Categories: ଖେଳ

ପଞ୍ଚମ ଆଧାର କାର୍ଡ଼ କ୍ରିକେଟ: ସୁଆଙ୍ଗ ଚାମ୍ପିୟନ

ପୁରୁଣା ଭୁବନେଶ୍ୱର,୨୦ା୩ (ଡିଏନ୍‌ଏ): ସ୍ଥାନୀୟ ସୁଆଙ୍ଗ ସ୍ଥିତ ଚ୍ୟାଲେଞ୍ଜ କ୍ରିକେଟ ଆସୋସିଏସନ ଆନୂକୁଲ୍ୟରେ ଅନୁଷ୍ଠିତ ୫ମ ଅଧାରକାର୍ଡ଼ କ୍ରିକେଟ ଟୁର୍ନାମେଣ୍ଟରେ ଆୟୋଜକ ସୁଆଙ୍ଗ ଚାମ୍ପିୟନ ହୋଇଛି। ରବିବାର ଫାଇନାଲ ମ୍ୟାଚରେ ଗଙ୍ଗପଡ଼ାକୁ ୨୪ ରନ୍‌ରେ ହରାଇଥିଲା ଦଳ। ଟସ୍‌ ଜିତି ସୁଆଙ୍ଗ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟରେ ୧୪୭ ରନ୍‌ କରିଥିଲା।

ଜବାବରେ ଗଙ୍ଗପଡ଼ା ୨୦ ଓଭରରେ ୯ ଉଇକେଟ ହରାଇ ୧୧୩ କରିଥିଲା। ବିଜୟୀ ଦଳର ସୂର୍ଯ୍ୟକାନ୍ତ ବଡ଼ଜେନା ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ଜଟଣୀ ବିଧାୟକ ସୁର ରାଉତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାମ୍ପିୟନ ଟିମ୍‌କୁ ୧୫ହଜାର ଓ ରନର ଅପ୍‌ ଟିମ୍‌କୁ ୧୦ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଭୁବନେଶ୍ୱର ବ୍ଲକ ଭାଇସ୍‌ ଚେୟାରମ୍ୟାନ ଅଜିତ୍‌ ଶ୍ରୀଚନ୍ଦନ ଏବଂ ରଣସିଂହପୁର ସରପଞ୍ଚ ବର୍ଷାରାଣୀ ନାୟକ ଉପସ୍ଥିତ ଥିଲେ। ମନୋଜ ମାର୍ଥା ଏବଂ ଅମରଦୀପ ପରିଡ଼ା ମ୍ୟାଚ ପରିଚାଳନା କରିଥିଲେ।

 

Share