Posted inଖେଳ

ଫିଲ୍ଡିଂ ମେଡାଲ ଓ ବିଟିଏସ୍‌

ଗୌତମ ଗମ୍ଭୀର
ବର୍ତ୍ତମାନ ଇଣ୍ଟରନେଟ୍‌ରେ ଭାରତୀୟ କ୍ରିକେଟ ଦଳର ବିହାଇଣ୍ଡ ଦ ସିନ୍‌(ବିଟିଏସ୍‌) ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତିଗତ ଭାବରେ ଏହ ମୋର ମଧ୍ୟ ପସନ୍ଦ। ପୁରୁଷମାନଙ୍କ ଏହି କ୍ରୀଡାରେ ଖେଳାଳି ଯୁବସୁଲଭ ବ୍ୟକ୍ତିତ୍ୱ ଦେଖିବାକୁ ମଧ୍ୟ ମିଳୁଛି। ଚମତ୍କାର କ୍ଷେତ୍ରରକ୍ଷଣ ଦକ୍ଷତା ପାଇଁ ପ୍ରତି ମ୍ୟାଚ୍‌ ଶେଷରେ ଫିଲ୍ଡିଂ କୋଚ୍‌ ଟି. ଦିଲୀପ ଦଳର ଜଣେ ସଦସ୍ୟଙ୍କୁ ଏକ ମେଡାଲ ପ୍ରଦାନ କରୁଛନ୍ତି। ପ୍ରତ୍ୟେକ ଥର ବିଜେତାଙ୍କ ନାମ ଘୋଷଣା କରିବା ପାଇଁ ସେ ନୂଆ ନୂଆ ବୈଷୟିକ କୌଶଳର ବ୍ୟବହାର କରୁଛନ୍ତି, ଯାହା ବେଶ୍‌ ମନୋମୁଗ୍ଧକର। ଷ୍ଟାଡିୟମର ସ୍କ୍ରିନ୍‌ ଓ ସ୍ପାଇଡର କ୍ୟାମେରା ବ୍ୟବହାର କରାଯାଉଥିବା ବେଳେ ଏଥିରେ ଖେଳାଳିଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଏକ ଛୋଟ ଅଭିଭାଷଣ ମଧ୍ୟ ରହିଥାଏ।
ଆଜିର ଏହି ସ୍ତମ୍ଭରେ ମୁଁ ପ୍ରଥମେ ଭିଡିଓ ସମ୍ପର୍କରେ ଉଲ୍ଲେଖ କରିବାର ଏକ କାରଣ ମଧ୍ୟ ରହିଛି। ଏଭଳି କରିବା ଦ୍ୱାରା ଦଳ ମଧ୍ୟରେ ଏକତା ଆସୁଥିବା ନେଇ ଅନେକ ଲୋକ ବିଶ୍ୱାସ କରନ୍ତି। ଏପରିକି ସମସ୍ତ ଖେଳାଳି ନିଜକୁ ଦଳର ଅଂଶ ବୋଲି ଚିନ୍ତା କରୁଥିବା ବେଳେ ଏହା ଦଳଗତ ପ୍ରଦର୍ଶନରେ ଉନ୍ନତି ଆଣିଥାଏ। ତେବେ ଏହାକୁ ନେଇ ମୋର ମତ ସାମାନ୍ୟ ଭିନ୍ନ ରହିବ। ଭାରତୀୟ ଦଳ ଏଥିପାଇଁ ଖୁସି, କାରଣ ସେମାନେ ବର୍ତ୍ତମାନ ଯାଏ ଅପରାଜେୟ ରହିଛନ୍ତି। ବିଶ୍ୱକପ୍‌ ପରି ଟୁର୍ନାମେଣ୍ଟରେ ଦଳ ଟେବୁଲ୍‌ ଟପ୍ପର ରହିବା କମ ଗର୍ବର କଥା ମଧ୍ୟ ନୁହେଁ। ସେହିପରି ଦ୍ୱିତୀୟ କାରଣ ହେଉଛି ଟିମ୍‌ରେ ପ୍ରତ୍ୟେକ ସଦସ୍ୟ ନିଜ ଦାୟିତ୍ୱକୁ ନେଇ ନିଶ୍ଚିତ ଅଛନ୍ତି। ଏହା ଦ୍ୱାରା ଡ୍ରେସିଂ ରୁମ୍‌ରେ ଏକ ସକାରାତ୍ମକ ମାହୋଲ ରହିଥାଏ। ଏହାର ଏକ ଉଦାହରଣ ହେଉଛି ବିରାଟ କୋହଲି-ରବି ଶାସ୍ତ୍ରୀ ଯୋଡି। ଉଭୟ ପ୍ରତି ମ୍ୟାଚରେ ଖେଳାଳିମାନଙ୍କୁ ପରିବର୍ତ୍ତନ କରିଥାନ୍ତି। ଯାହା ଖେଳାଳିଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ହର୍ସେସ୍‌ ଫର କୋର୍ସେସ(ମ୍ୟାଚ୍‌ ହିସାବରେ ଖେଳାଳି) ଏକ ଭଲ ପ୍ରୟାସ, ତେବେ ଟିମ୍‌ କଲ୍ଚର ଉପରେ ଏହା ଖରାପ ପ୍ରଭାବ ପକାଇଥାଏ।
ତେବେ ରୋହିତ ଶର୍ମା ଓ ରାହୁଲ ଡ୍ରାଭିଡ୍‌ଙ୍କ ଯୋଡି ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ। ଉଭୟ ନିଜ ଖେଳାଳିଙ୍କୁ ପର୍ଯ୍ୟାପ୍ତ ସମୟ ଓ ସୁଯୋଗ ଦେଉଛନ୍ତି। ଫଳରେ ଭାରତ ଦଳଗତ ଭାବରେ ନିର୍ଭୀକ କ୍ରିକେଟ ଖେଳୁଛି। ଆରମ୍ଭରୁ ମହମ୍ମଦ ଶାମିଙ୍କୁ ନ ଖେଳାଇବା ଓ ଠିକ୍‌ ସମୟ, ପରିବେଶକୁ ଦୃଷ୍ଟିରେ ରଖି ତାଙ୍କୁ ସୁଯୋଗ ଦେବା ଯୋଜନାବଦ୍ଧ ଥିଲା। ଜଣେ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳୁ ନ ଥିବା ବେଳେ ମ୍ୟାନେଜମେଣ୍ଟ ତାଙ୍କ ସହିତ କଥା ହେବା ଦ୍ୱାରା ଉଭୟ ଖେଳାଳି ଓ ଟିମ୍‌ର ମାହୋଲ ସକାରାତ୍ମକ ରୁହେ। ଏହାର ଆଉ ଏକ ଉଦାହରଣ ହେଉଛନ୍ତି ଲୋକେଶ ରାହୁଲ। ମୁମ୍ବାଇର ଛୋଟ ଗ୍ରାଉଣ୍ଡ ଓ ଫ୍ଲାଟ ପିଚ୍‌କୁ ଦୃଷ୍ଟିରେ ରଖିଲେ ରନ୍‌ ଭୋଜି ଦେଖିବାକୁ ମିଳିବ। ବ୍ୟକ୍ତିଗତ ଭାବରେ ଭାରତୀୟ ବୋଲରଙ୍କ ନିକଟରୁ ଏକ ସଫଳ ଇନିଂସ ଆଶା କରିବି। ଟିମ୍‌ ହିସାବରେ ଏହା ବିଫଳ ହୋଇଥିବା ବେଳେ କିଛି ଖେଳାଳି ବ୍ୟକ୍ତିଗତ ଭାବରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଏହା ହିଁ ଭାରତକୁ ଏହି ମ୍ୟାଚ୍‌ରେ ହଟ୍‌ ଫେଭରିଟ୍‌ ଭାବରେ ଗଢି ତୋଳୁଛି।
(ଗେମ୍‌ ପ୍ଲାନ/ଦୀନେଶ ଚୋପ୍ରା ମିଡିଆ)


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

ପଥରରେ ପିଟି ହୋଇ ଖାଲକୁ ଖସିପଡ଼ିଲା ପୋଲିସ ଗାଡ଼ି, ମହିଳା ଏସ୍‌ଆଇଙ୍କ ସମେତ…

ଖଲ୍ଲିକୋଟ,୩୧ା୧(ପ୍ରଶାନ୍ତ କୁମାର ମିଶ୍ର): ଘନକୁହୁଡ଼ି ଯୋଗୁ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ପଡ଼ିଥିବା ଗୋଟିଏ ପଥରରେ ପିଟି ହୋଇ…

NCPର ବଡ଼ ଦାଦି, ସୁନେତ୍ରା ଉପ ମୁଖ୍ୟମନ୍ତ୍ରୀ, ପାର୍ଥ ପାଓ୍ବାରଙ୍କୁ ରାଜ୍ୟ ସଭାରେ ମିଳିବ ସିଟ୍‌!

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ମହାରାଷ୍ଟ୍ର ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଜିତ ପାୱାରଙ୍କ ହଠାତ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟକୁ…

ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜଧାନୀ ମହିଳାଙ୍କ ପାଇଁ ନେଲେ ଏହି ପଦକ୍ଷେପ, ଏଣିକି ମିଳିବ…

ଭୁବନେଶ୍ୱର,୩୧ା୧: ରାଜଧାନୀ ମହିଳା ଯାତ୍ରୀଙ୍କ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ମହିଳାଙ୍କ ସୁରକ୍ଷା ଏବଂ…

Pakistan PM: ‘ଆମକୁ ଲାଜ ଲାଗୁଛି’, କାହିଁକି ଏମିତି କହିଲେ ଶହବାଜ ସରିଫ? ଜାଣନ୍ତୁ ଏହା ପଛର କାରଣ

ଇସଲାମାବାଦ,୩୧।୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବିଦେଶରୁ ଋଣ ନେବା ପାଇଁ ଲଜ୍ଜା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟଙ୍କା ମାଗିବା ଜାତୀୟ ଗର୍ବକୁ କ୍ଷତି…

ସୁନା-ରୂପା ପରି ବଢିଚାଲିଛି ଏହି ଧାତୁର ଦାମ୍‌! ଏବେଠୁ କିଣି ନିଅନ୍ତୁ…

ନୂଆଦିଲ୍ଲୀ,୩୧।୧: ଯଦି ଆପଣଙ୍କର ଧ୍ୟାନ କେବଳ ସୁନା ଏବଂ ରୂପା ଉପରେ ରହିଛି, ତେବେ ବଜାରକୁ ପୁନଃପରୀକ୍ଷଣ କରିବାର ସମୟ ଆସିଛି। ବିଶ୍ୱ ସାମଗ୍ରୀ ବଜାରରେ ଏକ…

ହଠାତ୍‌ ନବୀନ ନିବାସରେ ପହଞ୍ଚିଲେ କଳିକେଶ, ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୩୧।୧: ନବୀନ ନିବାସରେ ପହଞ୍ଚିଲେ କଳିକେଶ ନାରାୟଣ ସିଂହଦେଓ।କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨…

ବିଶିଷ୍ଟ କବିଙ୍କ ପରଲୋକ: ଇଂରାଜୀ-ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ଇଂରାଜୀ ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା, ବିଶିଷ୍ଟ ଶିକ୍ଷାବିତ୍‌ ତଥା କବି ପ୍ରଫେସର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପଦ୍ମପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri