Posted inଖେଳ

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: କୁଏଟ୍‌କୁ ହରାଇଲା ଭାରତ

କୁଏଟ,୧୬ା୧୧ ୨୦୨୬ ଫୁଟବଲ ବିଶ୍ୱକପ ପାଇଁ ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡର ଯୋଗ୍ୟତା ପର୍ଯ୍ୟାୟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। କୁଏଟର ଅଲ ଅହମଦ ଜାବେର ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚକୁ ଭାରତ ୧-୦ ଗୋଲରେ ଜିତି ନେଇଛି। ଭାରତ ପକ୍ଷରୁ ମନଭିର ସିଂହ ୭୫ ମିନିଟରେ ବିଜୟ ସୂଚକ ଗୋଲଟି ସ୍କୋର କରିଥିଲେ।

ପ୍ରଥମ ମିନିଟରୁ କୁଏଟ୍‌ ଆକ୍ରମଣାତ୍ମକ ଫୁଟବଲ ଖେଳିଥିଲେ ମଧ୍ୟ ଭାରତୀୟ ଡିଫେଣ୍ଡର ସ୍କୋର କରିବାକୁ ସୁଯୋଗ ଦେଇ ନ ଥିଲେ। ପ୍ରଥମାର୍ଦ୍ଧରେ ଉଭୟ ଦଳ ସ୍କୋର କରିବାର ସୁଯୋଗ ପାଇଥିଲେ ହେଁ ଏହା ଗୋଲ ଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧର୬୪ ତମ ମିନିଟରେ ମହେଶ ନାଓରେମ୍‌ଙ୍କ ସ୍ଥାନରେ ଲାଲିଆଞ୍ଜୁଲାଙ୍କୁ ସବଷ୍ଟିଚ୍ୟୁଟ୍‌ କରିଥିଲା ଭାରତ। ଏହାପରେ ଭାରତୀୟ ଆକ୍ରମଣ ଜୋରଦାର ହେବା ସହିତ ଏକାଧିକ ସ୍କୋରିଂ ସୁଯୋଗ ସୃଷ୍ଟି ହୋଇଥିଲା।

୭୫ ମିନିଟରେ ଜେରୀଙ୍କ ପାଶ୍‌ ଓ ସୁନୀଲ ଛେତ୍ରୀଙ୍କ କ୍ରଶ୍‌ରୁ ମନଭିର ସିଂହ ଦେବା ସହିତ ଭାରତକୁ ୧-୦ରେ ଆଗୁଆ କରିଥିଲେ। ଅତିରିକ୍ତ ସମୟରେ ଫାଉଲ ମାରିବା କାରଣରୁ କୁଏଟର ଫୈଜଲ ଜାଇଦ୍‌ଙ୍କୁ ଦ୍ୱିତୀୟ ୟେଲୋ କାର୍ଡ ମିଳିଥିଲା ଓ ସେ ପଡିଆ ଛାଡିଥିଲେ। ଅନ୍ତିମ ୩ ମିନିଟ ଘରୋଇ ଦଳ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ଏହି ବିଜୟ ସହ ଗ୍ରୁପ୍‌ ଏ ରେ ଭାରତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

LPG ସଙ୍କଟ: ୧୨ ହଜାର ସ୍ଥାନରେ ରେଡ୍, ୧୫ ହଜାର ସିଲିଣ୍ଡର ଜବତ

ନୂଆଦିଲ୍ଲୀ,୧୭।୫: ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ…

୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା TMC: ନନ୍ଦିଗ୍ରାମ ନୁହେଁ, ଏହି ଆସନରୁ ଲଢିବେ ମମତା ବାନାର୍ଜୀ

କୋଲକାତା,୧୭।୫: ତୃଣମୂଳ କଂଗ୍ରେସ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। କାଳିଘାଟସ୍ଥିତ ଟିଏମସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସୁପ୍ରିମୋ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ…

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ

ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ…

ନ୍ୟୁଜିଲ୍ୟାଣ୍ଡ ପରେ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା, T20 ସିରିଜରୁ ବାଦ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୧୭।୩: ଦକ୍ଷିଣ ଆଫ୍ରିକା ଟିମ୍ ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରୁଛି। ଦୁଇ ଦଳ ମଧ୍ୟରେ ସିରିଜର ଦ୍ୱିତୀୟ ଟି-୨୦…

ଦୁଃଖ ବଖାଣିଲେ ରଶିଦ ଖାନ: ପାକିସ୍ତାନ ଉପରେ ବର୍ଷିଲେ, ଜାଣିଶୁଣି…

କାବୁଲ,୧୭।୩: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର କାବୁଲରେ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri