Posted inଖେଳ

ଫିଫା ବିଶ୍ୱକପ୍‌: ପ୍ରଥମେ ମହିଳା ଦଳ ଯୋଗ୍ୟତା ହାସଲ କରିବ

ମୁମ୍ବାଇ, ୨ା୧୨ (ପି.ଟି.)-ପୁରୁଷ ଦଳ ଅପେକ୍ଷା ଜାତୀୟ ମହିଳା ଦଳ ପ୍ରଥମେ ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିବ ବୋଲି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ସଭାପତି ପ୍ରଫୁଲ ପଟେଲ କହିଛନ୍ତି। ମହିଳା ଦଳ ୨୦୨୭ ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିବ ବୋଲି ଏଆଇଏଫ୍‌ଏଫ୍‌ ଆଶା କରୁଥିବା ପଟେଲ କହିଛନ୍ତି। ପଟେଲଙ୍କ କଥାକୁ ସମର୍ଥନ ଜଣାଇ ୨୦୨୭ ବିଶ୍ୱକପ୍‌ ପାଇଁ ମହିଳା ଦଳ କିପରି ଯୋଗ୍ୟତା ହାସଲ କରିପାରିବ ସେ ନେଇ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବା ଲାଗି କ୍ରୀଡ଼ା ମନ୍ତ୍ରଣାଳୟ ଏଆଇଏଫ୍‌ଏକୁ କହିଥିବା ସେ ସୂଚନା ଦେଇଛନ୍ତି। ଫିଫା ର଼୍ୟାଙ୍କିଙ୍ଗରେ ପୁରୁଷ ଦଳ ତୁଳନାରେ ମହିଳା ଦଳ ଭଲ ସ୍ଥାନରେ ରହିଛି। କିନ୍ତୁ ପୁରୁଷ ତୁଳନାରେ ମହିଳା ଫୁଟ୍‌ବଲ ଦଳ ପ୍ରତି ସେତେଟା ଧ୍ୟାନ ଦିଆଯାଉନାହିଁ। ୧୭ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଦଳର ସଦସ୍ୟ ଏବଂ କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁଙ୍କ ସହିତ ଏକ ଭର୍ଚୁଆଲ କଥାବାର୍ତ୍ତାବେଳେ ପଟେଲ ଏକଥା କହିଛନ୍ତି। ଏହି ପିଲାମାନେ କ୍ରମେ ଉନ୍ନତି କରିପାରିଲେ ମହିଳା ଦଳ ପୁରୁଷଙ୍କଠାରୁ ଆଗୁଆ ୨୦୨୭ ସଂସ୍କରଣରେ ଭାଗ ନେବେ ବୋଲି ପଟେଲ ଆଶା ପ୍ରକାଶ କରି କହିଛନ୍ତି। ଫିଫା ର଼୍ୟାଙ୍କିଙ୍ଗରେ ମହିଳା ଦଳ ୧୫୯ ଦେଶ ମଧ୍ୟରେ ୫୫ତମ ସ୍ଥାନରେ ରହିଥିବାବେଳେ ପୁରୁଷ ଦଳ ୨୧୦ ଦେଶ ମଧ୍ୟରେ ୧୦୪ତମ ସ୍ଥାନରେ ରହିଛି। ରିଜିଜୁ ମଧ୍ୟ ସମାନ କଥା କହିଥିଲେ। ନିକଟ ଭବିଷ୍ୟତରେ ଭାରତ ମହିଳା ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିବ। ଏନେଇ ତାଙ୍କର ଦୃଢ ବିଶ୍ୱାସ ରହିଥିବା ରିଜିଜୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri