ଜିଲାରେ କମିଛି ଡେଙ୍ଗୁ ପ୍ରକୋପ

ଢେଙ୍କାନାଳ ଅଫିସ, ୧୬।୫: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ମଙ୍ଗଳବାର ଜିଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ଅଶୋକ କୁମାର ଦାଶ ଏଥିରେ ଅଧ୍ୟକ୍ଷତା କରି କହିଲେ, ଜିଲାରେ ଡେଙ୍ଗୁ ପ୍ରକୋପ କମିଛି। ଜିଲାରେ ୨୦୧୩ରେ ସର୍ବାଧିକ ୪୧୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ୨୦୧୪ରେ ୨୭୪, ୨୦୧୫ରେ ୪୪, ୨୦୧୬ରେ ୧୧୭, ୨୦୧୭ରେ ୫୧, ୨୦୧୮ରେ ୬୧, ୨୦୧୯ରେ ୯୬, ୨୦୨୦ରେ ୫, ୨୦୨୧ରେ ୫୧, ୨୦୨୨ରେ ୭୯ ଏବଂ ୨୦୨୩ ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ମାତ୍ର ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ୨୦୧୩ରୁ ଅଦ୍ୟାବଧି ଡେଙ୍ଗୁରେ କାହାରି ଜୀବନ ଯାଇ ନ ଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି। ସମସ୍ତେ ମିଳିମିଶି କାର୍ଯ୍ୟକଲେ ଜିଲା ଡେଙ୍ଗୁ ମୁକ୍ତ ହୋଇପାରିବ। ପରିବେଶକୁ ପରିଷ୍କାର ରଖିବା, ଆଶା, ଅଙ୍ଗନଓ୍ବାଡି, ସ୍ବାସ୍ଥ୍ୟକର୍ମୀଙ୍କ ସହାୟତାରେ ଜନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା, ରୋଗ ଚିହ୍ନଟ, ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ଲାଗି ସିଡିଏମ୍‌ଓ ପରାମର୍ଶ ଦେଇଛନ୍ତି।
ଜିଲା ଭେକ୍ଟରବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ ଆଲୋଚନାରେ ଭାଗନେଇ କହିଲେ, ଡେଙ୍ଗୁରେ ଆକ୍ରାନ୍ତ ରୋଗୀଙ୍କୁ ଭୀଷଣ ଜ୍ୱର, ଗଣ୍ଠି ବିନ୍ଧା, ବାନ୍ତି, ମୁଣ୍ଡବ୍ୟଥା ହୋଇଥାଏ। ଶରୀରରେ ଲାଲ୍‌ ଦାଗ ପଡ଼ିଯାଏ। ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ମେଡିକାଲରେ ପରାମର୍ଶ କରିବା ଜରୁରୀ। ଡେଙ୍ଗୁ ରୋଗ ପାଇଁ କୌଣସି ପ୍ରତିଷେଧକ ଟିକା କିମ୍ବା ଔଷଧ ନାହିଁ। ଲକ୍ଷଣକୁ ଦେଖି ରୋଗର ଚିକିତ୍ସା କରାଯାଇଥାଏ। ଜିଲା ଚିକିତ୍ସାଳୟର ଦ୍ୱିତୀୟ ମହଲା ୯୩ନଂ. କୋଠରିରେ ନିଃଶୁଳ୍କ ଡେଙ୍ଗୁ ପରୀକ୍ଷା କରାଯାଉଛି ବୋଲି ସୂଚନା ଦିଆଯାଇଥିଲା।
ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର କହିଲେ, ପାଣି ଜମି ରହୁଥିବା ସ୍ଥାନରେ ଏଡିସ୍‌ ମଶା ଲାର୍ଭା ଦେଇଥାଏ। ତେଣୁ ୨-୩ ଦିନ ଅନ୍ତରରେ ପାଣିପାତ୍ର, ଟାଙ୍କି, କୁଲର ପାଣି ବଦଳାଇବା ଜରୁରୀ। ନିୟମିତ ମଶାରି ବ୍ୟବହାର ଦ୍ୱାରା ମାରାତ୍ମକ ଡେଙ୍ଗୁରୁ ଅନେକାଂଶରେ ସୁରକ୍ଷା ମିଳିପାରିବ ବୋଲି ସେ କହିଥିଲେ। ଜିଲା ଯକ୍ଷ୍ମା ନିୟନ୍ତ୍ରଣ ଅଧିକାରୀ ଡା. ଗୁରୁପ୍ରସାଦ ଜେନା, ଜିଲା ଭେକ୍ଟରବାହିତ ରୋଗ ଅଧିକାରୀ ଡା. ହିମାଂଶୁ ଶେଖର ହେମ୍ବ୍ରମ ଡେଙ୍ଗୁର ପ୍ରତିକାର ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଏଡିଏମ୍‌ଓ (ମେଡିକାଲ) ଡା. ଜୟକୃଷ୍ଣ ନାୟକ, ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ, ଜିଲା କୋଷାଧ୍ୟକ୍ଷ ଗଗନ ବିହାରୀ ସାହୁ, ମହାମାରୀ ବିଶେଷଜ୍ଞ ଡା. କଲ୍ଲୋଳ ଦାସ ପ୍ରମୁଖ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ପୁସ୍ତିକା ଉନ୍ମୋଚନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri