ହିତାଧିକାରୀଙ୍କ ଅଜାଣତରେ ଖୋଳାଯାଇଛି କ୍ଷେତ ପୋଖରୀ

ନୂଆଗାଁ,୭।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତରେ ଜଣେ ବ୍ୟକ୍ତିଙ୍କ ନାମରେ କ୍ଷେତ ପୋଖରୀ (ଫାର୍ମ ପଣ୍ଡ) ଖୋଳାଯାଇଛ। ହେଲେ ଯେଉଁ ବ୍ୟକ୍ତିଙ୍କ ନାମରେ ପୋଖରୀ ଖୋଳା ଯାଇଛି ସେହି ହିତାଧିକାରୀ ପୋଖରୀ ଖୋଳା ବିଷୟରେ ଜାଣି ନାହାନ୍ତି। ଏ ବାବଦରେ ଅଭିଯୋଗ କରିବାର ୪୦ ଦିନ ବିତି ଯାଇଥିଲେ ମଧ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଅଭିଯୋଗକୁ ଚାପି ଦେବାକୁ ଚେଷ୍ଠା କରାଯାଉଥିବା ଅଭିଯୋଗ ହେଉଛି।
ନୂଆଗାଁ ବ୍ଲକ ଜଳ ବିଭାଜିକା ବିଭାଗ ତରଫରୁ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମର ଲକ୍ଷ୍ମଣ ବେହେରାଙ୍କ ନାମରେ ଏକ କ୍ଷେତ ପୋଖରୀ ଖୋଳା ଯାଇଥିବାର ସୂଚନା ଫଳକ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାମରେ ରେକର୍ଡ ଥିବା ପୋଖରୀ ହୁଡାରେ ଲାଗିଥିବା ଅଭିଯୋଗ ହୋଇଥିଲା । ତେବେ ଲକ୍ଷ୍ମଣ ବେହେରାଙ୍କୁ ପୋଖରୀ ବାବଦରେ ପଚାରିବାରେ ପୋଖରୀ ବିଷୟରେ ସେ ଜାଣି ନାହାନ୍ତି କିମ୍ବା କେବେ ପୋଖରୀ ଖୋଳି ନାହାନ୍ତି ବୋଲି ମନା କରିଥିଲେ । ପୋଖରୀ ଖୋଳାକୁ ତଦାରଖ କରିଥିବା ଜଳ ବିଭାଜିକା ବିଭାଗ କର୍ମଚାରୀ ଦୁଃଶାସନ ନାୟକଙ୍କୁ ପଚାରିବାରେ ସୂଚନା ଫଳକରେ ହିତାଧିକାରୀଙ୍କ ନାମ ଭୁଲ ହୋଇଯାଇଛି। ଉକ୍ତ ପୋଖରୀ ବିଭାଗର ପୂର୍ବତନ ପିଡିଙ୍କ ଜଣେ ସମ୍ପର୍କୀୟ ଖୋଳିଥିବାରୁ ପିଡିଙ୍କ ନିର୍ଦ୍ଦେଶକ୍ରମେ ବିଲ୍‌ କରାଯାଇଥିବା ଅଭିଯୋଗକାରୀଙ୍କ ସାମ୍ନାରେ କର୍ମଚାରୀ ନାୟକ ଯନ୍ତ୍ରୀ ହରପ୍ରସାଦ ରଥଙ୍କୁ କହିଥିଲେ । ହିତାଧିକାରୀଙ୍କ ଅଜାଣତରେ ପୋଖରୀ ଖୋଳି ୧ ଲକ୍ଷ ୬୦ ହଜାର ୮୪୮ ଟଙ୍କା ଉଠାଣ ହୋଇଥିବା ନେଇ ଗତ ଫେବୃଆରୀ ୨୨ରେ ବ୍ଲକରେ ଅନୁଷ୍ଠିତ ହୋଇଥିବା ସାମାଜିକ ସମୀକ୍ଷା ଜନଶୁଣାଣିରେ ଅଭିଯୋଗ ହେବା ପରେ ତୁରନ୍ତ ତଦନ୍ତ କରିବା ପାଇଁ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ ରୋଜିନା ଦାସ ନିଦ୍ଦେର୍ଶ ଦେଇଥିଲେ । ତେଣୁ ଏହାର ତଦନ୍ତ କରିବା ପାଇଁ ନୂଆଗାଁ ବିଡିଓ ବାସୁଦେବ ନାୟକ ନୂଆଗାଁ ବ୍ଲକ ସାମାଜିକ ସମୀକ୍ଷକ ସ୍ବର୍ଣ୍ଣଲତା ଦଳବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଭିଯୋଗ ହେବାର ୪୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ଅଧିକାରୀଙ୍କ ନୀରବତା ପରେ ନୟାଗଡ଼ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଉପେନ୍ଦ୍ର ପରିଡ଼ାଙ୍କୁ ଜଣାଇବାରେ ବିଚାର କରାଯିବ କହି ସେ ମଧ୍ୟ ନୀରବ ରହିଛନ୍ତି। ତେବେ ଜିଲା ସାମାଜିକ ସମୀକ୍ଷକ ବିଜୟ ବଳିୟାରସିଂଙ୍କୁ ପଚାରିବାରେ ଲକ୍ଷ୍ମଣ ବେହେରାଙ୍କ ପୋଖରୀର ତଦନ୍ତ ଦାୟିତ୍ୱ ଅଣ୍ଡୁସମ୍ୟାନ ନେଇଛନ୍ତି କହିଥିଲେ । ଅଣ୍ଡୁସମ୍ୟାନ ଗିରିଶ ଚନ୍ଦ୍ର ଦାସଙ୍କୁ ପଚାରିବାରେ ତଦନ୍ତ ପାଇଁ ସମୟ ଲାଗିବ ବୋଲି କହିଛନ୍ତି। ତେବେ କ୍ଷେତ ପୋଖରୀ ଖନନରେ ଅନିୟମିତତା ହୋଇଥିବା ଜାଣି ଅଧିକାରୀମାନେ ଅଭିଯୋଗକୁ ଚାପି ଦେବାର ପ୍ରୟାସ କରି ସମୟ ଗଡାଇ ଚାଲୁଛନ୍ତି ବୋଲି ଅଭିଯୋଗକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri