ଚାଷୀଙ୍କୁ ସାର ଚିନ୍ତା

ପଟ୍ଟାମୁଣ୍ଡାଇ,୧୮।୧୦(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବର୍ତ୍ତମାନ ଧାନ ଫସଲ ପାଇଁ ୟୁରିଆ, ଗ୍ରୋମୋର ଓ ଡିଏପି ସାରର ଆବଶ୍ୟକ ହେଉଛି। ପ୍ରାଥମିକ ସମବାୟ ସମିତି (ସୋସାଇଟି)ଗୁଡ଼ିକରେ ସାର ମିଳୁ ନ ଥିବା ବେଳେ ବଜାର ଡିଲରମାନଙ୍କ ପାଖରେ ଅଧିକ ପରିମାଣର ସାର ମିଳୁଛି। ଫଳରେ ଚାଷୀମାନେ ବାଧ୍ୟ ହୋଇ ଘରୋଇ ସାର ଡିଲରମାନଙ୍କଠାରୁ ଚଢ଼ା ଦରରେ ଅପମିଶ୍ରିତ ସାର କିଣି କ୍ଷତିଗ୍ରସ୍ତ ହେଉଥିବା ଓଡ଼ିଶା କୃଷକ ସଭା ପଟ୍ଟାମୁଣ୍ଡାଇ ପକ୍ଷରୁ ଅଭିଯୋଗ ହୋଇଛି।
ଓଡ଼ିଶା କୃଷକ ସଭା ଜିଲା ସମ୍ପାଦକ ବିଜୟ ଦାସ, ପଟ୍ଟାମୁଣ୍ଡାଇ ବ୍ଲକ ସମ୍ପାଦକ ସହଦେବ ଦାସ, ଗୁଣମଣି ବେହେରା, ଦାଶରଥି ସାହୁ, ସୁରେନ୍ଦ୍ର ପରିଡା, ପ୍ରତାପ ନାୟକ, ଲକ୍ଷ୍ମଣ ପ୍ରଧାନ, ଶିଶିର ଓଝା, ଅନ୍ତର୍ଯ୍ୟାମୀ ସ୍ବାଇଁ, ହରେକୃଷ୍ଣ ବାରିକ, ଭୀମସେନ ବେହେରା, ରବୀନ୍ଦ୍ର ମଳିକ, ସୁଦର୍ଶନ ମଳିକ ଓ ମାନସ ବେହେରା ପ୍ରମୁଖ କହିଛନ୍ତି, ରାଜ୍ୟ ସରକାର ଯେମିତି ସୁବିଧାରେ ଚାଷୀମାନେ ସାର ପାଇବେ ସେଥିପାଇଁ ସୁଲଭ ମୂଲ୍ୟରେ ଯୋଗାଇ ଦେଉଛନ୍ତି। ହେଲେ ସାରର ଚାହିଦାକୁ ଦେଖି ଦଲାଲମାନେ ସକ୍ରିୟ ହେବା ସହ ଚଢ଼ା ଦାମ୍‌ରେ ବିକ୍ରି କରୁଛନ୍ତି। ଚାଷ ତରତର ବଣିଜ ମଠ ଉକ୍ତିକୁ ନେଇ ଚାଷୀ ଏବେ ସାର ପାଇଁ ବ୍ୟାକୁଳ ହେଉଥିବା ବେଳେ ସାର ବ୍ୟବସାୟୀମାନେ ଚାଷୀଙ୍କୁ ଠକି ଚାଲିଛନ୍ତି। ସରକାରୀ ପଞ୍ଜୀକୃତ ଡିିଲର ସାର ନ ବିକି ଲୁଚାଛପାରେ ଗଁା ଗହଳି ଦୋକାନରେ ୨ ଗୁଣା ଦାମ୍‌ରେ ସାର ବିକ୍ରି ହେଉଛି। ଚାଷୀ ଚଢ଼ା ଦରରେ ସାର କିଣି ଶୋଷଣର ଶିକାର ହେଉଛନ୍ତି। ସେପଟେ ସୋସାଇଟି କହୁଛି ସାର ନାହିଁ। ଏଭଳି ସ୍ଥିତିରେ ଚାଷୀ ବା ଆଉ କ’ଣ କରିବ। ବାଧ୍ୟ ହୋଇ ବାହାର ବଜାରରୁ ମିଳୁଥିବା ସାରକୁ ଚଢ଼ା ଦାମରେ କିଣୁଛିି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବିଭିନ୍ନ ସୋସାଇଟିର ଗୋଦାମ ଅଛି, ହେଲେ ଭିତର ଖାଲି। ସାରର ଏଭଳି ସଙ୍କଟଜନକ ସ୍ଥିତିରେ ଚାଷୀ ଗତି କରୁଛି। ୟୁରିଆ ସାର କିଣିବାକୁ ଗଲେ ଦୋକାନୀ ଅନ୍ୟ ୟୁରିଆ ସାର ସହ ଏକ ଫର୍ଟିଫାଏଡ୍‌ ସାର ପ୍ୟାକେଟ୍‌ ନେବାକୁ ବାଧ୍ୟ କରୁଛନ୍ତି। ସାର ଦୋକାନୀମାନେ ନିଜର ମନମାନି କରୁଛନ୍ତି। ଏଭଳିସ୍ଥିତିରେ ସୋସାଇଟି ସମ୍ପାଦକ ବି ହାତ ଟେକି ଦେଉଛନ୍ତି। ଚାଷୀମାନଙ୍କ ଆବଶ୍ୟକ ସମୟରେ ସୋସାଇଟିକୁ ସାର ଯୋଗାଣ ହୋଇନାହଁି। ବର୍ତ୍ତମାନ ଯେଉଁ କେତେଗୋଟି ସୋସାଇଟି ସାର ଉଠାଇ ଥିଲେ ସେଥିରୁ ଅଧିକାଂଶ ସ୍ଥାନରେ ସାର ସରି ଗଲାଣି। ସେମାନେ ମଧ୍ୟ ରିସ୍କ ନେଇ ଆଉ ସାର ଆଣିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏପରି ସ୍ଥଳେ ୟୁରିଆ ସାରର ମୂଲ୍ୟ ୨୬୬ ଟଙ୍କା ଧାର୍ଯ୍ୟ ଥିବାବେଳେ ୫୨୦ ଟଙ୍କାରେ ଦୋକାନୀମାନେ ବିକ୍ରି କରୁଛନ୍ତି। ସେହିପରି ଗ୍ରୋମୋର ସାର ୧୭୫୦ ଏବଂ ଡିଏପି ୧୬୫୦ ଟଙ୍କାରେ ଘରୋଇ ଦୋକାନୀମାନେ ଚାଷୀଙ୍କୁ ବିକ୍ରି କରୁଛନ୍ତି। ତାହା ପୁଣି ବ୍ୟାପକ ଅପମିଶ୍ରିତ କଳାବଜାର ସାର ବିକ୍ରି ହେଉଛି। ଏଣୁ ସମସ୍ତ ଚାଷୀଙ୍କୁ ସରକାରୀ ଦରରେ ସାର ଯୋଗାଇବା ସହ ଏହାର କଳାବଜାର ଓ ଅପମିଶ୍ରିତ ରୋକିବାକୁ କେନ୍ଦ୍ରାପଡ଼ା ଜିଲା ଓଡ଼ିଶା କୃଷକ ସଭା ପକ୍ଷରୁ ଦାବି କରାଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକ ଅତିରିକ୍ତ କୃଷି ଅଧିକାରୀ ଶରତ କୁମାର ନାୟକଙ୍କୁ ଯୋଗାଯୋଗ କରିବାରେ ଆମର ୨ ଜଣ ଫର୍ଟିଲାଇଜର ଇନ୍ସପେକ୍ଟର ନିଯୁକ୍ତ ହୋଇଛନ୍ତି। ସେମାନଙ୍କୁ ଏହାର ଅନୁଧ୍ୟାନ କରିବା ପାଇଁ ପଠାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

‘ଇରାନର ନୂଆ ସର୍ବୋଚ୍ଚ ନେତା ଆଉ ନାହାନ୍ତି’: ମୋଜତାବା ଖାମେନେଇଙ୍କୁ ନେଇ କିଏ ଏମିତି ଦାବି କଲେ ଜାଣନ୍ତୁ…

ଓ୍ବାଶିଂଟନ,୨୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମୃତ୍ୟୁ ଘଟିଛି। ମିଆମିରେ ‘ଭବିଷ୍ୟତ ନିବେଶ…

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଇସ୍ରାଏଲକୁ ସାଂଘାତିକ ଧମକ ଦେଲା ପାକିସ୍ତାନ, ନେତାନ୍ୟାହୁଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରି କହିଲା…

ଇସଲାମବାଦ,୨୮।୩: ଇରାନର ରାଜଧାନୀ ତେହେରାନରେ ପାକିସ୍ତାନୀ ଦୂତାବାସ ନିକଟରେ ଇସ୍ରାଏଲୀ-ଆମେରିକୀୟ ଆକ୍ରମଣର ରିପୋର୍ଟ ପରେ, ଇସଲାମାବାଦ ଇସ୍ରାଏଲକୁ ଏକ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ କହିଛି ଯେ…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri