ସାର, କୀଟନାଶକ ନକଲି

ବରଗଡ଼,୨୯।୬(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାରେ ୩ଲକ୍ଷ ୪୮ହଜାର ୭୪୭ହେକ୍ଟର କୃଷି ଉପଯୋଗୀ ଜମି ରହିଥିବାବେଳେ ସେଥିମଧ୍ୟରୁ ୨ଲକ୍ଷ ୫୨ହଜାର ୬୫୬ହେକ୍ଟର ଜମିରେ ଧାନଚାଷ ହୋଇଥାଏ। ସେହିପରି ଅନ୍ୟ ଚାଷ ତୁଳନାରେ ଧାନ ଫସଲ ପାଇଁ ଅଧିକ ସାର, କୀଟନାଶକ ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ ରାଜ୍ୟର ଅନ୍ୟ ଜିଲା ଅପେକ୍ଷା ବରଗଡ଼ ଜିଲାରେ ସାର, କୀଟନାଶକର ସର୍ବାଧିକ ବିକ୍ରିବଟା ହୋଇଥାଏ। କିନ୍ତୁ ବିଭାଗୀୟ ଅପାରଗତା ଯୋଗୁ ଜିଲାରେ ସାର, କୀଟନାଶକର ନକଲି କାରବାର ଜୋର୍‌ ଧରିଛି। ଅନ୍ୟପଟେ ଏହାର ଦର ଆକାଶଛୁଆଁ ହୋଇଛି। ଖରିଫ ଚାଷ ଆରମ୍ଭରୁ ବରଗଡ଼ ଜିଲାରେ ଏଭଳି ସ୍ଥିତି ଉପୁଜିବା ଚାଷୀଙ୍କ ପାଇଁ ଚିନ୍ତାଜନକ ହୋଇପଡ଼ିଛି। ଗତ ମାର୍ଚ୍ଚ ଶେଷ ସପ୍ତାହରେ ଜିଲାର ଜାମମାଳ ଗ୍ରାମରେ ନକଲି ପଟାସ ସାର ପ୍ରସ୍ତୁତ ହେଉଥିବା ପୋଲିସ ହାତରେ ଧରାପଡ଼ି ଥିବାବେଳେ ମଙ୍ଗଳବାର ବରପାଲି ଥାନା ତୁଲଣ୍ଡି ଗ୍ରାମର ଏକ ଗୋଦାମରୁ ୯୦ପକେଟ୍‌ ପଟାସ୍‌ ସାର, ଲୁଣ ବସ୍ତା, ରଙ୍ଗ ସମେତ ସେଠାରୁ ଖାଲି ପକେଟ୍‌ ମଧ୍ୟ କୃଷି ବିଭାଗ ଜବତ କରିଛି। ତେବେ ତାହା ମଧ୍ୟ ନକଲି ବୋଲି ସନ୍ଦେହ ଦୃଢ଼ୀଭୂତ ହୋଇଛି। କେବଳ ଉକ୍ତ ୨ଟି ସ୍ଥାନ ନୁହେଁ, ଜିଲାର ଅନେକ ସ୍ଥାନରେ ଏଭଳି ଚାଲିଥିବା ଆଲୋଚନା ହେଉଛି। ଆରମ୍ଭରୁ ଯଦି କୃଷି ବିଭାଗ ତାହା ରୋକିବାକୁ ତତ୍ପର ନ ହୁଏ, ଆଗାମୀ ଦିନରେ ଜିଲାର ଅନେକ ଚାଷୀ ସେଭଳି ମୁନାଫାଖୋର ବ୍ୟବସାୟୀଙ୍କ ଦ୍ୱାରା ଶୋଷିତ ହେବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri