ଫେରିବାଲା ହତ୍ୟା ମାମଲାର ପର୍ଦ୍ଦାଫାଶ: ପାଟିତୁଣ୍ଡରୁ ପଥରରେ ଛେଚି କରିଥିଲେ ହତ୍ୟା

ଝାରସୁଗୁଡ଼ା ଅଫିସ,୨୨ା୧୦: ପଶ୍ଚିମବଙ୍ଗର ନିଖୋଜ ଫେରିବାଲା ମହମ୍ମଦ ଆସରଫ୍‌ ଖାନ(୨୬)ଙ୍କ ହତ୍ୟା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦୁର୍ଲଗା ଗ୍ରାମର ପ୍ରଦୀପ ମାକର(୨୦) ଓ ଶ୍ରୀକାନ୍ତ ପିଙ୍ଗ(୨୨)। ଏ ନେଇ ଝାରସୁଗୁଡ଼ା ଟାଉନ ଥାନାରେ ଏକ ମାମଲା (ନଂ,୬୦୫/୨୨) ରୁଜୁ ହୋଇଛି।

ଗତ ୭ ତାରିଖରେ ଆସରଫ୍‌ ନିଜ ମୋପେଡ୍‌ରେ ଫେରି କରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ସମ୍ପର୍କୀୟ ଖୋଜାଖୋଜି କରି ମଧ୍ୟ କୌଣସି ପତ୍ତା ପାଇ ନ ଥିଲେ। ଏନେଇ ଝାରସୁଗୁଡା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ନିଖୋଜ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଦୁର୍ଲଗା ଗ୍ରାମର ଦୁଇଜଣଙ୍କୁ ସନ୍ଦେହ କରି ପଚରାଉଚରା କରିଥିଲା। ସେତିକିବେଳେ ଆସରଫ୍‌ଙ୍କ ସହ ସେମାନଙ୍କ ପ୍ରଥମେ ପାଟିତୁଣ୍ଡ ହୋଇଥିଲା। ପରେ ସେମାନେ ଆସରଫ୍‌ଙ୍କ ମୁଣ୍ଡକୁ ପଥର ମାଡ଼ କରିଥିଲେ। ପରେ ସେ ତଳେ ପଡିଯିବାପରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ପରବର୍ତ୍ତୀ ସମୟରେ ଘଟଣାକୁ ଲୁଚାଇବା ପାଇଁ ମୃତଦେହକୁ ଗାତଖୋଳି ପୋତି ଦେଇଥିଲେ।