ମେଥି ପନିର

ଆବଶ୍ୟକ ସାମଗ୍ରୀ: ମେଥି ଶାଗ- ୨କପ୍‌, ପନିର- ୧କପ୍‌ (କଟା), କ୍ଷୀର- ଅଧା କପ୍‌ରୁ କମ୍‌, ଟମାଟୋ- ୨ଟି (କଟା), ଅଦା ବଟା- ୧ ଚାମଚ, ରସୁଣ- ୫ କୋଲା, କାଜୁ- ୧୫ଟି (କଟା), ଲଙ୍କା ଗୁଣ୍ଡ- ଅଧା ଚାମଚ, ଧନିଆ ଗୁଣ୍ଡ- ୧ ଚାମଚ, ହଳଦୀ- ଅଧା ଚାମଚ, ଧନିଆ ପତ୍ର- ଅଳ୍ପ, ଆବଶ୍ୟକ ଅନୁସାରେ ଲୁଣ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମେଥି ଶାଗକୁ ଭଲଭାବେ ଧୋଇ କାଟି ରଖନ୍ତୁ। ଏହାପରେ କଡେଇରେ ଅଳ୍ପ ତେଲ ଗରମ କରି ସେଥିରେ ଜିରା ଫୁଟାନ୍ତୁ। ଏହାପରେ ସେଥିରେ ପିଆଜ ପକାଇ ଭାଜନ୍ତୁ, ପିଆଜ ଟିକେ ଭାଜି ହୋଇ ଆସିଲେ ସେଥିରେ ରସୁଣକୁ କାଟି ପକାନ୍ତୁ। ଅଦା ବଟାକୁ ସେଥିରେ ପକାନ୍ତୁ। ମସଲା ଭାଜି ହୋଇ ଆସିଲେ ସେଥିରେ କଟା ଟମାଟୋ ଓ କାଜୁକୁ ଦୁଇ ଫାଳ କରି ପକାନ୍ତୁ। ମସଲା ଭଲଭାବେ ମିଶି ଗଲା ପରେ ଚୁଲିରୁ ଓହ୍ଲାଇ ଥଣ୍ଡା କରି ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଥଣ୍ଡା କରି ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପୁଣି ଥରେ କଡ଼େଇ ବସାଇ ତେଲ ଗରମ କରି ସେଥିରେ ପନିର ଖଣ୍ଡକୁ ବାଦାମୀ ହେବା ପର୍ଯ୍ୟନ୍ତ ଭାଜି ଦିଅନ୍ତୁ। ଏବେ କଡ଼େଇରେ ଅଳ୍ପ ତେଲ ଗରମ କରି ସେଥିରେ ମେଥି ପତ୍ରକୁ ପକାଇ ହାଲ୍‌କା ଆଞ୍ଚରେ ଭାଜନ୍ତୁ। ମେଥି ପତ୍ରରେ ହଳଦୀ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ପକାଇ ସେଥିରେ ପ୍ରସ୍ତୁତ ହୋଇ ଥିବା ମସଲାକୁ ପକାନ୍ତୁ। ଏହାପରେ ସେଥିରେ ଅଳ୍ପ ପାଣି ଦେଇ ୫ ମିନିଟ୍‌ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ। ଶେଷରେ ପନିର ଓ କ୍ଷୀର ପକାଇ କିଛି ସମୟ ପରେ ଓହ୍ଲାଇ ଦିଅନ୍ତୁ।