Categories: ଖେଳ

କିଟ୍‌କୁ ଫିକି ଇଣ୍ଡିଆ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର,୨୮ା୧୧: କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି(କିଟ୍‌)କୁ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି) ପକ୍ଷରୁ ଚଳିତ ବର୍ଷର ଫିକି ଇଣ୍ଡିଆ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ରବିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‌ କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଉତ୍ସବରେ ଫିକି ପ୍ରେସିଡେଣ୍ଟ ଇଲେକ୍ଟ ତଥା ଇମ୍ଫା ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା, ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଓ ଭାରତୀୟ କ୍ରୀଡ଼ା ପୁରସ୍କାର ପ୍ୟାନେଲ ଅଧ୍ୟକ୍ଷ ବିଜୟ ଲୋକାପାଲି, ଫିକି କ୍ରୀଡ଼ା ଓ ଯୁବ ବ୍ୟାପାର କମିଟି ଅଧ୍ୟକ୍ଷ ତଥା ଡିସ୍ନେ ଷ୍ଟାର କ୍ରୀଡ଼ା ମୁଖ୍ୟ ସଂଯୋଗ ଗୁପ୍ତା ଓ ଫିକି କ୍ରୀଡ଼ା ଏବଂ ଯୁବ ବ୍ୟାପାର କମିଟି କୋ-ଚେୟାର ଅମିତ୍‌ ଭାଲା ପ୍ରମୁଖ ଉପସ୍ଥିତ ଥିଲେ।

Share