ଜେନ୍‌ ଜେଡ୍‌ର ଯୁଦ୍ଧଂଦେହି

ଜେରୁଜେଲମ୍‌,୧୨।୧୦: ୧୯୯୬ରେ ପ୍ରତିଷ୍ଠିତ ଓ୍ବାଶିଂଟନର ପିଉ ରିସର୍ଚ୍ଚ ସେଣ୍ଟର ବିଶ୍ୱରେ ପରିବର୍ତ୍ତନ ଆଣୁଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ମନୋଭାବ ଓ ଧାରାକୁ ନେଇ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିବାରେ ସୁନାମ ଅର୍ଜିଛି। ଏହି କ୍ରମରେ ଉକ୍ତ ସଂସ୍ଥା ପିଢ଼ିଗତ ଅନୁଧ୍ୟାନ କରି ୧୯୮୧ରୁ ୧୯୯୬ ମଧ୍ୟରେ ଜନ୍ମିତ ବ୍ୟକ୍ତିମାନଙ୍କୁ ‘ମିଲେନିଆଲ୍ସ’ ଆଖ୍ୟା ଦେଇଥିଲା। ଏହାର ପରବର୍ତ୍ତୀ ପିଢ଼ି ଅର୍ଥାତ୍‌ ୧୯୯୭ରୁ ୨୦୧୨ ମଧ୍ୟରେ ଜନ୍ମିତ ବ୍ୟକ୍ତିମାନଙ୍କ ସମୂହକୁ ‘ଜେନେରେଶନ୍‌ ଜେଡ୍‌’ ନାମକରଣ କରିଥିଲା, ଯାହାକି ‘ଜେନ୍‌ ଜେଡ୍‌’ ରୂପେ ପରିଚିତ। ଇରାନର ଏକ କୁର୍ଦିସ୍‌ ପରିବାରରେ ଜନ୍ମିତ ୨୨ ବର୍ଷୀୟା ମହସା ଅମିନୀ ଗତ ସେପ୍ଟେମ୍ବର ୧୩ରେ ତେହରାନରେ ନିଜ ଭାଇଙ୍କ ସହ ଥିବାବେଳେ ଠିକ୍‌ ଢଙ୍ଗରେ ହିଜାବ ପିନ୍ଧି ନ ଥିବା ଦର୍ଶାଇ କୁଖ୍ୟାତ ମୋରାଲିଟି ପୋଲିସ (ଧର୍ମୀୟ ବ୍ୟାପାର ପୋଲିସ) ତାଙ୍କୁ ଗିରଫ କରିଥିଲା। ଝିନା ରୂପେ ପରିଚିତ ମହସାଙ୍କୁ ଭୋଜାରା ଡିଟେନ୍‌ଶନ ସେଣ୍ଟରକୁ ନିଆଯାଇଥିବାବେଳେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହାର ୩ ଦିନ ପରେ ମହସାଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ତାଙ୍କ ମୁଣ୍ଡରେ ଲାଠିରେ ପ୍ରହାର କରିଥିଲା। ଏଥିସହ ମୁଣ୍ଡକୁ ଏକ ଗାଡ଼ିରେ ବାରମ୍ବାର ପିଟିବାରୁ ମହସାଙ୍କ ମୃତ୍ୟୁ ଘଟିଥିବା ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି। କିନ୍ତୁ ଇରାନୀୟ ଅଧିକାରୀମାନେ ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ଏକ ସ୍ବାଭାବିକ ମୃତ୍ୟୁ ବୋଲି ସଫେଇ ଦେଇଛନ୍ତି। ମହସାଙ୍କ ମୃତ୍ୟୁ ପରେ ଦେଶବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ତେହରାନ, ଇସ୍‌ଫାହନ, କରାଜ, ମଶହଦ, ରଶ୍‌ତ, ସକିସ୍‌ ଓ ସନାନ୍ଦଜ ସହରର ରାସ୍ତାକୁ ଅନେକ ହଜାର ଯୁବତୀ, ମହିଳା ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସୁରକ୍ଷା ବଳ ପେଲେଟ୍‌ ଗନ୍‌ ଓ ଲୁହବୁହା ବାଷ୍ପ ପ୍ରୟୋଗ କରି ସେମାନଙ୍କୁ ଘଉଡ଼ିବାକୁ ଉଦ୍ୟମ ଚଳାଇଛି। ମୋରାଲିଟି ପୋଲିସ ଓ ସଶସ୍ତ୍ର ବଳର ଗୁଳିମାଡ଼ରେ ଅକ୍ଟୋବର ୬ ସୁଦ୍ଧା ଅନୂ୍ୟନ ୧୩୩ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଖବରଦାତାଙ୍କୁ ମଧ୍ୟ ଗିରଫ କରାଯାଇଛି। ପୋଲିସର ଏହି ବର୍ବରତାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। କମିଟି ଟୁ ପ୍ରୋଟେକ୍ଟ ଜର୍ନାଲିଷ୍ଟ (ସିପିଜେ) ନିଜ ଓ୍ବେବ୍‌ସାଇଟ୍‌ରେ ଅକ୍ଟୋବର ୬ ସୁଦ୍ଧା ୩୫ ସାମ୍ବାଦିକଙ୍କୁ ଗିରଫ କରାଯାଇଥିବା ପ୍ରକାଶ କରିଛି। ଇରାନରେ ଇସ୍‌ଲାମିକ ରିଭୋଲ୍ୟୁଶନର ୪୩ ବର୍ଷ ପରେ ମହସାଙ୍କ ମୃତ୍ୟୁକୁ ନେଇ ପୁଣିଥରେ ସରକାର ବିରୋଧୀ ବୃହତ୍‌ ଆନ୍ଦୋଳନ ଜୋର୍‌ ଧରିଛି। କିନ୍ତୁ ଆଜି ଯାହା ଘଟୁଛି ପୂର୍ବ ଆନ୍ଦୋଳନ ସହ ତାହାର ମୌଳିକ ପ୍ରଭେଦ ରହିଛି।
ଶାସନ ବିରୋଧରେ ଲଢ଼େଇ
୨୦୧୪ରେ ସୁନାମଧନ୍ୟ ପପ୍‌ ସିଙ୍ଗର ମୋର୍ତେଜା ପଶେଇଙ୍କ ମୃତ୍ୟୁ ପରେ ତାଙ୍କ ଶେଷକୃତ୍ୟରେ ଅନେକ ଲକ୍ଷ ଯୁବତୀଯୁବକ ସାମିଲ ହୋଇଥିଲେ। ଏହା ପୂର୍ବରୁ ଇସ୍‌ଲାମୀୟ ମୂଲ୍ୟବୋଧ ପ୍ରତି ବିପଦ ବିବେଚିତ ଜଣେ ମ୍ୟୁଜିକ୍‌ ଆଇକନ୍‌ଙ୍କ ମୃତ୍ୟୁ ପରେ ଏତେ ବିଶାଳ ସମାବେଶ ଦେଖିବାକୁ ମିଳି ନ ଥିଲା। ଏହା ପରେ କିଛି ବର୍ଷ ଧରି ଯୁବପିଢ଼ିଙ୍କ ଅନେକ ସମାବେଶକୁ ପୋଲିସ ଭଙ୍ଗ କରିଦେଇଥିଲା। ସେଥିରେ ସାମିଲ ଥିବା ବ୍ୟକ୍ତିମାନଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିଥିଲା। ବର୍ତ୍ତମାନ ଜେନ୍‌ ଜେଡ୍‌ ନେତୃତ୍ୱାଧୀନ ଦେଶବ୍ୟାପୀ ଆନ୍ଦୋଳନକୁ ନେଇ ଶାସକ ବିସ୍ମିତ ହେବାର କାରଣ ନାହିଁ। ଗତ କିଛି ବର୍ଷ ହେଲା ଶିକ୍ଷାନୁଷ୍ଠାନ ଓ ଗବେଷକମାନଙ୍କ ପକ୍ଷରୁ ଅନେକ ଥର ଏନେଇ ସତର୍କତା ଜାରି କରାଯାଇଥିଲା।
୨୦୧୭ ଡିସେମ୍ବରରେ ସମାଜବିଜ୍ଞାନୀ ସଇଦ ରଜାଭି ଫକିହ ଇରାନର ଜେନ୍‌ ଜେଡ୍‌ ସମ୍ପର୍କରେ ଏକ ନିବନ୍ଧ ପ୍ରକାଶ କରିଥିଲେ। ସେ ଲେଖିଥିଲେ, ଏହି ନୂଆ ଜେନେରେଶନର ଦାବି, ଧାରା ଓ ମତ ସମ୍ପୂର୍ଣ୍ଣ ଭିନ୍ନ। ଦେଶର ପ୍ରଶାସନ, ଅଧିକାରୀ ତଥା ପରିଚାଳକଙ୍କ ଆଭିମୁଖ୍ୟ ସହ ସେଗୁଡ଼ିକ ଆଦୌ ମେଳ ଖାଉ ନ ଥିବା ସେ ଦର୍ଶାଇଥିଲେ। ଏହି ପିଢ଼ି ନିଜ ରାଜନୈତିକ ଶକ୍ତିକୁ ହୃଦୟଙ୍ଗମ କରିବା ପର୍ଯ୍ୟନ୍ତ ଅପେକ୍ଷା କର। ସେମାନେ ସବୁକିଛି ବଦଳାଇଦେବେ ବୋଲି ସଇଦ ସତର୍କ କରାଇଥିଲେ। ୨୦୧୮ ପ୍ରାରମ୍ଭରେ ଇରାନରେ ୧ ଦଶନ୍ଧି ମଧ୍ୟରେ ସର୍ବାଧିକ ବ୍ୟାପ୍ତ ଗଣବିକ୍ଷୋଭ ଦେଖିବାକୁ ମିଳିଥିଲା। ସରକାର ସମର୍ଥତ୍ତ ଅଫିସ ଅଫ୍‌ କଲ୍ଚରାଲ ଷ୍ଟଡିଜ୍‌ ପକ୍ଷରୁ କରାଯାଇଥିବା ତଦନ୍ତରୁ ଜଣାଯାଇଛି ଯେ, ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଅସନ୍ତୋଷ ସମେତ ଏହି ଇସ୍‌ଲାମିକ୍‌ ରିପବ୍ଲିକ୍‌ ଏବେ ଏକ ନୂଆ ସମସ୍ୟାକୁ ସାମ୍ନା କରୁଛି। ତାହା ହେଉଛି ପିଢ଼ିଗତ ବ୍ୟବଧାନ।
ସଦ୍ୟ ବିକ୍ଷୋଭ ଏକ ଭିନ୍ନ ଭବିଷ୍ୟତର ସ୍ବପ୍ନ ଦେଖୁଥିବା ଅନେକ ଲକ୍ଷ ଇରାନୀୟଙ୍କୁ ନିର୍ବାସିତ ଜୀବନ ବିତାଇବାକୁ ବାଧ୍ୟ କରିଛି। ସେପ୍ଟେମ୍ବର ୨୪ ଓ ୨୫ ତାରିଖରେ ଲସ୍‌ ଏଞ୍ଜଲେସ୍‌ରେ ଲକ୍ଷାଧିକ ଇରାନୀୟ ସରକାର ବିରୋଧୀ ଆନ୍ଦୋଳନ ସପକ୍ଷରେ ବାହାରି ଏକତ୍ରିତ ହୋଇଥିଲେ। ଇରାନ ନେତୃତ୍ୱ ଏଥିପାଇଁ ଆନ୍ଦୋଳନ ପଛରେ ଶତ୍ରୁରାଷ୍ଟ୍ର ଆମେରିକାର ହାତ ଥିବା ସମାଲୋଚନା କରିଛନ୍ତି। କିନ୍ତୁ ବାସ୍ତବରେ ଜେନ୍‌ ଜେଡ୍‌ ବିକ୍ଷୋଭକାରୀମାନେ ନିଜ ଜୀବନକୁ ବାଜି ଲଗାଇ ଏହାର ନେତୃତ୍ୱ ନେଉଛନ୍ତି। ସେମାନଙ୍କ ସ୍ବପ୍ନଗୁଡ଼ିକ କେତେଦିନ ଯାଏ ଭଙ୍ଗ ହେଉଥିବ? ଏକବିଂଶ ଶତାବ୍ଦୀରେ ଇରାନ ଶାସକ ନିଜ ଲୋକମାନଙ୍କୁ ସବୁଦିନ ନିରାଶ କରିପାରିବେ ନାହିଁ।

ଆନ୍ଦୋଳନରେ ଜେନ୍‌ ଜେଡ୍‌ର ଭୂମିକା
ବର୍ତ୍ତମାନ ଇରାନରେ ଚାଲିଥିବା ଦଙ୍ଗାରେ ଦେଶର ଜେନ୍‌ ଜେଡ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଇରାନର ଇସ୍‌ଲାମିକ୍‌ ରିଭୋଲ୍ୟୁଶନ୍‌ ଗାର୍ଡ କର୍‌ (ଆଇଆର୍‌ଜିସି) ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବା ଅତି ରକ୍ଷଣଶୀଳ ଜଭାନ ଖବରକାଗଜ ଅନୁସାରେ ଜୁମର୍ସ ନାମରେ ପରିଚିତ ଏହି ପିଢ଼ିର ୯୩% ବିକ୍ଷୋଭକାରୀଙ୍କ ବୟସ ୨୫ରୁ ଊର୍ଦ୍ଧ୍ୱ ନୁହେଁ। ତେଣୁ ଦେଶରେ ଦଙ୍ଗାକାରୀଙ୍କ ଏକ ନୂଆ ପିଢ଼ିର ଅଭ୍ୟୁଦୟ ହୋଇଥିବା ଏହି ଖବରକାଗଜ ଉଲ୍ଲେଖ କରିଛି। ଜୁମର୍ସମାନଙ୍କୁ ଦେଶରେ ବିଶ୍ୱ ସମ୍ପର୍କରେ ସଂଶୟୀ ରୂପେ ଦେଖାଯାଇଥାଏ। ରାଜନୀତି, ଧର୍ମ, ପ୍ରଥା ଓ ପରମ୍ପରାରେ ସେମାନଙ୍କ କୌଣସି ଆଗ୍ରହ ନ ଥିବା କୁହାଯାଏ। ସେମାନେ ନିଜ ମା’ବାପା ଓ ପୂର୍ବପୁରୁଷଙ୍କ ତୁଳନାରେ ବାହ୍ୟ ଦୁନିଆ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଉଦ୍ୟମ କରିଥାଆନ୍ତି। ଅନ୍‌ଲାଇନ୍‌ ସୋସିଆଲ ମିଡିଆ ଏହି ଗୋଷ୍ଠୀକୁ ନିଜ ଅସନ୍ତୋଷର ସ୍ବର ଉତ୍ତୋଳନ ପାଇଁ ଏକ ପ୍ଲାଟଫର୍ମ ବା ମଞ୍ଚ ଯୋଗାଇଛି। ଓ୍ବାଶିଂଟନସ୍ଥିତ ମିଡିଲ୍‌ ଇଷ୍ଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ନିକଟରେ ଇରାନର ଜେନ୍‌ ଜେଡ୍‌ ଜନସଂଖ୍ୟାକୁ ନେଇ ଏକ ବିଶ୍ଳେଷଣ କରିଥିଲା। ଏହି ପିଢ଼ି କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିବା ସହ ସମାଜର ଲକ୍ଷ୍ମଣରେଖାକୁ ଲଂଘୁଥିବା ଏବଂ ଧର୍ମ, ଆଇନ ତଥା ନୀତି ନିୟମକୁ ମାନିବା ପାଇଁ ଅନିଚ୍ଛୁକ ଥିବା ଉକ୍ତ ସଂସ୍ଥା ଏହି ବିଶ୍ଳେଷଣରୁ ଜାଣିବାକୁ ପାଇଛି। ମହସା ଅମିନୀଙ୍କୁ ରାଷ୍ଟ୍ର ପ୍ରାୟୋଜିତ ହତ୍ୟାର ପ୍ରତିବାଦକୁ ନେଇ ଅଧିକାରୀମାନଙ୍କ ସହ ଏହା ପ୍ରଥମ ସଂଘର୍ଷ ନୁହେଁ ବୋଲି ଜେନ୍‌ ଜେଡ୍‌ ବିବେଚନା କରେ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri