ମହୋତ୍ସବ ମାହାମତ୍‌ୟ

ଉତ୍ସବ ଲୋକଙ୍କ ମନରେ ନୂଆ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଥାଏ। ମହତ୍‌ ବା ମହାନ୍‌, ବୃହତ୍‌ ବା ଉତ୍କୃଷ୍ଟ ଉତ୍ସବକୁ ମହୋତ୍ସବ କୁହାଯାଏ। ଏହା କଳା- ସାହିତ୍ୟ- ସଂସ୍କୃତିର ମିଳନ ସ୍ଥଳ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଏପରିକି ବ୍ଲକରୁ ଆରମ୍ଭ କରି ଜିଲା ଏବଂ ରାଜ୍ୟସ୍ତରରେ ଅନେକ ମହୋତ୍ସବ ପ୍ରତିବର୍ଷ ଆୟୋଜନ ହେଉଛି। ମହୋତ୍ସବ ସାଂସ୍କୃତିକ ବିଭବ ସକାଶେ ବୈଚାରିକ ଓ ବୌଦ୍ଧିକ ଚିନ୍ତନ ସୃଷ୍ଟି କରେ। ଏହା ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ସକାଶେ ଆବଶ୍ୟକ। ମହୋତ୍ସବ ଶାନ୍ତି-ମୈତ୍ରୀ ଓ ପ୍ରଗତିର ବାର୍ତ୍ତା ବାଣ୍ଟେ। ସଂସ୍କୃତି ଓ ସଭ୍ୟତାକୁ ବାନ୍ଧି ରଖିବାର ରଜ୍ଜୁ ହେଉଛି ମହୋତ୍ସବ। ଏହା ସମାଜରେ ସାଂସ୍କୃତିକ ଉତ୍କର୍ଷତା ସୃଷ୍ଟି କରେ। ମଣିଷକୁ ଅନ୍ଧାରରୁ ଆଲୋକକୁ ନେଇଯାଏ। ମହୋତ୍ସବ ମା’ ମାଟି ଓ ମାତୃଭାଷା ପ୍ରତି ମମତ୍ୱବୋଧ ରଚନା କରେ। ଅଧିକନ୍ତୁ ସାମାଜିକ ସମନ୍ବୟ ସୃଷ୍ଟିକରେ।
ମହୋତ୍ସବ ଗୋଟିଏ ଜାତିର ଯଶ ଓ ମାହାତ୍ମ୍ୟର ମାନଦଣ୍ଡ। ଏହା ମାଧ୍ୟମରେ ମାଟିର ଅସ୍ମିତା ବା ସ୍ବାଭିମାନ ଏବଂ ସମାଜର ସମ୍ମାନ ସଂପ୍ରସାରିତ ହୁଏ। ଏହା ଉତ୍କୃଷ୍ଟ ଓ ମୂଲ୍ୟବୋଧ ସମାଜ ଗଠନରେ ସହାୟକ ହୁଏ। ମହୋତ୍ସବ ଜୀବନ ଉତ୍ତରଣର ଶିଡ଼ି ହେତୁ ସୃଜନଶୀଳତାର ଅଭିବୃଦ୍ଧି କରେ। ମହୋତ୍ସବ ଜନଚେତନାର ଅନ୍ତଃସ୍ବର କାରଣରୁ ମାଟି ଓ ମଣିଷର କଥା କହେ। ମହୋତ୍ସବ ରାଷ୍ଟ୍ରୀୟ ଚିନ୍ତନ ସହ ବିଶ୍ୱଭାବନା ଏବଂ ମାନବବାଦ ଚେତନା ସୃଷ୍ଟିକରେ। ସମାଜ ସଭ୍ୟତାର ପ୍ରତିବିମ୍ବକୁ ମହୋତ୍ସବ ପ୍ରତିଫଳନ କରିଥାଏ। ଏହା ସାଂସ୍କୃତିକ ସଂହତି ସୃଷ୍ଟିକରେ। ନିରାଶା ଭିତରେ ଆଶା ସଞ୍ଚାର କରେ। ନୂତନ ପ୍ରତିଭାଧରଙ୍କୁ ପ୍ରତିଷ୍ଠିତ କରିଥାଏ। ମହୋତ୍ସବ ସମାଜ ପାଇଁ ସଞ୍ଜୀବନୀ ହୋଇ ପ୍ରଗତିଶୀଳ ଚେତନା ସୃଷ୍ଟିକରି ଆମତ୍ ଆବିଷ୍କାର ମଣିଷ ଗଢ଼େ। ରାଜ୍ୟ/ରାଷ୍ଟ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସହାୟକ ହୁଏ।
ଓଡ଼ିଶାର ତିରିଶ ଜିଲାରେ ସ୍ଥାନେ ସ୍ଥାନେ ମହୋତ୍ସବ ଅନୁଷ୍ଠିତ ହେଉଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ ‘ପୁସ୍ତକ ମହୋତ୍ସବ’ ଭୁବନେଶ୍ୱରଠାରେ ଆୟୋଜିତ ହୋଇ ବୌଦ୍ଧିକ ଚେତନାକୁ ଶାଣିତ କରୁଛି। ପୁନଶ୍ଚ କଳିଙ୍ଗ ମହୋତ୍ସବରୁ କୋଣାର୍କ ମହୋତ୍ସବ ଏବଂ ବେଳାଭୂମି ମହୋତ୍ସବ ପର୍ଯ୍ୟନ୍ତ ଆୟୋଜିତ ହୋଇ ଜାତି ଉର୍ଜାର ଅସରନ୍ତି ଭଣ୍ଡାରକୁ ଉନ୍ମୋଚନ କରୁଛି। ସଂଗୀତ, ନୃତ୍ୟ, ନାଟକ ଗୌରବର ଐତିହ୍ୟକୁ ଉଜାଗର କରୁଛି। ସମାଜରେ ସକାରାମତ୍କ ଭାବନାକୁ କ୍ରିୟାଶୀଳ କରୁଛି ମହୋତ୍ସବ।
ଅନେକେ କୁହନ୍ତି, ମହୋତ୍ସବ ଅଞ୍ଚଳରେ ଭାଇଚାରା ସୃଷ୍ଟି କରି ସମ୍ପର୍କକୁ ସୁଦୃଢ଼ କରେ। ମାତ୍ର ମହୋତ୍ସବ ଗଣପର୍ବରେ ପରିଣତ ନ ହୋଇ ଜଣପର୍ବ/ଦଳପର୍ବରେ ପରିଣତ ହେଲେ ଭାଇଚାରା ନଷ୍ଟ ହୁଏ। ମହୋତ୍ସବ ଦୀର୍ଘାୟୁ ହେବା ପରିବର୍ତ୍ତେ ଅଳ୍ପାୟୁ ହୋଇଥାଏ। ଅନ୍ୟକୁ ଅନୁକରଣରେ ମହୋତ୍ସବ ସ୍ବତନ୍ତ୍ରତା ନ ଥାଏ, ମୂଲ୍ୟହୀନ ହୋଇଯାଏ। ଏହାର ଛବି ମଳିନ ଦେଖାଯାଏ। ପୁନଶ୍ଚ ମହୋତ୍ସବରେ ନିଜ ନିଜ ଭିତରେ ଆୟୋଜିତ ବିଭିନ୍ନ ସମ୍ବର୍ଦ୍ଧନା ପର୍ବ ପ୍ରହସନରେ ପରିଣତ ନ ହେଉ। ଯୋଗ୍ୟ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ମୂଲ୍ୟବାନ ସମ୍ବର୍ଦ୍ଧନା ଉତ୍ତରକୁ ଅଣଦେଖା କରାନଯାଉ। ସେମାନଙ୍କୁ କହିବାକୁ ସୁଯୋଗ ଦିଆଯାଉ। ପୁଣି ପ୍ରତିଭାବାନ୍‌ ଯୁବଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଉ। ସର୍ବୋପରି ଆଦର୍ଶ ମୂଲ୍ୟବୋଧର ଭଲ ଲୋକଙ୍କୁ ମହୋତ୍ସବରେ କର୍ମକର୍ତ୍ତା କରାଯାଉ। ମହୋତ୍ସବ କାର୍ଯ୍ୟାନ୍ବୟନ ଶୃଙ୍ଖଳିତ ଏବଂ ଗଣତାନ୍ତ୍ରିକ ହେଉ। କଙ୍କଡ଼ା ପରି ପରସ୍ପର ଗୋଡ଼ଟଣା ନୀତି ନ ରହୁ। ଅସହିଷ୍ଣୁତା କାରଣରୁ ଭିନ୍ନ ଶିକ୍ଷକ ସଂଘ ସୃଷ୍ଟି ପରି ମହୋତ୍ସବ ଭିନ୍ନ ଦ୍ୱିତୀୟ ଅନୁଷ୍ଠାନ ତିଆରି ନ ହେଉ। ତା’ପରେ ମହୋତ୍ସବ ମାହାତ୍ମ୍ୟର ଜାତି ହିତ ପରିବର୍ତ୍ତେ ବ୍ୟକ୍ତିଗତ ଲାଭ-କ୍ଷତିର ହିସାବ ଅଧିକ ନରହୁ। ମହୋତ୍ସବ ବ୍ୟବସାୟରେ ପରିଣତ ନ ହେଉ। ଚାନ୍ଦା ଆମତ୍ସାତ୍‌ ଉଦ୍ଦେଶ୍ୟକର୍ତ୍ତାଙ୍କର ନ ରହୁ। ତା’ପରେ ଚିନ୍ତାଶୀଳ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ମୂଲ୍ୟବୋଧ ଆଦର୍ଶର ଉତ୍ତମ ଏବଂ ନିର୍ମଳ ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉ। ମହୋତ୍ସବର ମହତ୍ତ୍ୱ ଏବଂ ମୂଲ୍ୟବୋଧକୁ ଗୁରୁତ୍ୱ ନଦେଇ କେବଳ ରାଜନୈତିକ ଫାଇଦାକୁ ଲକ୍ଷ୍ୟ ରଖାନଯାଉ। ମାତ୍ର ଅଧୁନା ମହୋତ୍ସବ ମିଳନ ପର୍ବ ନ ହୋଇ ମେଳିର ପର୍ବରେ ପରିଣତ ହେଉଛି। ଅଧିକ ରାଜନୈତିକ ଅଭିସନ୍ଧି ରହୁଛି। ଅହଂଶ୍ରେଷ୍ଠ ଭାବନାରେ ମହୋତ୍ସବ ମଞ୍ଚ ଗଢ଼ି ନିଜକୁ ବିଜ୍ଞାପିତ କରାଯାଉଛି। ଏଥିପ୍ରତି ସଂଗଠକ ଓ ସଂଯୋଜକବୃନ୍ଦ ସଚେତନ ଏବଂ ସତର୍କ ରହିବା ଆବଶ୍ୟକ। କର୍ମକର୍ତ୍ତା ପ୍ରତିଦିନ ମଞ୍ଚ ଚଢ଼ିବା ବସିବା ପ୍ରଥାର ପରିବର୍ତ୍ତନ ହେଉ। ସଭାପତି ସମେତ ସ୍ବଳ୍ପ ସଦସ୍ୟ ପ୍ରତି ଅଧିବେଶନର ମୁଖ୍ୟକାର୍ଯ୍ୟ ନିର୍ବାହକ ଦାୟିତ୍ୱ ନ ନିଅନ୍ତୁ। ଗଣତାନ୍ତ୍ରିକ ପଦ୍ଧତିରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କାର୍ଯ୍ୟକ୍ରମ ଆୟୋଜନ ହେଉ। ବିଶେଷତଃ କିଣା/ଆମଦାନୀ ସଂସ୍କୃତିରେ ଜାତିର ଅସ୍ମିତା ନ ଥାଏ, ସେଥିପ୍ରତି ଧ୍ୟାନ ଦିଆଯାଉ। ସ୍ବଦେଶୀ ସାଂସ୍କୃତିକ ସ୍ଥାନୀୟ କାର୍ଯ୍ୟକ୍ରମ ସଂଯୋଜିତ ହେଉ। ମହୋତ୍ସବ ମାଧ୍ୟମରେ ଅପସଂସ୍କୃତିି ସମାଜକୁ ପ୍ରବେଶ ନ କରୁ। ଭଡ଼ାରେ ଅନ୍ୟ ସଂସଦ ଦ୍ୱାରା କବିତା ପାଠ ଉତ୍ସବ, ଆଲୋଚନାଚକ୍ର ଆଦି ଆୟୋଜନ ନହେଉ। ଜଣେ ବ୍ୟକ୍ତି ଯେତେ ବଡ଼ ହୁଅନ୍ତୁ ପଛେ ସବୁଦିନରେ ସମ୍ମାନିତ ବକ୍ତା/ ଅତିଥି ନ ହୁଅନ୍ତୁ। ଏ ସବୁରେ ମହୋତ୍ସବ ମାହାତ୍ମ୍ୟ ଊଣା ହୁଏ। ଏଣୁ ଆୟୋଜିତ ସଂଗଠନର ଶୁଦ୍ଧତା, ସ୍ବଚ୍ଛତା, ସମାନତା, ନିରପେକ୍ଷତା, ନିଃସ୍ବାର୍ଥପରତା ମୂଳମନ୍ତ୍ର ହେଉ। ସର୍ବୋପରି ମହୋତ୍ସବକୁ ସାର୍ବଜନୀନ ଓ ଗଣତାନ୍ତ୍ରିକ ତଥା ଶୃଙ୍ଖଳିତ କରି ଏହାର ମହତ୍ତ୍ୱ-ମହିମା-ମହକ ଏବଂ ମୂଲ୍ୟବୋଧର ସୁରକ୍ଷା ଓ ସମୃଦ୍ଧି ସକାଶେ ଗୁରୁତ୍ୱ ଦିଆଯାଉ।

କାର୍ତ୍ତିକ ଚନ୍ଦ୍ର ସ୍ବାଇଁ
ରାଜ୍ୟ ସମ୍ମାନିତ ଶିକ୍ଷକ, ଭଣ୍ଡାରିପୋଖରୀ
ମୋ: ୯୮୫୩୫୮୯୯୮୯

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri