ରାଜ୍ୟରେ କମିଛି ମାଓବାଦୀ ହିଂସା

ଭୁବନେଶ୍ୱର,୨୬ା୧୨ (ଆଇଏଏନ୍‌ଏସ୍‌): ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସାଧାରଣ ଲୋକଙ୍କ ନିମନ୍ତେ କେତେକ ଆର୍ଥିକ ଓ କଲ୍ୟାଣମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ଯୋଗୁ ଓଡ଼ିଶାରେ ୨୦୨୧ରେ ମାଓବାଦୀ ହିଂସା ତଥା ବାମପନ୍ଥୀ ଉଗ୍ରବାଦ ହ୍ରାସ ପାଇଛି। ୨୦୧୦ରେ ରାଜ୍ୟରେ ୨୧୮ଟି ବାମପନ୍ଥୀ ଉଗ୍ରବାଦ ଘଟଣା ଘଟିଥିବାବେଳେ ୨୦୨୧ରେ ତାହା ୩୨ରେ ସୀମିତ ରହିଛି। ସେହିପରି ଏଭଳି ହିଂସାରେ ଘଟୁଥିବା ସୁରକ୍ଷାକର୍ମୀ ଏବଂ ସାଧାରଣ ଜନତାଙ୍କ ମୃତ୍ୟୁ ମଧ୍ୟ କମିଛି। ୨୦୧୦ରେ ମାଓବାଦୀଙ୍କ ହିଂସାରେ ୭୯ ଜଣଙ୍କ ପ୍ରାଣହାନି ହୋଇଥିବାବେଳେ ୨୦୨୧ରେ ମାତ୍ର ୩ ଜଣଙ୍କ ମୃତ୍ୟୁ ଘଟିଛି। ସରକାରୀ ତଥ୍ୟ ଅନୁଯାୟୀ ଗତ ୧୨ବର୍ଷ ମଧ୍ୟରେ ରାଜ୍ୟରେ ୧,୨୪୬ଟି ବାମପନ୍ଥୀ ଉଗ୍ରବାଦଜନିତ ହିଂସା ଦ୍ୱାରା ସୁରକ୍ଷାକର୍ମୀଙ୍କୁ ମିଶାଇ ମୋଟ ୩୫୭ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି କ୍ରମରେ ହାରାହାରି ବର୍ଷକୁ ପ୍ରାୟ ୧୦୩ ହିଂସା ଏବଂ ୨୯ ଜଣଙ୍କ ପ୍ରାଣହାନି ହୋଇଛି। କିନ୍ତୁ ଏହି ହାରକୁ ଦେଖିଲେ ୨୦୨୧ରେ ଓଡ଼ିଶାରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ବହୁ ପରିମାଣରେ ହ୍ରାସ ପାଇଛି।
କେବଳ ହିଂସା ନୁହେଁ, ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପର ଭୌଗୋଳିକ ପରିସର ମଧ୍ୟ ହ୍ରାସ ପାଇଛି। ବର୍ତ୍ତମାନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ସିକ୍ୟୁରିଟି ରିଲେଟେଡ୍‌ ଏକ୍ସପେଣ୍ଡିଚର (ଏସ୍‌ଆର୍‌ଇ) ସ୍କିମ୍‌ ଅଧୀନରେ ଓଡ଼ିଶାର ୧୦ ଜିଲା ରହିଛି। ପୂର୍ବରୁ ୧୯ ଜିଲାରେ ଏହି ସ୍କିମ୍‌ କାର୍ଯ୍ୟକାରୀ ହେଉଥିଲା। ରାଜ୍ୟଗୁଡ଼ିକରେ ବାମପନ୍ଥୀ ଉଗ୍ରବାଦଜନିତ ସମସ୍ୟାର ମୁକାବିଲା ପାଇଁ ୧୯୯୬ ଏପ୍ରିଲ ୧ରୁ ଏହି ସ୍କିମ୍‌ କାର୍ଯ୍ୟକାରୀ ହେଉଛି। ସମ୍ପ୍ରତି ୧୦ ଜିଲା ତଥା ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଏବଂ ସୁନ୍ଦରଗଡ଼ରେ ଏହି ସ୍କମ୍‌ ଚାଲୁରହିଛି। ଏଥିମଧ୍ୟରୁ କନ୍ଧମାଳ, ମାଲକାନଗିରି ଏବଂ କଳାହାଣ୍ଡିକୁ ସବୁଠୁ ଅଧିକ ମାଓବାଦୀ ପ୍ରଭାବିତ ଜିଲାଭାବେ ବର୍ଗୀକରଣ କରାଯାଇଛି। ଏହାପଛକୁ କୋରାପୁଟ ଚିନ୍ତାଜନକ ଜିଲା ଭାବେ ବର୍ଗୀକୃତ ହୋଇଛି।
ଲୋକ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ଓଡ଼ିଶାର ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଉଛି। କେତେକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଉ କେତେକ ଚାଲୁ ରହିଛି। ସେଥିମଧ୍ୟରେ ଦୁଇଟି ଯୋଜନାରେ ୯୭୪ କି.ମି. ରାସ୍ତା ନିର୍ମାଣ କରାଯାଇଛି। ଟେଲି ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ୨୫୬ଟି ମୋବାଇଲ
ଟାଓ୍ବାର ସ୍ଥାପନ କରାଯାଇଥିବାବେଳେ ଆଉ ୪୮୩ଟି ଟାଓ୍ବାର ପ୍ରତିଷ୍ଠା ପାଇଁ କାର୍ଯ୍ୟାଦେଶ ଜାରି ହୋଇଛି। ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ଏବଂ ସେବା ଯୋଗାଇଦେବା ନିମନ୍ତେ ସ୍ପେଶାଲ ସେଣ୍ଟ୍ରାଲ ଆସିଷ୍ଟାଣ୍ଟ ସ୍କିମ୍‌ ଅଧୀନରେ ମୋଟ ୨୩୪.୩୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେଥିରେ ରାସ୍ତା ମରାମତି, ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ, ଶିକ୍ଷା ସମ୍ପର୍କିତ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି ବିଭିନ୍ନ ପ୍ରକାର ପ୍ରକଳ୍ପ କରାଯାଉଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ସଶକ୍ତୀକରଣ ପାଇଁ ୫ଟି ଆଇଟିଆଇ ଏବଂ ୧୦ଟି ସ୍କିଲ୍‌ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ନିମନ୍ତେ ଦକ୍ଷତା ବିକାଶ ଯୋଜନାରେ ମଞ୍ଜୁର କରାଯାଇଛି। ସେହିପରି କେନ୍ଦ୍ର ପକ୍ଷରୁ ୬୪ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସେଥିରୁ ୧୮ଟି କାର୍ଯ୍ୟକ୍ଷମ ହୋଇସାରିଛି। ଅନ୍ୟପକ୍ଷରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ନିମନ୍ତେ ୪୯ଟି ବ୍ୟାଙ୍କ, ୯୫ଟି ଏଟିଏମ୍‌ ପ୍ରତିଷ୍ଠା କରାଯିବା ସହ ୧୧୪୪ ଜଣ ବ୍ୟାଙ୍କିଙ୍ଗ୍‌ କରେସ୍‌ପେଣ୍ଡେଣ୍ଟ୍‌ଙ୍କୁ ନିୟୋଜିତ କରାଯାଇଛି। ଗତ ୭ ବର୍ଷରେ ୨ଟି ପର୍ଯ୍ୟାୟରେ ୨୪୭ଟି ପୋଷ୍ଟ ଅଫିସ୍‌ ମଧ୍ୟ ଖୋଲାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri