ଇମ୍ରାନଙ୍କ ନିର୍ଦ୍ଦେଶରେ ଏଫଆଇଏ ମହାନିର୍ଦ୍ଦେଶକଙ୍କୁ ଶୌଚାଳୟରେ ବନ୍ଦ କରାଯାଇଥିଲା…

ଇସଲାମାବାଦ,୬।୧୦ : ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏଫଆଇଏ) ର ପୂର୍ବତନ ମହାନିର୍ଦ୍ଦେଶକ ବଶିର ମେମନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତାଙ୍କ ନିର୍ଦ୍ଦେଶରେ ବଶିରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅବାସରେ ଶୌଚାଳୟରେ କରାଯାଇଥିଲା।

ମିଡିଆ ରିପୋର୍ଟରେ ଏହି ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ ଯେ, ଜଣେ ହ୍ୟାକର ବଶିର ଏବଂ ଇମ୍ରାନଙ୍କ ସାକ୍ଷାତକାରର ପୁରା ଘଟଣାକୁ ଟୁଇଟ କରି ଶେୟାର କରିଥିଲେ। ତେବେ ଏହି ଟୁଇଟ ଗୁଡିକ ବର୍ତ୍ତମାନ ହଟାଇ ଦିଆଯାଇଛି।

ବଶିର କହିଛନ୍ତି ଯେ, ହ୍ୟାକରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ସମ୍ପୂର୍ଣ୍ଣ ସତ୍ୟ। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share