ନବାନ୍ନରେ ଉତ୍ସବମୁଖର ଯୋରନ୍ଦା

ଢେଙ୍କାନାଳ ଅଫିସ, ୯।୯:  ମହିମାଧର୍ମର ମୁଖ୍ୟପୀଠ ଯୋରନ୍ଦା ମହିମାଗାଦିରେ ଭାଦ୍ରବ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ବୁଧବାର ଅନୁଷ୍ଠିତ ହୋଇଯାଇଛି ନବାନ୍ନ ଉତ୍ସବ। କୋଭିଡ୍‌ କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବାବେଳେ ଶୂନ୍ୟବ୍ରହ୍ମଙ୍କ ଉପାସନାରେ ବିଭୋର ହୋଇଥିଲେ ସାଧୁସନ୍ଥ। ଗୈରିକ ବସ୍ତ୍ରଧାରୀ ସନ୍ନ୍ୟାସୀମାନେ ବିଶ୍ୱକୁ କରୋନା ମୁକ୍ତ କରିବାକୁ ପ୍ରାର୍ଥନା କରିବା ସହ ଜଗତକଲ୍ୟାଣ କାମନା କରିଥିଲେ।
ନବାନ୍ନ ଉପଲକ୍ଷେ, ଆନ୍ଧ୍ରପ୍ରଦେଶ, ମାଲକାନଗିରି, କେନ୍ଦ୍ରାପଡ଼ା, ଗଞ୍ଜାମ, କେନ୍ଦୁଝର, ବରଗଡ, ଜଗତ୍‌ସିଂହପୁର, ବୌଦ୍ଧ, ବାରିପଦା, ଖୋର୍ଦ୍ଧା, କଟକ ସମେତ ଢେଙ୍କାନାଳ ଜିଲାର ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ ସାଧୁସନ୍ଥଙ୍କ ସମାଗମ ହୋଇଥିଲା। ପରମ୍ପରା ଅନୁଯାୟୀ, ପ୍ରାତଃ ସମୟରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଏହାପରେ ନୂଆଧାନରେ ପ୍ରସ୍ତୁତ ଚୁଡ଼ା, ଗୁଡ଼, ନଡ଼ିଆ, କଦଳୀ, କ୍ଷୀର, ଦହି, କାଜୁ, କିସ୍‌ମିସ୍‌, ମହୁ ସମେତ ବିଭିନ୍ନ ଫଳର ସମ୍ମିଶ୍ରଣରେ ନବାନ୍ନ ପ୍ରସ୍ତୁତ କରାଯାଇ ପ୍ରାତଃ ୪ଟାରେ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥିଲା। ୭ଟି ନୂତନ ମାଟି ହାଣ୍ଡିରେ ତ୍ୟାଗୀ, ବୈରାଗୀମାନେ ନୂତନ ଗୈରିକ ବସ୍ତ୍ର ପିନ୍ଧି ନବାନ୍ନ ଅର୍ପଣ ନୀତି ସମାପନ କରିଥିଲେ। ଏହାପରେ ଜଗତକଲ୍ୟାଣ ଉଦ୍ଦେଶ୍ୟରେ ମିଳିତ ପ୍ରାର୍ଥନା କରାଯାଇଥିଲା। ପୂର୍ବାହ୍ନ ସାଢ଼େ ୯ଟାରେ ଆଶ୍ରମ ମଣ୍ଡଳ ଭିକ୍ଷା ଭଣ୍ଡାର ପରିସରରେ ସାଧୁସନ୍ଥ, ଶ୍ରଦ୍ଧାଳୁମାନେ ଏକାଠି ବସି ନବାନ୍ନ ଭକ୍ଷଣ କରିଥିଲେ। ସତ୍ୟ ମହିମା ଧର୍ମଧାମ ପରିଚାଳନା ପରିଷଦ ସଭାପତି ବାବା ଶୁକଦେବ ଦାସ, ସମ୍ପାଦକ ବାବା ନିତ୍ୟାନନ୍ଦ ଦାସ, ସହ ସମ୍ପାଦକ ସାଧୁ ଅନାମ ଦାସ, ପରିଚାଳନା କମିଟି ସଭ୍ୟ ବାବା ଶଙ୍କର ଦାସ, ବାବା ପ୍ରମୋଦ ଦାସ, ବରିଷ୍ଠ ସନ୍ନାସୀ ବାବା ନଟବର ଦାସ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ସେହିପରି ସତ୍ୟ ଅଲେଖ କୌପିନଧାରୀ ମହିମା ସମାଜ ପକ୍ଷରୁ ରଘୁନାଥ ବାବାଙ୍କ ତତ୍ତ୍ୱାବଧାନରେ ନବାନ୍ନ ଉତ୍ସବ ପାଳିତ ହୋଇଯାଇଛି।

୬୦୦ କୁଇଣ୍ଟାଲ ଚୁଡ଼ା ଆସିଛି
ମହିମା ଗୋସାଇଁ ୧୮୨୬ରେ ଉତ୍କଳ ଭୂମିରେ ଦର୍ଶନ ଦେଇଥିଲେ। ପବିତ୍ର ଯୋରନ୍ଦା ତାଙ୍କର ଶେଷ ଧାମ। ୧୪୭ ବର୍ଷର ଏହି ଆଧ୍ୟାତ୍ମିକ ଅନୁଷ୍ଠାନରେ ୧୯୪୨ରୁ ନୂଆଖାଇ ପାଳିତ ହେଉଛି। ଆଠଗଡ଼ ଅଞ୍ଚଳର ଭୋଇ ପରିବାର ପକ୍ଷରୁ ଚଳିତ ବର୍ଷ ୬୦୦ କୁଇଣ୍ଟାଲ ନୂଆ ଚୁଡ଼ା ଆସିଛି।
-ବାବା ନିତ୍ୟାନନ୍ଦ ଦାସ, ସତ୍ୟ ମହିମା ଧର୍ମଧାମ ପରିଚାଳନା ପରିଷଦ ସମ୍ପାଦକ

ଅତୁଟ ରହିଛି ବିଶ୍ୱାସ
ଯୋରନ୍ଦା ମହିମା ଗାଦିରେ ଅନୁଷ୍ଠିତ ନବାନ୍ନ ଉତ୍ସବରେ ସାମିଲ ହେବା ସମସ୍ତଙ୍କ ଭାଗ୍ୟରେ ଜୁଟେନି। ମହିମା ଗୋସାଇଁଙ୍କ ନିକଟରେ ବିଶ୍ୱାସ ଅତୁଟ ରହିଛି। ଏହା ଭାବାବେଗ ଏବଂ ବିଶ୍ୱାସର କଥା। ତାଙ୍କ ଶରଣାପନ୍ନ ହେଉଥିବା ଭକ୍ତ ହିଁ ଏହାକୁ ହୃଦୟଙ୍ଗମ କରିପାରିବେ।
-ସ୍ନେହପ୍ରଭା ବେହେରା, ଭୁବନେଶ୍ୱର

ଆଶୀର୍ବାଦ ଭିକ୍ଷା କରିବା ସୌଭାଗ୍ୟ
ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି ଶୂନ୍ୟପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ଲାଗି ନବାନ୍ନ ଭିନ୍ନ ଅବସର ସୃଷ୍ଟି କରିଛି। ମହିମାଗାଦିରେ ଭକ୍ତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଉଥିବା ନବାନ୍ନର ସ୍ବାଦ ନିଆରା। ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥଙ୍କ ଆଶୀର୍ବାଦ ଭିକ୍ଷା କରିବା ବଡ଼ ସୌଭାଗ୍ୟର କଥା।
-ସୁମନ ଜେନା, ଜଗତ୍‌ସିଂହପୁର

ଭାଇଚାରାର ନିଆରା ଉଦାହରଣ
ପ୍ରତିବର୍ଷ ନବାନ୍ନ ଉତ୍ସବରେ ମହିମାଗାଦି ଯୋରନ୍ଦାକୁ ଆସିଥାଏ। ଚଳିତବର୍ଷ କୋଭିଡ୍‌ କଟକଣା ମଧ୍ୟରେ ଉତ୍ସବ ପାଳିତ ହେଉଛି। ରାଜ୍ୟ ସମେତ ରାଜ୍ୟ ବାହାରୁ ବହୁ ସାଧୁସନ୍ଥଙ୍କ ସମାଗମ ହୋଇଛି। ମହିମା ଧର୍ମ ଏକତାର ପ୍ରତୀକ। ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରିବା ଭାଇଚାରାର ନିଆରା ଉଦାହରଣ।
-ଗୌରାଙ୍ଗ ଚରଣ ଦାସ, ଚୌଦ୍ୱାର


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri