Categories: ଫୁରସତ

ମହିଳା କର୍ମଚାରୀଙ୍କୁ ମାଲିକ ପଠାଇଲେ ଅଶ୍ଳୀଳ ମେସେଜ, ଆଉ ତା’ ପରେ…

ଚାଇନାର ଜଣେ ମହିଳାଙ୍କ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ମହିଳା ଜଣଙ୍କ ତାଙ୍କ ଅଫିସର ମାଲିକଙ୍କୁ ଝାଡୁରେ ପିଟୁଥିବା ନଜର ଆସିଛି। ମହିଳା ଜଣକ ଜଣେ ସରକାରୀ କର୍ମଚାରୀ। ସେ ଅଭିଯୋଗ କରିଛନ୍ତି କି, ବସ୍‌ ତାଙ୍କୁ କିଛିଦିନ ହେବ ନାନା ହଇରାଣ କରି ଆସୁଛନ୍ତି। ଏଥିରେ କ୍ଷୁବ୍ଧ ହୋଇ ସେ ଏପରି ପଦକ୍ଷେପ ନେଇଛନ୍ତି।

ଚାଇନାର ହେଇଲୋଙ୍ଗଜିଆଙ୍ଗ ଜିଲାର ଏକ ସରକାରୀ ଏଜେନ୍ସିରେ ଏହି ଘଟଣା ସାମ୍ନାକୁ ଆସିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ମହିଳା ତାଙ୍କ ମାଲିକଙ୍କୁ ଝାଡୁରେ ପିଟିବା ସହ ମୁହଁକୁ ପାଣି ପକାଉଛନ୍ତି। ଏହା ପରେ ଅଫିସରେ ଥିବା କାଗଜପତ୍ର ମାଲିକଙ୍କ ମୁହଁକୁ ଫିଙ୍ଗୁଥିବା ଦେଖିବାକୁ ମିଳିଛି।

ବସ୍‌ ଜଣକ ନିଜ ଚେୟାରରେ ବସିଥିବା ବେଳେ ମହିଳା ଜଣଙ୍କ ତାଙ୍କ ଉପରେ ହଙ୍ଗାମା କରିଚାଲିଛନ୍ତି। ଏଥିରୁ ବଞ୍ଚିବା ପାଇଁ ବସ୍‌ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ।

ମହିଳାଙ୍କ କହିବା ଅନୁଯାୟୀ, ତାଙ୍କ ବସ୍‌ ତାଙ୍କୁ ୩ ଥର ଅଶ୍ଳୀଳ ମେସେଜ ପଠାଇଥିଲେ। ଏକଥା ବି କହିଛନ୍ତି କି ମାଲିକ ଅଫିସର ଅନ୍ୟ ମହିଳାଙ୍କ ସହ ଏପରି କରୁଛନ୍ତି। ମହିଳା ମାଲିକଙ୍କୁ ପିଟିବା ସମୟରେ ସେ ବାରମ୍ବାର କହୁଛନ୍ତି ମୁଁ ମଜାରେ ପଠାଇଥିଲି, ଯାହା ସେ ଭିଡିଓରୁ ଶୁଣିବାକୁ ମିଳିଛି। ମାତ୍ର

ଓ୍ବାଙ୍ଗ୍‌ ନାମକ ଏହି ବ୍ୟକ୍ତି ଜଣକ ଗରିବ ହଟାଓ ଏଜେନ୍ସିର ଡେପୁଟି ଡାଇରେକ୍ଟର ଥିଲେ। ସେହି ଅଫିସର ଜଣେ ମହିଳାଙ୍କୁ ମାଲିକ ଅଶ୍ଳୀଳ ମେସେଜ୍‌ ପଠାଉଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହିଳା ତାଙ୍କୁ ପିଟିଥିଲେ।

Share