ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ଖଣି ଅଞ୍ଚଳ

କାଳିଆପାଣି,୩ା୧୦(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳରେ ଚଳିତ ବର୍ଷ ଖୁବ୍‌ ଧୂମ୍‌ଧାମ୍‌ରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହୋଇଛି।  ଟାଟା ଷ୍ଟିଲ କମ୍ପାନୀର କଲୋନୀ ପରିସରରେ ଗତ ୫୦ ବର୍ଷ ଧରି ହୋଇ ଆସୁଥିବା ପୂଜା ଚଳିତ ବର୍ଷ କଲୋନୀ ବାହାର ପଡ଼ିଆରେ ଖୁବ୍‌ ଜାକଜମକରେ ଚାଲିଛି। ମହାଷ୍ଟମୀ ପାଇଁ ସୋମବାର ସକାଳୁ ପୂଜା ମଣ୍ଡପରେ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଠିଆ ହୋଇ ଜଣଙ୍କ ପରେ ଜଣେ ପୂଜା କରିଥିଲେ। ବହୁ ମହିଳା ଓ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହି ଅବସରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପୂଜା କମିଟି ପକ୍ଷରୁ ଭୋଗ ପ୍ରସ୍ତୁତ କରାଯାଇଥିଲା। ପୂଜା କମିଟି ସ୍ବେଚ୍ଛାସେବୀ ଓ କାଳିଆପାଣି ଥାନା ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯାଇଛି।