କ୍ୱେଟାରେ ଆତଙ୍କବାଦୀ ଆକ୍ରମଣ: ୩ମୃତ, ୨୪ରୁ ଊର୍ଦ୍ଧ୍ୱ ଆହତ

କ୍ୱେଟା,୩୦।୧୧: ପାକିସ୍ତାନରେ ପୋଲିସ ଟ୍ରକ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୩ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୦ଜଣ ପୋଲିସ କର୍ମଚାରୀଙ୍କ ସମେତ ୨୪ଜଣ ଆହତ ହୋଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ବୁଧବାର ସକାଳେ କୁଚଲକ ବାଇପାସ ଦେଇ ଏକ ପୋଲିସ ଟ୍ରକ୍‌ ଯାଉଥିବା ବେଳେ ହଠାତ୍‌ ଗାଡ଼ି ଉପରକୁ ଆତଙ୍କବାଙ୍କ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ ପୋଲିସର ରେସକ୍ୟୁ ଟିମ୍‌ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଥିଲେ। ଏଥିସହ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହି ଆକ୍ରମଣରେ ପୋଲିସ ଟ୍ରକକୁ ଟାର୍ଗେଟ କରାଯାଇଥିଲା ବୋଲି କ୍ୱେଟାର ଡିଜି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri