ଆଜିଠାରୁ ଆରମ୍ଭ ହେବ ‘ଏକାମ୍ର ଉତ୍ସବ’

ଭୁବନେଶ୍ୱର, ୫।୧ (ବନ୍ଦନା ସେଠୀ)- ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ‘ଏକାମ୍ର ଉତ୍ସବ’ ଅନୁଷ୍ଠିତ ହେବ। ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ଏନେଇ ଉତ୍ସବକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଥିବାବେଳେ ପାର୍କ ଉତ୍ସବ, ଖାଦ୍ୟ ମହୋତ୍ସବ, ସହର ଆଲୋକୀକରଣ, ଫ୍ଲି ମାର୍କେଟ ଏବଂ ଏକାମ୍ର ୱାକ୍ସ ଭଳି କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ବିଡିଏ ପକ୍ଷରୁ ଶନିବାର କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
ଏହି କ୍ରମରେ ଜାନୁଆରୀ ୫ରୁ ୧୬ ପର୍ଯ୍ୟନ୍ତ ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଖାଦ୍ୟ ମହୋତ୍ସବ ଆୟୋଜିତ ହେବ। ମହୋତ୍ସବରେ ଓଡିଆ, ଉତ୍ତର ଭାରତୀୟ, ଦକ୍ଷିଣ ଭାରତୀୟ ଏବଂ ଆନ୍ତର୍ଜାତୀୟ ଖାଦ୍ୟର ଷ୍ଟଲ ପଡିବ। ଏଥିରେ ବିଭିନ୍ନ ରକମର ଖାଦ୍ୟ ସାମଗ୍ରୀ ସହ ସ୍ବାଦିଷ୍ଟ ବ୍ୟଞ୍ଜନ ଉପଲବ୍ଧ ହେବ। ସେହିପରି ଜାନୁଆରୀ ୫ରୁ ୧୨ପର୍ଯ୍ୟନ୍ତ ମଧୁସୂଦନ ପାର୍କ, ଇନ୍ଦିରାଗାନ୍ଧୀ ପାର୍କ, ବୁଦ୍ଧ ପାର୍କ, ଫରେଷ୍ଟ ପାର୍କ ଏବଂ ଅବଦୁଲକଲାମ ପାର୍କରେ ଏହି ଉତ୍ସବ ଆୟୋଜିତ ହେବ। ସକାଳ ୬ଟା ୩୦ରୁ ୯ଟା ପର୍ଯ୍ୟନ୍ତ ମାନସିକ ଓ ଶାରୀରିକ ସୁସ୍ଥତା ନେଇ ଯୋଗ, ଜୁମ୍ବା ଭଳି ଶାରୀରିକ ବ୍ୟାୟାମ ଓ ସ୍ବାସ୍ଥ୍ୟ ସୁରକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିପରି ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ସାଂସ୍କୃତିକ ତଥା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଓଡ଼ିଶାର ଲୋକକଳା, ଓଲିଉଡ଼ ସେଲିବ୍ରିଟିଙ୍କ ସହ ଆଳାପ ଏବଂ ପେପର କ୍ରାଫ୍ଟ, ମ୍ୟାଜିକ ସୋ, ୱେଷ୍ଟ ଟୁ ବେଷ୍ଟ ଭଳି ନାନା କାର୍ଯ୍ୟଶାଳାମାନ ଆୟୋଜିତ ହେବ। ଏଥିସହ ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ଲାଇଭ୍‌ ସଙ୍ଗୀତ ପରିବେଷଣ କରାଯିବ।
ଏହାବାଦ୍‌ ନଗରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଏଜି ଛକରୁ କଳ୍ପନା ଛକ, ଏଜି ଛକରୁ ରାଜଭବନ ଛକ, ଏଜି ଛକରୁ ହାଉସିଂ ବୋର୍ଡ ଛକ, ରାଜଭବନ ଛକରୁ ଏକ୍ସଆଇଏମ୍‌ବି ଛକ, ଇନଷ୍ଟିଚ୍ୟୁଟ୍‌ ଅଫ ଇଞ୍ଜିନିୟର୍ସ ପାର୍ଶ୍ୱ ରାସ୍ତାରୁ ହାଉସିଂ ବୋର୍ଡ ଛକ, ଜନପଥ ଓ ମଧୁସୂଦନ ମାର୍ଗ ଭଳି ପ୍ରମୁଖ ରାସ୍ତାଗୁଡ଼ିକ ଝିକିମିକି ଆଲୋକରେ ଝଲସିବ। ୫ରୁ ଜାନୁୟାରୀ ୧୬ପର୍ଯ୍ୟନ୍ତ ଏହି ଆଲୋକୀକରଣ ବ୍ୟବସ୍ଥା ରହିବା ସହ ଏହା ପ୍ରଭାସୀ ଭାରତୀୟ ଦିବସ ୨୦୨୫ ପାଇଁ ଏକ ଅନନ୍ୟ ପରିବେଶ ସୃଷ୍ଟି କରିବ। ଉତ୍ସବର ଅନ୍ୟ ଏକ ଆକର୍ଷଣ ସାଜିବ ଫ୍ଲି ମାର୍କେଟ। ଜାନୁଆରୀ ୧୬ ଯାଏଁ ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହି ବଜାର ଖୋଲିବ। ପରିଦର୍ଶକମାନେ ଟ୍ରେଣ୍ଡରେ ଥିବା ପୋଷାକ, ଫୁଟୱେର ଏବଂ ଆନ୍ୟନ୍ୟ ଆସବାବପତ୍ର, ଅନନ୍ୟ ହସ୍ତତନ୍ତ ଘର ସଜ୍ଜା ସାମଗ୍ରୀ ଆଦି ଏଠାରେ କିଣିପାରିବେ। ଏଥିସହ ମନୋରଞ୍ଜନ ନେଇ କଳାକାରଙ୍କ ଦ୍ୱାରା ଆକର୍ଷଣୀୟ ମଞ୍ଚ ଶୋ କରାଯିବ। ଉତ୍ସବର ଅନ୍ୟତମ ଅଂଶ ଭାବେ ‘ଏକାମ୍ର ୱାକ୍‌ସ’ ୨୦୨୪ ଡିସେମ୍ବର ୨୫ରୁ ଆରମ୍ଭ ହୋଇଥିବା ସୂଚନା ଦିଆଯାଇଛି। ସମ୍ମିଳନୀରେ ବିଡିଏ ଭିସି ଏନ୍‌. ଥିରୁମାଲା ନାୟକ, ସେକ୍ରେଟାରୀ ସ୍ନିଗ୍ଧା ଧଳ ପ୍ରମୁଖ ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଜଳିଲା…

ଭୁବନେଶ୍ୱର,୨୧।୩: ଭରତପୁର ଥାନା କଳିଙ୍ଗନଗରରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଉକ୍ତ ବେଆଇନ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଛାତ ଉଡି ଯାଇଥିବାବେଳେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri