ସାର କଳାବଜାର, ଚାଷୀକୁଳ ହତାଶ

ଯାଜପୁର,୨୧ା୮(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲାର ନଦୀ ତଟବର୍ତ୍ତୀ ଅଞ୍ଚଳରେ ବନ୍ୟା ଦାଉ ସାଧିବା ପରେ ଅତ୍ୟଧିକ ସାର ଦର ବୃଦ୍ଧି ଏବଂ କଳାବଜାରକୁ ନେଇ ଏବେ ଜିଲାର ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି ା ବର୍ଷାପରେ ଚାଷକାର୍ଯ୍ୟ ଜୋରସୋର ଚାଲିଥିବାରୁ ଲାଭଖୋର ସାର ବେପାରୀମାନେ ନିର୍ଦ୍ଧାରିତ ସରକାରୀ ଦରଠାରୁ ବହୁ ଅଧିକ ମୂଲ୍ୟରେ ସାର ବିକ୍ରୀ କରୁଥିବାରୁ ଚାଷୀକୂଳ ହତାଶ ହୋଇ ପଡିଛନ୍ତି ା ମାର୍କଫେଡ ଜରିଆରେ ଜିଲାର ପ୍ରାଥମିକ କୃଷି ସେବା ସମବାୟ ସମିତି(ପାକ୍ସ) ଏବଂ ନିଯୁକ୍ତ ଡିଲରମାନଙ୍କୁ ବିଭିନ୍ନ ସାର ଯୋଗାଇ ଦିଆଯାଉଛି। କିନ୍ତୁ କେତେଜଣ ଡିଲର ସବ୍‌ସିଡି ହଡପ ପାଇଁ କେତେକ ଖୁଚୁରା ବ୍ୟବସାୟୀମାନଙ୍କୁ ଯୋଗାଇ ଦେଇ ଅଧିକ ଲାଭ ରଖୁଛନ୍ତି। ଫଳରେ ଚାଷୀଙ୍କ ପାଖକୁ ସାର ପହଞ୍ଚିଲା ବେଳକୁ ନିର୍ଦ୍ଧାରିତ ଦରଠାରୁ ବହୁ ଗୁଣ ଅଧିକ ଦରରେ ବିକ୍ରୀ ହେଉଥିବା ଅଭିଯୋଗ ହେଉଛି। ଏହି କ୍ରମରେ କଳାବଜାରୀ ସମ୍ଭାବନା କମ ଥିବା ପାକ୍ସଗୁଡିକୁ ମାର୍କଫେଡ ଜାଣିଶୁଣି ଆବଶ୍ୟକ ମୁତାବକ ସାର ଯୋଗାଇ ଦେଉ ନ ଥିବା ମଧ୍ୟ ମତପ୍ରକାଶ ପାଇଛି।
ଚଳିତ ଖରିଫ ଋତୁରେ ପାକ୍ସଗୁଡିକରେ ୮୪୯୯ ମେଟ୍ରିକ ଟନ(ଏମଟି) ସାର ଯୋଗାଇବାକୁ ନିର୍ଦ୍ଧାରିତ ହୋଇଛି। ହେଲେ ଗତ ୧ା୪ା୨୦୨୩ ରୁ ୧୮ା୮ା୨୦୨୩ ପର୍ଯ୍ୟନ୍ତ ଜିଲାର ୬୨ଟି ପାକ୍ସଗୁଡିକ ମାତ୍ର ୧୮୨୯.୩୮୮ ଏମଟି ସାର ଉଠାଇ ପାରିଛି। ଏଥିରେ ସର୍ବାଧିକ ଚାହିଦା ଥିବା ୟୁରିଆ ୮୨୦.୩୦୫ ଏମଟି, ଡିଏପି ୭୫୦.୦୫ ଏମଟି, ଏମଓପି ୧୨୭.୫ ଏମଟି, ଏନପିକେଏସ୍‌ ୩୬ ଏମଟି, ସିଆଇଏଲ ୨୮-୨୮ ସାର ୯୦.୫ ଏମଟି ଓ ଇଫକୋ ୫ ଏମଟି ସାର ରହିଛି। ମାର୍କଫେଡର ପରିଚାଳନା ନିର୍ଦ୍ଦେଶକ ସମସ୍ତ ଏରିଆ ମେନେଜର ଓ ଗୋଦାମ ମେନେଜରମାନଙ୍କୁ ଗୋଦାମ ବ୍ୟବସ୍ଥା କରିବା ସହିତ ମାସିକ ଲକ୍ଷ୍ୟଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ା ପ୍ରତିବର୍ଷ ସରକାର ଏପରି ଭାବେ ଚାଷୀଙ୍କ ପାଇଁ ୟୁରିଆ ସହ ଅନ୍ୟାନ୍ୟ ସାର ଯୋଗାଇ ଦେଉଛନ୍ତି ା ବିଶେଷ କରି ପାକ୍ସଗୁଡିକରେ ଆବଶ୍ୟକ ଅନୁଯାୟୀ ଗୋଦାମ ଗୃହ ନ ଥିବାରୁ ଚାହିଦା ମୁତାବକ ସାର ଉଠାଉ ନ ଥିବା ଜଣାପଡିଛି। ଫଳରେ ଚାଷୀ ବାଧ୍ୟ ହୋଇ କେଜି ପ୍ରତି ପ୍ରାୟ ୧୦ଟଙ୍କା ଚଢା ଦରରେ ୟୁରିଆ ସାର ଖୁଚୁରା ବ୍ୟବସାୟୀଙ୍କ ଠାରୁ କିଣୁଛନ୍ତି ା ଚାହିଦା ମୁତାବକ ସାର ଅଭାବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ଧାନ ଚାଷ ପାଇଁ ପ୍ରଥମ ସାର ପ୍ରୟୋଗ ସମୟ । ସବୁଜ ବିପ୍ଳବ ନାମରେ ସରକାର ଯେଉଁ ରାସାୟନିକ ସାରର ବ୍ୟବହାର କରିବା ପାଇଁ ପ୍ରବର୍ତ୍ତାଇଥିଲେ ତାହା ଏବେ ଚାଷୀଙ୍କ ପାଇଁ କାଳ ହୋଇଛି । ଧାନ ଫସଲରେ ମାତ୍ରାଧିକ ସବୁଜିମା ଓ ଅଧିକ ଅମଳ ଆଶାରେ ଚାଷୀ ଚାଷ ଜମିରେ ବ୍ୟାପକ ଭାବରେ ବିଭିନ୍ନ ସାର ବ୍ୟବହାର କରୁଛନ୍ତି। ପ୍ରକୃତ ପକ୍ଷେ କହିବାକୁ ଗଲେ ଅଞ୍ଚଳର ଚାଷୀଙ୍କୁ ଏକ ପ୍ରକାର ସାରର ଅଭ୍ୟାସ ଲଗେଇ ଦିଆଯାଇଛି। ଫଳରେ ଗ୍ରାମାଞ୍ଚଳ ଚାଷୀଙ୍କୁ ଲାଇସେନ୍ସ ନ ଥିବା ଖୁଚୁରା ବିକ୍ରେତାମାନେ ସାରର କଳାବଜାର କରି ଚଢ଼ାଦରରେ ବିକ୍ରୀ କରୁଛନ୍ତି । ଚଷୀମାନେ ରୁଆପୋତା କାର୍ଯ୍ୟ ସମୟରେ ଆବଶ୍ୟକ ଥିବା ଗ୍ରୋମର, ଡିଏପି, ୟୁରିଆ, ପଟାସ ଆଦି ଉପଯୁକ୍ତ ଦର ଏବଂ ଠିକ ସମୟରେ ନ ମିଳିବା ଦ୍ୱାରା ଚାଷ କାମ ଅଟକି ରହିଛି। ଜିଲାର ଯଖପୁରା, ରାଣୀପଡା, ଦୁଧୁଝରି, ପ୍ରଥମାଖଣ୍ଡି, ସିଂହପୁର, ନଠୁଆବର, ଓଡିଶୋ, ବ୍ରହ୍ମବରଦା, ମୁଗୁପାଳ, ସାମନ୍ଥପୁର, ପହଙ୍ଗା, ଅଣକା, ସାଉଡିଆ, ଚାରିନଙ୍ଗଳ ରାଇପୁର ଇତ୍ୟାଦି ପାକ୍ସଗୁଡିକରେ ଏଯାଏ ଦୁଇ ଅଙ୍କ ପର୍ଯ୍ୟନ୍ତ ସାର ଉଠାଇ ପାରିନାହିଁ। ଫଳରେ ସଂପୃକ୍ତ ଅଞ୍ଚଳର ଚାଷୀମାନେ ଖୁଚୁରା ବେପାରୀଙ୍କଠାରୁ ଚଢା ଦରରେ ସାର କିଣି ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ଏହି ସମୟରେ ସାର ପ୍ରୟୋଗ ନ କଲେ ଉତ୍ପାଦନ ୫୦ ପ୍ରତିଶତ ହ୍ରାସ ପାଇବା ସମ୍ଭାବନା ରହିଛି । ତେଣୁ ଚାଷୀ ସାର ପାଇଁ ବିକଳ ଅବସ୍ଥାରେ ରହିଥିବାବେଳେ ସାର ବ୍ୟବସାୟୀମାନେ ୟୁରିଆ ସାରର ଉପରୋକ୍ତ ସବସିଡିକୁ ହଡପ କରିବା ଓ ସାର କୃତ୍ରିମ ଅଭାବୀ ପରିସ୍ଥିତି ସୃଷ୍ଟି କରି କଳାବଜାର କରିବାକୁ ଯୋଜନା କରିଛନ୍ତି। ଏହି ପରିସ୍ଥିତିରେ ସାର ବ୍ୟବସାୟୀଙ୍କୁ ନିୟନ୍ତ୍ରଣ କରିବାରେ କୃଷି ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି । ଚାଷୀଙ୍କ ପାଇଁ ସାର ବିକ୍ରୀ କରାଇବା ବିଭାଗର ପ୍ରଥମ ଦାୟିତ୍ୱ । ଏହି ଦାୟିତ୍ୱ ବିଭାଗ ନିର୍ବାହ କରୁନାହିଁ ା ସାର ଲୁଚାଇ ରଖିବା ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିବାରୁ ସେ ବ୍ୟବସାୟୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀ ମହଲରେ ଦାବି ହେଉଛି ା ମାଧପୁର ଗ୍ରାମର ଚାଷୀ ଗୋପୀନାଥ ବିଶ୍ୱାଳ ଓ ଜଳେଶ୍ୱର ଗ୍ରାମର ଚାଷୀ ସୁବାସ ରାଉତଙ୍କ କହିବା ଅନୁସାରେ ସେମାନେ ୫୦ କେଜି ପ୍ୟାକେଟ ନାଗାର୍ଜୁନ ୟୁରିଆ ସାରର ସରକାରୀ ଦର ୨୭୯ ରହିଥିବାବେଳେ ସେମାନଙ୍କୁ ୩୭୦ ଟଙ୍କାରୁ ଉର୍ଦ୍ଧ୍ୱ ଦରରେ କିଣିବାକୁ ପଡୁଛି। ସେହିପରି ଇଫକୋ ସାର ଦର ୨୬୯ ରହିଥିବାବେଳେ ୩୩୦ ଟଙ୍କା ଦେବାକୁ ପଡୁଛି। ଏଭଳି ଭାବେ ମାର୍କଫେଡ ଏବଂ ନୀରିକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଡିଲରମାନଙ୍କ ଅସାଧୁ ମେଣ୍ଟ ରହିଥିବାରୁ ଖୁଚୁରା ବେପାରୀ ସଂଖ୍ୟା ବଢିବା ସହ ଚାଷୀ ଶୋଷଣର ଶିକାର ହେଉଥିବା ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ ଶରତ ଚନ୍ଦ୍ର ମଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ଗୋଦାମ ଗୃହ ଅଭାବରୁ ଆବଶ୍ୟକ ସାର ଉଠାଯାଇ ପାରିନାହିଁ। ତେବେ ସାରର କଳାବଜାରକୁ ନିୟନ୍ତ୍ରଣ କରିବାକୁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri