Posted inଖେଳ

ଫିଫା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ: ଭାରତ-କାତାର ମ୍ୟାଚ ୨୦୨୧କୁ ଘୁଞ୍ଚିଲା

ନୂଆଦିଲ୍ଲୀ, ୧୩।୮- ୨୦୨୨ ଫିଫା ବିଶ୍ୱକପର ଏସିଆନ କ୍ୱାଲିଫାଇଂ ମ୍ୟାଚ ଗୁଡ଼ିକ ୨୦୨୧କୁ ଘୁଞ୍ଚାଇ ଦିଆ ଯାଇଛି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫସି) ଫିଫା ବିଶ୍ୱକପ ଏବଂ ୨୦୨୩ ଏସିଆନ କପ୍‌ର ଅକ୍ଟୋବର ଓ ନଭେମ୍ବରରେ ହେବାକୁଥିବା ମ୍ୟାଚ ଗୁଡ଼ିକୁ ସ୍ଥଗିତ ରଖିଛି। ଫଳରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବର ୮ରେ ହେବାକୁଥିବା ଭାରତ-କାତାର ମ୍ୟାଚ ମଧ୍ୟ ସ୍ଥଗିତ ରହିଛି। ଏଥିସହ ଚଳିତ ବର୍ଷ ଭାରତୀୟ ଫୁଟବଲ ଦଳ ଆଉ କୌଣସି ମ୍ୟାଚ ନ ଖେଳିବା ସ୍ପଷ୍ଟ ହୋଇ ଯାଇଛି। ଶେଷଥରପାଇଁ ଭାରତ ଗତବର୍ଷ ନଭେମ୍ବରରେ ମସ୍କଟଠାରେ ଓମାନ ବିପକ୍ଷରେ କ୍ୱାଲିଫାଇଂ ମ୍ୟାଚ ଖେଳି ୦-୧ ଗୋଲରେ ପରାସ୍ତ ହୋଇଥିଲା।
ଭାରତ ବିଶ୍ୱକପ ଯୋଗ୍ୟତା ହାସଲ ଦୌଡ଼ରୁ ବାଦ୍‌ ପଡ଼ିଥିଲେ ହେଁ ୨୦୨୩ ଏସିଆନ କପ୍‌ ଆଶା ଉଜ୍ଜୀବିତ ରଖିଛି। ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚ ଗୁଡ଼ିକରେ କାତାର, ଆଫଗାନିସ୍ତାନ ଓ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳିବାର ଅଛି। ନିଜ ଗ୍ରୁପ୍‌ରେ ଭାରତ ତୃତୀୟ ସ୍ଥାନ ହାସଲ କରିପାରିଲେ ସିଧାସଳଖ ୨୦୨୩ ଏସିଆନ କପ୍‌ ତୃତୀୟ ରାଉଣ୍ଡ କ୍ୱାଲିଫାୟର୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ। ”ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଫିଫା ଏବଂ ଏସିଆନ ଫୁଟବଲ କନ୍‌ଫେଡେରେଶନ ଯୁଗ୍ମଭାବେ ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବରରେ ହେବାକୁଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଗୁଡ଼ିକ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ୨୦୨୧ରେ ଏହି ମ୍ୟାଚ ଗୁଡ଼ିକର ପରବର୍ତ୍ତୀ କାର୍ଯ୍ୟସୂଚୀ ପ୍ରକାଶ ପାଇବ“ ବୋଲି ଫିଫା ଏବଂ ଏଏଫସି ପକ୍ଷରୁ ଏକ ଯୁଗ୍ମ ବିବୃତ୍ତିରେ ପ୍ରକାଶ କରାଯାଇଛି। ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ୫ଟି ମ୍ୟାଚ ଖେଳି ୩ ପଏଣ୍ଟ ସହିତ ଗ୍ରୁପ୍‌ ‘ଇ’ର ୪ର୍ଥ ସ୍ଥାନରେ ରହିଛି। କାତାର ୧୩ ପଏଣ୍ଟ ସହିତ ଶୀର୍ଷସ୍ଥାନ ଅଧିକାର କରିଛି। ୮ଟି ଗ୍ରୁପ୍‌ ବିଜେତା ଏବଂ ଶ୍ରେଷ୍ଠ ୪ ରନର୍ସଅପ୍‌ ଦଳ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri