ରାଜ୍ୟରେ କମିଛି ମାଓବାଦୀ ହିଂସା

ଭୁବନେଶ୍ୱର,୨୬ା୧୨ (ଆଇଏଏନ୍‌ଏସ୍‌): ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସାଧାରଣ ଲୋକଙ୍କ ନିମନ୍ତେ କେତେକ ଆର୍ଥିକ ଓ କଲ୍ୟାଣମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ଯୋଗୁ ଓଡ଼ିଶାରେ ୨୦୨୧ରେ ମାଓବାଦୀ ହିଂସା ତଥା ବାମପନ୍ଥୀ ଉଗ୍ରବାଦ ହ୍ରାସ ପାଇଛି। ୨୦୧୦ରେ ରାଜ୍ୟରେ ୨୧୮ଟି ବାମପନ୍ଥୀ ଉଗ୍ରବାଦ ଘଟଣା ଘଟିଥିବାବେଳେ ୨୦୨୧ରେ ତାହା ୩୨ରେ ସୀମିତ ରହିଛି। ସେହିପରି ଏଭଳି ହିଂସାରେ ଘଟୁଥିବା ସୁରକ୍ଷାକର୍ମୀ ଏବଂ ସାଧାରଣ ଜନତାଙ୍କ ମୃତ୍ୟୁ ମଧ୍ୟ କମିଛି। ୨୦୧୦ରେ ମାଓବାଦୀଙ୍କ ହିଂସାରେ ୭୯ ଜଣଙ୍କ ପ୍ରାଣହାନି ହୋଇଥିବାବେଳେ ୨୦୨୧ରେ ମାତ୍ର ୩ ଜଣଙ୍କ ମୃତ୍ୟୁ ଘଟିଛି। ସରକାରୀ ତଥ୍ୟ ଅନୁଯାୟୀ ଗତ ୧୨ବର୍ଷ ମଧ୍ୟରେ ରାଜ୍ୟରେ ୧,୨୪୬ଟି ବାମପନ୍ଥୀ ଉଗ୍ରବାଦଜନିତ ହିଂସା ଦ୍ୱାରା ସୁରକ୍ଷାକର୍ମୀଙ୍କୁ ମିଶାଇ ମୋଟ ୩୫୭ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି କ୍ରମରେ ହାରାହାରି ବର୍ଷକୁ ପ୍ରାୟ ୧୦୩ ହିଂସା ଏବଂ ୨୯ ଜଣଙ୍କ ପ୍ରାଣହାନି ହୋଇଛି। କିନ୍ତୁ ଏହି ହାରକୁ ଦେଖିଲେ ୨୦୨୧ରେ ଓଡ଼ିଶାରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ବହୁ ପରିମାଣରେ ହ୍ରାସ ପାଇଛି।
କେବଳ ହିଂସା ନୁହେଁ, ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପର ଭୌଗୋଳିକ ପରିସର ମଧ୍ୟ ହ୍ରାସ ପାଇଛି। ବର୍ତ୍ତମାନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ସିକ୍ୟୁରିଟି ରିଲେଟେଡ୍‌ ଏକ୍ସପେଣ୍ଡିଚର (ଏସ୍‌ଆର୍‌ଇ) ସ୍କିମ୍‌ ଅଧୀନରେ ଓଡ଼ିଶାର ୧୦ ଜିଲା ରହିଛି। ପୂର୍ବରୁ ୧୯ ଜିଲାରେ ଏହି ସ୍କିମ୍‌ କାର୍ଯ୍ୟକାରୀ ହେଉଥିଲା। ରାଜ୍ୟଗୁଡ଼ିକରେ ବାମପନ୍ଥୀ ଉଗ୍ରବାଦଜନିତ ସମସ୍ୟାର ମୁକାବିଲା ପାଇଁ ୧୯୯୬ ଏପ୍ରିଲ ୧ରୁ ଏହି ସ୍କିମ୍‌ କାର୍ଯ୍ୟକାରୀ ହେଉଛି। ସମ୍ପ୍ରତି ୧୦ ଜିଲା ତଥା ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ଏବଂ ସୁନ୍ଦରଗଡ଼ରେ ଏହି ସ୍କମ୍‌ ଚାଲୁରହିଛି। ଏଥିମଧ୍ୟରୁ କନ୍ଧମାଳ, ମାଲକାନଗିରି ଏବଂ କଳାହାଣ୍ଡିକୁ ସବୁଠୁ ଅଧିକ ମାଓବାଦୀ ପ୍ରଭାବିତ ଜିଲାଭାବେ ବର୍ଗୀକରଣ କରାଯାଇଛି। ଏହାପଛକୁ କୋରାପୁଟ ଚିନ୍ତାଜନକ ଜିଲା ଭାବେ ବର୍ଗୀକୃତ ହୋଇଛି।
ଲୋକ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ଓଡ଼ିଶାର ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଉଛି। କେତେକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଉ କେତେକ ଚାଲୁ ରହିଛି। ସେଥିମଧ୍ୟରେ ଦୁଇଟି ଯୋଜନାରେ ୯୭୪ କି.ମି. ରାସ୍ତା ନିର୍ମାଣ କରାଯାଇଛି। ଟେଲି ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ୨୫୬ଟି ମୋବାଇଲ
ଟାଓ୍ବାର ସ୍ଥାପନ କରାଯାଇଥିବାବେଳେ ଆଉ ୪୮୩ଟି ଟାଓ୍ବାର ପ୍ରତିଷ୍ଠା ପାଇଁ କାର୍ଯ୍ୟାଦେଶ ଜାରି ହୋଇଛି। ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ଏବଂ ସେବା ଯୋଗାଇଦେବା ନିମନ୍ତେ ସ୍ପେଶାଲ ସେଣ୍ଟ୍ରାଲ ଆସିଷ୍ଟାଣ୍ଟ ସ୍କିମ୍‌ ଅଧୀନରେ ମୋଟ ୨୩୪.୩୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେଥିରେ ରାସ୍ତା ମରାମତି, ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ, ଶିକ୍ଷା ସମ୍ପର୍କିତ ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି ବିଭିନ୍ନ ପ୍ରକାର ପ୍ରକଳ୍ପ କରାଯାଉଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ସଶକ୍ତୀକରଣ ପାଇଁ ୫ଟି ଆଇଟିଆଇ ଏବଂ ୧୦ଟି ସ୍କିଲ୍‌ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା ନିମନ୍ତେ ଦକ୍ଷତା ବିକାଶ ଯୋଜନାରେ ମଞ୍ଜୁର କରାଯାଇଛି। ସେହିପରି କେନ୍ଦ୍ର ପକ୍ଷରୁ ୬୪ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ସେଥିରୁ ୧୮ଟି କାର୍ଯ୍ୟକ୍ଷମ ହୋଇସାରିଛି। ଅନ୍ୟପକ୍ଷରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ନିମନ୍ତେ ୪୯ଟି ବ୍ୟାଙ୍କ, ୯୫ଟି ଏଟିଏମ୍‌ ପ୍ରତିଷ୍ଠା କରାଯିବା ସହ ୧୧୪୪ ଜଣ ବ୍ୟାଙ୍କିଙ୍ଗ୍‌ କରେସ୍‌ପେଣ୍ଡେଣ୍ଟ୍‌ଙ୍କୁ ନିୟୋଜିତ କରାଯାଇଛି। ଗତ ୭ ବର୍ଷରେ ୨ଟି ପର୍ଯ୍ୟାୟରେ ୨୪୭ଟି ପୋଷ୍ଟ ଅଫିସ୍‌ ମଧ୍ୟ ଖୋଲାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ଏହି ଦେଶରେ ହେବନାହିଁ ଆଇପିଏଲ୍‌ ପ୍ରସାରଣ, କାହିଁକି ଜାଣନ୍ତୁ…

ଢାକା,୩୧ା୩: ଭାରତର ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବାଂଲାଦେଶରେ ଚଳିତ ବର୍ଷର ଆଇପିଏଲ୍‌ ପ୍ରସାରଣ ଚୁକ୍ତିକୁ ବରଖାସ୍ତ କରିଛି। ସ୍ଥାନୀୟ ସାଥି କମ୍ପାନୀ ପାଉଣା ଦେବାରେ ବିଫଳ ହୋଇଥିବାରୁ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri