Posted inଖେଳ

ଦିନେ ଆଗରୁ ଫିଫା ବିଶ୍ୱକପ୍‌

ଜେନେଭା,୧୧ା୮(ପି.ଟି): ଫୁଟବଲ୍‌ ବିଶ୍ୱକପ୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି ଫିଫା। କାତାରରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଗୋଟିଏ ଦିନ ପୂର୍ବରୁ ଆୟୋଜିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଆୟୋଜକ କାତାର ଏବଂ ଇକ୍ୱେଡର ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ନଭେମ୍ବର ୨୦ ତାରିଖରେ କରିବା ପାଇଁ ଫିଫା ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ପୂର୍ବରୁ ୨୮ ଦିନ ବ୍ୟାପୀ ହେବାକୁ ଥିବା ଟୁର୍ନାମେଣ୍ଟଟି ବର୍ତ୍ତମାନ ୨୯ ଦିନର ହେବ ବୋଲି କୁହାଯାଉଛି। ଫିଫା ସଭାପତି ଜିଆନ୍ନି ଇନଫାଣ୍ଟିନୋଙ୍କ ନେତୃତ୍ୱରେ ଗଠିତ ଷଡ଼ରାଷ୍ଟ୍ରୀୟ କମିଟି ଆସନ୍ତା କିଛି ଦିନ ମଧ୍ୟରେ ଏହି ନିଷ୍ପତ୍ତି ନେବ।

କାତାର ଅଫିସିଆଲ ଏବଂ ଦକ୍ଷିଣ ଆମେରିକା ଫୁଟବଲ ଫେଡେରେଶନ (ସିଓଏନ୍‌ଏମ୍‌ଇବିଓଏଲ୍‌) ପକ୍ଷରୁ ଏହି ନିଷ୍ପତ୍ତିକୁ ସ୍ବାଗତ କରାଯାଉଥିବା ବେଳେ କାତାର ଏବଂ ଇକ୍ୱେଡର ଫେଡେରେଶନ ସହିତ ଆଲୋଚନା ଆରମ୍ଭ କରିଛି ଫିଫା। ପୂର୍ବରୁ ନଭେମ୍ବର ୨୧ ତାରିଖ ସୋମବାର ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଥମ ମ୍ୟାଚରେ ନେଦରଲାଣ୍ଡସ ଓ ସେନଗାଲ ମଧ୍ୟରେ ମୁକାବିଲା ହେବାର କାର୍ଯ୍ୟକ୍ରମ ରହିଥିଲା। ଏହି ମ୍ୟାଚର ୬ ଘଣ୍ଟା ପରେ କାତାର ଏବଂ ଇକ୍ୱେଡର ମଧ୍ୟରେ ମୁକାବିଲା ହୋଇଥାନ୍ତା। ମାତ୍ର ବର୍ତ୍ତମାନର ନିଷ୍ପତ୍ତି ପରେ ଗୋଟିଏ ଦିନ ପୂର୍ବରୁ ଉଦ୍‌ଘାଟନୀ ସମାରୋହ ଏବଂ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ।

ପୂର୍ବରୁ ୟୁରୋପୀୟ ଲିଗ୍‌ମାନଙ୍କ ଦାବି କାରଣରୁ ରବିବାର ମ୍ୟାଚକୁ ବାତିଲ କରାଯାଇଥିବା ବେଳେ ତୃତୀୟ ମ୍ୟାଚରେ ଉଦ୍‌ଘାଟନୀ ସମାରୋହ ହେବା ନେଇ ଏପ୍ରିଲ ୧୧ ତାରିଖରେ ନିଷ୍ପତ୍ତି ହୋଇଥିଲା। ଦୈନିକ ୪ଟି ଲେଖାଏ ଲିଗ୍‌ ମ୍ୟାଚ ଖେଳାଯିବା ସହିତ ୨୮ ଦିନର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ୯୨ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଏହି ଟୁର୍ନାମେଣ୍ଟଟି ଉତ୍ତର ଗୋଲାର୍ଦ୍ଧ ବାହାରେ ଆୟୋଜିତ ହେବାକୁ ଯାଉଛି। ଏପରି କି କାତାରର ତାପମାତ୍ରାକୁ ପ୍ରତିହତ କରିବା ପାଇଁ ମେ-ଜୁଲାଇ ମଧ୍ୟରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟକୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ୨୦୧୦ରେ ଅନୁଷ୍ଠିତ ବିବାଦୀୟ ବିଡିଂରେ ୟୁଏଇକୁ ପଛରେ ପକାଇଥିଲା କାତାର। ରବିବାର ପ୍ରିମିୟର ଲିଗ୍‌ ଖେଳିବାକୁ ଖେଳାଳିଙ୍କୁ ଅନୁମତି ଦାବିରେ ଇଂଲିଶ କ୍ଲବଗୁଡିକ ସହମତି ପ୍ରକାଶ କରିଥିଲେ। ଇକ୍ୱେଡର ଓ କାତାରର ଅନେକ ଖେଳାଳି ଇପିଏଲ ଖେଳୁଥିବାରୁ ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri