ବଢ଼ୁଛି କନ୍ୟାଭ୍ରୂଣ ହତ୍ୟା: ୩୦୦ ଗର୍ଭପାତ କେନ୍ଦ୍ରର ଲାଇସେନ୍ସ ରଦ୍ଦ

ଚଣ୍ଡୀଗଡ଼,୧୨।୪:ହରିୟାଣାରେ ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା ଉଦ୍‌ବେଗଜନକ ଭାବେ ହ୍ରାସ ପାଇଚାଲିଛି। ୨୦୨୪ର ତଥ୍ୟ ଅନୁଯାୟୀ ପ୍ରତି ୧୦୦୦ ପୁଅରେ ଝିଅ ସଂଖ୍ୟା ୯୧୦କୁ ହ୍ରାସ ପାଇଛି। ରାଜ୍ୟରେ କନ୍ୟାଭ୍ରୂଣ ହତ୍ୟା ର଼୍ୟାକେଟ ବଢ଼ିଚାଲିଥିବା ଏକ ତଦନ୍ତରୁ ଜଣାପଡ଼ିବା ପରେ ବେଆଇନ ଗର୍ଭପାତ ରୋକିବା ପାଇଁ ସରକାର ଟାସ୍କଫୋର୍ସ ଗଠନ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ଫଳରେ ହରିୟାଣାରେ ୧,୫୦୦ ମେଡିକାଲ ଟର୍ମିନେଶନ ଅଫ୍‌ ପ୍ରେଗ୍ନାନ୍ସି (ଏମ୍‌ଟିପି) ସେଣ୍ଟର ମଧ୍ୟରୁ ୩୦୦ର ଲାଇସେନ୍ସ ରଦ୍ଦ କରାଯାଇଛି କିମ୍ବା ସେମାନେ ସ୍ବଇଚ୍ଛାରେ ଲାଇସେନ୍ସ ଫେରାଇ ଦେଇଛନ୍ତି।
ଟାସ୍କଫୋର୍ସରେ ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ନିଶା ନିବାରଣ ଏବଂ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ରହିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ, ହରିୟାଣାର ନିର୍ଦ୍ଦେଶକ ଡ. ବୀରେନ୍ଦ୍ର ଯାଦବ ଏହାର ମୁଖ୍ୟ ରହିଛନ୍ତି। ଟାସ୍କଫୋର୍ସକୁ ପ୍ରତି ମଙ୍ଗଳବାର ସାପ୍ତାହିକ ସମୀକ୍ଷା ସହ କ୍ଷେତ୍ର ପରିଦର୍ଶନ କରିବାକୁ କୁହାଯାଇଛି। ୨୦୧୯ରେ ପ୍ରତି ୧,୦୦୦ ପୁଅରେ ଝିଅ ସଂଖ୍ୟା ୯୨୩ ଥିବାବେଳେ ୨୦୨୪ରେ ଏହା ୯୧୦କୁ ହ୍ରାସ ପାଇଥିବା ଜଣାପଡ଼ିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ୨୩ଟି ଗର୍ଭପାତ କେନ୍ଦ୍ରକୁ ନୋଟିସ୍‌ ଜାରି ହେବା ସହ ଅନ୍‌ଲାଇନରେ ଏମ୍‌ଟିପି କିଟ୍ସ ବିକ୍ରି କରୁଥିବା ୧୭ଟି ସଂସ୍ଥା ବିରୋଧରେ ଏତଲା ଦାଏର ହୋଇଛି। ପ୍ରି-କନ୍‌ସେପ୍‌ଶନ ଆଣ୍ଡ ପ୍ରି-ନାଟାଲ ଡାଇଗ୍ନୋଷ୍ଟିକ୍‌ ଟେକ୍‌ନିକ୍‌ (ପିସିପିଏନ୍‌ଡିଟି) ଆଇନର କାର୍ଯ୍ୟକାରିତାକୁ କଡ଼ାକଡ଼ି କରିବା ପାଇଁ ବିଭିନ୍ନ କେନ୍ଦ୍ର ଉପରେ ୨୩ ଥର ଚଢ଼ାଉ କରାଗଲାଣି। ହସାର ଜିଲାର ପିଏନ୍‌ଡିଟି ନୋଡାଲ ଅଫିସରଙ୍କୁ ନିଲମ୍ବନ କରାଯିବା ସହ ୧୨ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବରିଷ୍ଠ ମେଡିକାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ପୁଅ-ଝିଅ ଅନୁପାତ ସବୁଠୁ ଖରାପ ଥିବା ୩ଟି ସିଏଚ୍‌ସିର ମେଡିକାଲ ଅଫିସରଙ୍କ ନାଁରେ ଚାର୍ଜଶିଟ୍‌ ହୋଇଛି। ସେହିପରି କମ୍‌ ସେକ୍ସ ରେସିଓ ଥିବା ୫ ଜିଲାର ପିଏନ୍‌ଡିଟି ନୋଡାଲ ଅଫିସରଙ୍କୁ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟ ବିବାହ ରୋକିବା ନେଇ ଗୁରୁତ୍ୱାରୋପ, ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ରଖି

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ର ସଠିକ କାର୍ଯ୍ୟକାରିତା ସହ ବାଲ୍ୟ ବିବାହ ରୋକିବା ଦିଗରେ ନିଯୁକ୍ତ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ…

ସୁଧୁରୁନି ରାସ୍ତାର ଅବସ୍ଥା, ଏନ୍‌ଏସିକୁ ଦାବିପତ୍ର ପ୍ରଦାନ କରି…

ପଦ୍ମପୁର,୧୦ା୯(ପ୍ରଦୀପ୍ତ ଦାଶ): ପଦ୍ମପୁର ଏନ୍‌ଏସି ଅନ୍ତର୍ଗତ ଥାନା ସମ୍ମୁଖରୁ ଡା. ବି.ଆର୍‌. ଆମ୍ବେଦକର ଛକ ପର୍ଯ୍ୟନ୍ତ ରାସ୍ତାର ଦୁରବସ୍ଥା ଦୂର କରି ତୁରନ୍ତ ରାସ୍ତା ନିର୍ମାଣ ଓ…

କେବିକେ ବିକାଶ ଯୋଜନାରୁ ବଞ୍ଚିତ ହେବେ ୪ ପଞ୍ଚାୟତ, ଆନୁଆଲ ଆକ୍ସନ ପ୍ଲାନ୍‌କୁ ନେଇ ଅସନ୍ତୋଷ

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କେବିକେ ବିକାଶ ଯୋଜନାର ଆନୁଆଲ ଆକ୍ସନ ପ୍ଲାନ୍‌କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକର ୧୨ଟି ପଞ୍ଚାୟତ…

ଲାଲୁଙ୍କ ପରିବାରକୁ ବଡ଼ ଝଟକା; IRCTC ମନି ଲଣ୍ଡରିଂ ମାମଲାରେ କୋର୍ଟ କହିଲେ..

ପାଟନା,୧୦।୯: IRCTC ଅର୍ଥ ହେରଫେର (ମନି ଲଣ୍ଡରିଂ) ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଏକ ବଡ଼ ଝଟକା ଲାଗିଛି। ଗୁରୁବାର (୧୦…

ଭାରତ ଗସ୍ତ କରିବେ ନାହିଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ; ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୯: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ସମ୍ମିଳନୀରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଅଂଶଗ୍ରହଣ ନ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦିଆଯାଇଛି।…

୬୫ ବର୍ଷର ରେକର୍ଡ ଭାଙ୍ଗିଲେ ଇଶାନ କିଶାନ: ହାସଲ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୦।୯:ଅଧିନାୟକ ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ ଦଳ ୨୦୨୬ ଦୁଲିପ ଟ୍ରଫି (Duleep Trophy) ବିଜୟୀ ହୋଇଛି। ୧୩ ବର୍ଷର ଦୀର୍ଘ ଅପେକ୍ଷା ପରେ ଦଳ…

ସରକାରଙ୍କ ଋଣ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ନେଇ ପରାମର୍ଶ

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଜିଲା ବ୍ୟାଙ୍କ ପରାମର୍ଶଦାତା…

କଂଗ୍ରେସକୁ ଲାଗିଲା ବଡ଼ ଝଟକା, ପ୍ରଥମ ଥର ଜିତିଲା ଭାଜପା

ଶିମଲା,୧୦।୯: ହିମାଚଳ ପ୍ରଦେଶର ଶିମଲା ଜିଲା ପରିଷଦ ନିର୍ବାଚନରେ କ୍ଷମତାସୀନ କଂଗ୍ରେସ ସରକାର ଏକ ବଡ଼ ଧରଣର ଝଟକା ପାଇଛି। ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri