକା) ରନ୍‌ରେ ଅପରାଜିତ ରହିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ, ନେସର ଓ ସ୍କଟ୍‌ ବୋଲାଣ୍ଡ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri