Posted inଖେଳ

ଆମେରିକାର ଗୋଲ୍‌ ବର୍ଷା

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌। ଭାରତ ଏହାର ପ୍ରଥମ ମ୍ୟାଚରେ ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ଆମେରିକା ସମକକ୍ଷ ପ୍ରଦର୍ଶନ କରିପାରିନାହିଁ। ଆମେରିକା ଗୋଲ ବର୍ଷା କରି ଘରୋଇ ଦଳକୁ ୮-୦ ଗୋଲରେ ପରାସ୍ତ କରିଛି। ଫଳରେ ନିଜର ଡେବ୍ୟୁ ମ୍ୟାଚ ଭାରତ ପାଇଁ ଦୁଃସ୍ବପ୍ନ ସଦୃଶ ହୋଇଛି। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଆମେରିକା ୫-୦ ଗୋଲରେ ଅଗ୍ରଣୀ ରହି ଭାରତକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲା। ଏଥିରୁ ଭାରତ ଆଉ ମୁକୁଳିପାରି ନ ଥିଲା। ସବୁ ବିଭାଗରେ ଆମେରିକା ଭଲ ଖେଳିଥିଲା। ବଲ୍‌କୁ ୭୮ ପ୍ରତିଶତ ନିଜ ନିୟନ୍ତ୍ରଣରେ ରଖିଥିଲା ଏହି ଦଳ। ଭାରତ ପକ୍ଷରୁ ମାତ୍ର ୨ଟି ଶଟ୍‌ ଟାର୍ଗେଟ କରାଯାଇଥିବାବେଳେ ଆମେରିକା ୩୦ଟି ଶଟ୍‌ ଭାରତୀୟ ଗୋଲପୋଷ୍ଟକୁ ମାରିଥିଲା। ଏଥିରୁ ୭ଟିକୁ ଗୋଲରେ ପରିଣତ କରିଥିଲା। ଭାରତ ମାତ୍ର ଗୋଟିଏ କର୍ନର ପାଇଥିବାବେଳେ ଆମେରିକା ୧୧ କର୍ନର ପାଇ ଆଗରେ ରହିଥିଲା। ଶଟ୍‌ ଆକୁରେସିି ଦୃଷ୍ଟିରୁ ଭାରତର ଆକ୍ରମଣ ୦ ପ୍ରତିଶତ ଥିବାବେଳେ ଆମେରିକା ୪୬ ପ୍ରତିଶତ ଆକ୍ରମଣାତ୍ମକ ଆଭିମୁଖ୍ୟ ଅବଲମ୍ବନ କରିଥିଲା। କୌଣସି ଦଳର ଖେଳାଳି ୟେଲୋ କିମ୍ବା ରେଡ୍‌ କାର୍ଡ ପାଇ ନ ଥିଲେ।
ଆମେରିକା ପକ୍ଷରୁୁ ଗୋଲ ସ୍କୋରିଂର ଧାରା ଆରମ୍ଭ କରିଥିଲେ ମେଲିନା ରେବିମ୍ବାସ। ମ୍ୟାଚର ୯ମ ମିନିଟରେ ସେ ଜ୍ୟାକସନଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରି ଆମେରିକାକୁ ୧-୦ରେ ଅଗ୍ରଣୀ କରାଇଥିଲେ। ୧୫ତମ ମିିନିଟରେ ଦ୍ୱିତୀୟ ଗୋଲ ଦେଇଥିଲେ ଚାର୍ଲୋଟି କୋଲେର। ସେ ମଧ୍ୟ ଜ୍ୟାକସନଙ୍କଠାରୁ ପାଇଥିବା ପାସ୍‌ର ସଦ୍‌ବ୍ୟବହାର କରିଥିଲେ। ୨୩ତମ ମିନିଟରେ ଓନ୍ୟେକା ଗାମେରୋ ଏବଂ ୩୧ତମ ମିନିଟରେ ମେଲିନା ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପକ୍ଷରୁ ୪ର୍ଥ ଗୋଲ ସ୍କୋର କରିଥିଲେ। ୩୯ତମ ମିନିଟରେ ଜିସେଲେ ଥମ୍ପସନ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଆମେରିକାର ଅଗ୍ରଣୀ ବ୍ୟବଧାନକୁ ୫-୦ରେ ପହଞ୍ଚାଇ ଦେଇଥିଲେ। ପଟ ପରିବର୍ତ୍ତନ ହୋଇଥିଲେ ହେଁ ଭାରତର ଭାଗ୍ୟ ବଦଳି ନ ଥିଲା। ଆମେରିକାର ଆଧିପତ୍ୟ ଅବ୍ୟାହତ ରହିଥିଲା। ୫୧ତମ ମିନିଟରେ ଭାରତୀୟ ବଂଶୋଦ୍ଭବ ମିଆ ଭୂତାଙ୍କଠାରୁ ପାସ୍‌ ପାଇ ଇମ୍ରି ଦଳ ପକ୍ଷରୁ ୬ଷ୍ଠ ଗୋଲଟି ସ୍କୋର କରିଥିଲେ। ଏତିକିରେ ଭାରତର ଦୁର୍ଦ୍ଦଶା ସରି ନ ଥିଲା। ୫୯ତମ ମିନିଟରେ ଭାରତର କାଜଲ ଗୋଲ ଏରିଆ ମଧ୍ୟରେ ଫାଉଲ କରି ବସିବାରୁ ଆମେରିକାକୁ ପେନାଲ୍ଟି ଶୁଟ୍‌ ସୁଯୋଗ ମିିଳିିଥିଲା। ଟେଲର ସୁଆରେଜ ଏହାକୁ ଗୋଲରେ ପରିଣତ କରିବାରେ କୌଣସି ଭୁଲ କରି ନ ଥିଲେ। ଏହାପରେ ଆସିଥିଲା ଭାରତୀୟ ବଂଶୋଦ୍ଭବ ମିଆ ଭୂତାଙ୍କ ପାଳିି। ସେ କୋଲେରଙ୍କଠାରୁ ପାଇଥିବା ପାସ୍‌କୁ ଗୋଲକରି ୬୨ତମ ମିନିଟରେ ଆମେରିକାର ଅଗ୍ରଣୀକୁ ୮-୦ରେ ପହଞ୍ଚାଇ ଦେଇଥିଲେ। ମାନସିକ ସ୍ତରରେ ଭାଙ୍ଗିି ପଡ଼ିବା ସହ ଭାରତୀୟ ଖେଳାଳିମାନେ କ୍ଳାନ୍ତ ହୋଇ ଯାଇଥିଲେ ହେଁ ଅବଶିଷ୍ଟ ସମୟ ଗୋଲ ବରଣରୁ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ଏଠାରେ ବିଜୟ ଫଳରେ ଆମେରିକା ପୂରା ୩ ପଏଣ୍ଟ ପାଇ ଅଭିଯାନ ଆରମ୍ଭ କରିଛି। ଭାରତ ଏହାର ପରବର୍ତ୍ତୀ ମ୍ୟାଚରେ ଶୁକ୍ରବାର ମରକ୍କୋକୁ ଭେଟିବ। ଗୋଆର ମାର୍ଗାଓରେ ଅନୁଷ୍ଠିତ ଗ୍ରୁପ୍‌ ‘ବି’ର ଅନ୍ୟ ଏକ ମ୍ୟାଚରେ ଜର୍ମାନୀ ୨-୧ ଗୋଲରେ ନାଇଜେରିଆକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ

କଟକ,୨୦।୨: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ମେକାନିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

ଆସିବ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା: ବଜେଟରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଶ୍ରୀମନ୍ଦିର ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ‘ସମର୍ପଣ’ ନାଁରେ…

ଭୁବନେଶ୍ୱର,୨୦।୨: ବିଧାନସଭାରେ ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri