୧୫ ହିତାଧିକାରୀଙ୍କୁ ମିଳିଲା ୭ ମାସର ଭତ୍ତା

ଦଶମନ୍ତପୁର, ୧୦।୭ ( ଡି.ଏନ୍‌.ଏ. ): ୭ ମାସ ହେଲାଣି ୧୫ ଜଣ ହିତାଧିକାରୀଙ୍କୁ ମିଳୁ ନ ଥିଲା ଭତ୍ତା। ଏନେଇ ସେମାନେ ପଞ୍ଚାୟତ ଓ ବ୍ୟାଙ୍କ ବୁଲି ବୁଲି ନୟାନ୍ତ ହୋଇଥିଲେ। ଯାହାକୁ କହିଲେ କେହି ଶୁଣୁ ନ ଥିଲେ। ଶେଷରେ ପ୍ରବଳ ବର୍ଷାରେ ଗତ ୪ ତାରିଖରେ ହଳଦୀସିଲ ଗ୍ରାମ ଆଦିବାସୀ ସାହିର ଲିମଦାସ ମୁଦୁଲି, ପାକୁଲୁ ମୁଦୁଲି, ଲିମ ମୁଦୁଲି, କମୁଲୁ ମୁଦୁଲି, ବିରିମଲି ମୁଦୁଲି, ନାଳି ମୁଦୁଲି, ପଦ ମୁଦୁଲି, ଫୁଲମତୀ ମୁଦୁଲି, ସାଲମା ମୁଦୁଲି, ହୀରାମଣୀ ମୁଦୁଲି, ଦଇମତି ମୁଦୁଲି, ଗୁଞ୍ଜଲି ମୁଦୁଲି, ଜେଟି ମୁଦୁଲି, ଦସମା ମୁଦୁଲି, ମଙ୍ଗଲି ମୁଦୁଲି ପ୍ରମୁଖ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ଧରିତ୍ରୀରେ ମଧ୍ୟ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ନେଇ ସାମାଜିକ କର୍ମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ ଯୋଗେ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ପ୍ରଶାସନ ତତ୍ପରତା ଦେଖାଇଥିଲା। ସଙ୍ଗେ ସଙ୍ଗେ ଅତିରିକ୍ତ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଗୌତମ ଖୋସ୍‌ଲା ହଳଦୀସିଲ ଗ୍ରାମରେ ପହଞ୍ଚତ୍ ୧୫ ଜଣ ହିତାଧିକାରୀଙ୍କୁ ସେମାନଙ୍କୁ ୭ମାସର ଭତ୍ତା ଟଙ୍କା ପ୍ରଦାନ କରିଥିଲେ। ଏ ବାବଦରେ ମୋଟ ୩୭,୬୦୦ ଟଙ୍କା ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ତେବେ ଅନ୍ୟ ପଞ୍ଚାୟତଗୁଡ଼ିକରେ ମଧ୍ୟ ହିତାଧିକାରୀଙ୍କୁ ସେମାନଙ୍କ ବକେୟା ଥିବା ଭତ୍ତା ବଣ୍ଟନ କରାଯିବ ବୋଲି ଅତିରିକ୍ତ ବ୍ଲକ ସମାଜ ମଙ୍ଗଳ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ; ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ଅଭାବନୀୟ ଘଟଣା

ପଟ୍ଟାଙ୍ଗି,୧୨।୨(ଶରତ କୁମାର ଧଳ): ଭାଲେଣ୍ଟାଇନ୍‌ ସପ୍ତାହ ଚାଲିଥିବା ବେଳେ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତରେ…

ଦ୍ୱିତୀୟ ଥର ପାଇଁ ଲଲାଟ ହେଲେ କୋରାପୁଟ ଜିଲା ବିଜେଡି ଯୁବ ସଭାପତି

କୋରାପୁଟ, ୧୨।୨(ଅମିତାଭ ବେହେରା): କୋରାପୁଟ ପୌରାଧକ୍ଷ ଲଲାଟ ରଂଜନ ସେଠିଙ୍କୁ ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲାର ଯୁବ ବିଜୁ ଜନତା ଦଳର ସଭାପତି ଭାବେ ଦାୟିତ୍ୱ…

ଆଞ୍ଚଳିକ ବିକାଶରେ ନୂଆ ଗତି ସୃଷ୍ଟି କରିବ ଗ୍ରୀନ୍‌ ଫିଲ୍ଡ କରିଡର, ଓଡ଼ିଶା-ଆନ୍ଧ୍ରକୁ ଯୋଡ଼ି…

କୋରାପୁଟ,୧୧ା୨(ଅମିତାଭ ବେହେରା): ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର କେବଳ ଏକ ସଡ଼କ ପ୍ରକଳ୍ପ ନୁହେଁ ଏହା ପୂର୍ବ ଭାରତର ଆର୍ଥିକ ମାନଚିତ୍ରକୁ ପୁନଃରୂପାୟିତ କରିବା ଆଶା ରଖାଯାଇଛି। ଭାରତମାଳା…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri