Posted inଖେଳ

ଫିଲ୍ଡିଂ ମେଡାଲ ଓ ବିଟିଏସ୍‌

ଗୌତମ ଗମ୍ଭୀର
ବର୍ତ୍ତମାନ ଇଣ୍ଟରନେଟ୍‌ରେ ଭାରତୀୟ କ୍ରିକେଟ ଦଳର ବିହାଇଣ୍ଡ ଦ ସିନ୍‌(ବିଟିଏସ୍‌) ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତିଗତ ଭାବରେ ଏହ ମୋର ମଧ୍ୟ ପସନ୍ଦ। ପୁରୁଷମାନଙ୍କ ଏହି କ୍ରୀଡାରେ ଖେଳାଳି ଯୁବସୁଲଭ ବ୍ୟକ୍ତିତ୍ୱ ଦେଖିବାକୁ ମଧ୍ୟ ମିଳୁଛି। ଚମତ୍କାର କ୍ଷେତ୍ରରକ୍ଷଣ ଦକ୍ଷତା ପାଇଁ ପ୍ରତି ମ୍ୟାଚ୍‌ ଶେଷରେ ଫିଲ୍ଡିଂ କୋଚ୍‌ ଟି. ଦିଲୀପ ଦଳର ଜଣେ ସଦସ୍ୟଙ୍କୁ ଏକ ମେଡାଲ ପ୍ରଦାନ କରୁଛନ୍ତି। ପ୍ରତ୍ୟେକ ଥର ବିଜେତାଙ୍କ ନାମ ଘୋଷଣା କରିବା ପାଇଁ ସେ ନୂଆ ନୂଆ ବୈଷୟିକ କୌଶଳର ବ୍ୟବହାର କରୁଛନ୍ତି, ଯାହା ବେଶ୍‌ ମନୋମୁଗ୍ଧକର। ଷ୍ଟାଡିୟମର ସ୍କ୍ରିନ୍‌ ଓ ସ୍ପାଇଡର କ୍ୟାମେରା ବ୍ୟବହାର କରାଯାଉଥିବା ବେଳେ ଏଥିରେ ଖେଳାଳିଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଏକ ଛୋଟ ଅଭିଭାଷଣ ମଧ୍ୟ ରହିଥାଏ।
ଆଜିର ଏହି ସ୍ତମ୍ଭରେ ମୁଁ ପ୍ରଥମେ ଭିଡିଓ ସମ୍ପର୍କରେ ଉଲ୍ଲେଖ କରିବାର ଏକ କାରଣ ମଧ୍ୟ ରହିଛି। ଏଭଳି କରିବା ଦ୍ୱାରା ଦଳ ମଧ୍ୟରେ ଏକତା ଆସୁଥିବା ନେଇ ଅନେକ ଲୋକ ବିଶ୍ୱାସ କରନ୍ତି। ଏପରିକି ସମସ୍ତ ଖେଳାଳି ନିଜକୁ ଦଳର ଅଂଶ ବୋଲି ଚିନ୍ତା କରୁଥିବା ବେଳେ ଏହା ଦଳଗତ ପ୍ରଦର୍ଶନରେ ଉନ୍ନତି ଆଣିଥାଏ। ତେବେ ଏହାକୁ ନେଇ ମୋର ମତ ସାମାନ୍ୟ ଭିନ୍ନ ରହିବ। ଭାରତୀୟ ଦଳ ଏଥିପାଇଁ ଖୁସି, କାରଣ ସେମାନେ ବର୍ତ୍ତମାନ ଯାଏ ଅପରାଜେୟ ରହିଛନ୍ତି। ବିଶ୍ୱକପ୍‌ ପରି ଟୁର୍ନାମେଣ୍ଟରେ ଦଳ ଟେବୁଲ୍‌ ଟପ୍ପର ରହିବା କମ ଗର୍ବର କଥା ମଧ୍ୟ ନୁହେଁ। ସେହିପରି ଦ୍ୱିତୀୟ କାରଣ ହେଉଛି ଟିମ୍‌ରେ ପ୍ରତ୍ୟେକ ସଦସ୍ୟ ନିଜ ଦାୟିତ୍ୱକୁ ନେଇ ନିଶ୍ଚିତ ଅଛନ୍ତି। ଏହା ଦ୍ୱାରା ଡ୍ରେସିଂ ରୁମ୍‌ରେ ଏକ ସକାରାତ୍ମକ ମାହୋଲ ରହିଥାଏ। ଏହାର ଏକ ଉଦାହରଣ ହେଉଛି ବିରାଟ କୋହଲି-ରବି ଶାସ୍ତ୍ରୀ ଯୋଡି। ଉଭୟ ପ୍ରତି ମ୍ୟାଚରେ ଖେଳାଳିମାନଙ୍କୁ ପରିବର୍ତ୍ତନ କରିଥାନ୍ତି। ଯାହା ଖେଳାଳିଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ହର୍ସେସ୍‌ ଫର କୋର୍ସେସ(ମ୍ୟାଚ୍‌ ହିସାବରେ ଖେଳାଳି) ଏକ ଭଲ ପ୍ରୟାସ, ତେବେ ଟିମ୍‌ କଲ୍ଚର ଉପରେ ଏହା ଖରାପ ପ୍ରଭାବ ପକାଇଥାଏ।
ତେବେ ରୋହିତ ଶର୍ମା ଓ ରାହୁଲ ଡ୍ରାଭିଡ୍‌ଙ୍କ ଯୋଡି ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ। ଉଭୟ ନିଜ ଖେଳାଳିଙ୍କୁ ପର୍ଯ୍ୟାପ୍ତ ସମୟ ଓ ସୁଯୋଗ ଦେଉଛନ୍ତି। ଫଳରେ ଭାରତ ଦଳଗତ ଭାବରେ ନିର୍ଭୀକ କ୍ରିକେଟ ଖେଳୁଛି। ଆରମ୍ଭରୁ ମହମ୍ମଦ ଶାମିଙ୍କୁ ନ ଖେଳାଇବା ଓ ଠିକ୍‌ ସମୟ, ପରିବେଶକୁ ଦୃଷ୍ଟିରେ ରଖି ତାଙ୍କୁ ସୁଯୋଗ ଦେବା ଯୋଜନାବଦ୍ଧ ଥିଲା। ଜଣେ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳୁ ନ ଥିବା ବେଳେ ମ୍ୟାନେଜମେଣ୍ଟ ତାଙ୍କ ସହିତ କଥା ହେବା ଦ୍ୱାରା ଉଭୟ ଖେଳାଳି ଓ ଟିମ୍‌ର ମାହୋଲ ସକାରାତ୍ମକ ରୁହେ। ଏହାର ଆଉ ଏକ ଉଦାହରଣ ହେଉଛନ୍ତି ଲୋକେଶ ରାହୁଲ। ମୁମ୍ବାଇର ଛୋଟ ଗ୍ରାଉଣ୍ଡ ଓ ଫ୍ଲାଟ ପିଚ୍‌କୁ ଦୃଷ୍ଟିରେ ରଖିଲେ ରନ୍‌ ଭୋଜି ଦେଖିବାକୁ ମିଳିବ। ବ୍ୟକ୍ତିଗତ ଭାବରେ ଭାରତୀୟ ବୋଲରଙ୍କ ନିକଟରୁ ଏକ ସଫଳ ଇନିଂସ ଆଶା କରିବି। ଟିମ୍‌ ହିସାବରେ ଏହା ବିଫଳ ହୋଇଥିବା ବେଳେ କିଛି ଖେଳାଳି ବ୍ୟକ୍ତିଗତ ଭାବରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଏହା ହିଁ ଭାରତକୁ ଏହି ମ୍ୟାଚ୍‌ରେ ହଟ୍‌ ଫେଭରିଟ୍‌ ଭାବରେ ଗଢି ତୋଳୁଛି।
(ଗେମ୍‌ ପ୍ଲାନ/ଦୀନେଶ ଚୋପ୍ରା ମିଡିଆ)


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri